(Video )ଦଶହରାରେ ରାବଣର ମୁଣ୍ଡ ପୋଡ଼ିବା ପୂର୍ବରୁ ଉଡ଼ିଗଲା ; ମୁଖ୍ୟମନ୍ତ୍ରୀ କରିଥା’ନ୍ତେ ଦହନ

ରାବଣପୋଡି ଆଉ କେମିତି ହେବ, ଜଳିବା ପୂର୍ବରୁ ବର୍ଷା ପବନରେ ଉଡ଼ିଗଲା ରାବଣ ମୁଣ୍ଡ, ଦେଖନ୍ତୁ ଭିଡିଓ ..

ବିହାର : ଆଜି ସାରା ଦେଶରେ ଦଶହରା ପାଳନ କରାଯାଉଛି। ସାରା ଦେଶରେ ରାବଣ ପୁତ୍ତଳିକା ଦାହ ପାଇଁ ପ୍ରସ୍ତୁତି ଚାଲିଛି, କିନ୍ତୁ ବିହାରର ପାଟନାରେ ବର୍ଷା ଯୋଗୁଁ ଏହି କାର୍ଯ୍ୟକ୍ରମ ପୂର୍ବରୁ ହିଁ ଦହନ ସମାରୋହ ବାଧାପ୍ରାପ୍ତ ହୋଇଥିଲା।

ସୂଚନା ମୁତାବକ ପ୍ରବଳ ଝଡ଼ ଏବଂ ବର୍ଷା ଯୋଗୁଁ ବିହାରର ପାଟନାର ଗାନ୍ଧୀ ମଇଦାନରେ ରାବଣ ପୁତ୍ତଳିକାର ମୁଣ୍ଡ ଭାଙ୍ଗି ଯାଇଥିଲା।

ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁତ୍ତଳିକା ଦାହ କରିବାର କାର୍ଯ୍ୟକ୍ରମ ଥିଲା। ରାଜ୍ୟପାଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା।କିନ୍ତୁ ଏବେ କିଭଳି ରାବଣପୋଡି ହେବ ତାହାକୁ ନେଇ ସଭିଙ୍କ ଚିନ୍ତା ପ୍ରକାଶ ପାଇଛି ।

ନିମ୍ନରେ ଦେଖନ୍ତୁ ଭିଡ଼ିଓ..