fbpx

ପୁଣି ପଡିଆରେ ଦେଖିବାକୁ ମିଳିଲା ବିରାଟ କୋହଲିଙ୍କ ଲିଡରସିପ ଅବତାର, ଏଜବାଷ୍ଟନ୍‌ରେ ଟେଷ୍ଟରେ ବୁମ୍ରାଙ୍କୁ କଲେ ସାହାଯ୍ୟ

ଇଂଲଣ୍ଡ(ଓଡ଼ିଶା ଭବସ୍କର): ଏଜବେଷ୍ଟନ୍‌ରେ ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତ ବର୍ତ୍ତମାନ ଡ୍ରାଇଭିଂ ସିଟ୍‌ରେ ବସିଛି। ପ୍ରଥମେ ବ୍ୟାଟିଂରେ ଋିଷଭ ପନ୍ତ ଏବଂ ରବିନ୍ଦ୍ର ଜାଡେଜାଙ୍କ ଦମଦାର ଶତକ ପରେ ଅଧିନାୟକ ଜଶପ୍ରିତ ବୁମ୍ରାଙ୍କ ଘାତକ ବୋଲିଂରେ ଇଂଲଣ୍ଡର ଟପ୍ ଅଡର ବ୍ୟାଟ୍ସମ୍ୟାନ୍ ସଅଳ ପ୍ୟାଭିଲିୟନ ଫେରି ଯାଇଛନ୍ତି। ବୁମ୍ରା ପ୍ରଥମ ଥର ଭାରତୀୟ ଟିମ୍‌ର ଅଧିନାୟକ ପଦ ସମ୍ଭାଳିଛନ୍ତି। ଏହି ମ୍ୟାଚ୍‌ରେ ପୁର୍ବତ୍ତନ ଅଧିନାୟକ ବିରାଟ କୋହଲି ଜଶପ୍ରତି ବୁମ୍ରାଙ୍କ ସହଯୋଗ କରୁଥିବା ଦେଖିବାକୁ ମିଳିଛି।

ବିରାଟ ଚଳିତ ବର୍ଷ ଆରମ୍ଭରେ ଟେଷ୍ଟ ଟିମ୍‌ର ଅଧିନାୟକ ପଦ ଛାଡ଼ିଥିଲେ। ବିରାଟ ଦଳରେ ସିନିଅର ଖେଳାଳି ଏବଂ ସେ ଲିଡରସିପ ଗ୍ରୁପ୍‌ର ସଦସ୍ୟ ମଧ୍ୟ। ନୁଆ ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଜଶପ୍ରିତ ବୁମ୍ରା ଏହି ମ୍ୟାଚ୍‌ରେ ଅଧିନାୟକ ପଦ ସମ୍ବାଳୁଛନ୍ତି।

ଯେତେବେଳେ ଭାରତୀୟ ଟିମ୍ ବୋଲିଂ କରୁଥିଲା ସେହି ସମୟରେ ବିରାଟ କୋହଲି ବାରମ୍ବାର ଅଧିନାୟକ ବୁମ୍ରାଙ୍କ ସହିତ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଫିଲ୍ଡର ପରିବର୍ତ୍ତନ ହେଉ କିମ୍ବା ବୋଲିଂ, ବିରାଟ କୋହଲି ପ୍ରତିଥର ନିଜର ଅଭିଜ୍ଞତା ବୁମ୍ରାଙ୍କ ସହ ସେୟାର କରୁଥିବା ଦେଖିବାକୁ ମିଳିଥିଲା।

ଏହି ଟେଷ୍ଟ ମ୍ୟାଚ୍ ପୂର୍ବରୁ କୋଚ୍ ରାହୁଲ ଦ୍ରାବିଡ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବିରାଟ କୋହଲି ସର୍ବଦା ଦଳର ଲିଡର ରହିବେ। ରାହୁଲ ଦ୍ରାବିଡ କହିଥିଲେ ଯେ ବିରାଟଙ୍କର ବହୁତ ଭଲ ରେକର୍ଡ ରହିଛି, ସେ ଦଳର ଜଣେ ବରିଷ୍ଠ ଖେଳାଳି ହୋଇ ଲକ୍ଷ ଲକ୍ଷ ଲୋକଙ୍କୁ ଉତ୍ସାହିତ କରନ୍ତି, ସେ ଲିଡରସିପ ଗ୍ରୁପ୍‌ର ସଦସ୍ୟ, ଜଣେ ପୂର୍ବତନ ଅଧିନାୟକ ଏବଂ ଏଭଳି ପରିସ୍ଥିତିରେ ସେ ସର୍ବଦା ଲିଡର ରହିବେ।

ବିରାଟ କୋହଲିଙ୍କ ପାଇଁ ଏହି ସିରିଜ୍ ବିଶେଷ ଅଟେ, କାରଣ ଗତ ବର୍ଷ ଯେତେବେଳେ ଏହି ସିରିଜ୍ ହୋଇଥିଲା ଏବଂ ଭାରତୀୟ ଦଳ ୨-୧ରେ ଆଗୁଆ ଥିଲା। ସେହି ସମୟରେ ବିରାଟ କୋହଲି ଦଳର ଅଧିନାୟକ ଥିଲେ। କିନ୍ତୁ ବର୍ତ୍ତମାନ ସିରିଜର ଶେଷ ମ୍ୟାଚ୍ ଘଟୁଥିବା ବେଳେ ବିରାଟ କୋହଲି କୌଣସି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନୁହଁନ୍ତି।

 

 

Get real time updates directly on you device, subscribe now.