fbpx

ଆଇପିଏଲରେ RCB ବନାମ KKR: ଟସ ଜିତି କୋହଲିଙ୍କ ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ: ଦୁବାଇରେ ଖେଳାଯାଉଥିବା ଆଇପିଏଲ-୧୪ର ଅବଶିଷ୍ଟ ମ୍ୟାଚ ଗୁଡିକର ଦ୍ୱିତୀୟ ମୁକାବିଲାରେ ପରସ୍ପର ସାମ୍ନା କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ । ଭାରତ ଏ ୱିକେଟ କିପର ଶ୍ରୀକର ଭାରତ ଏହି ମ୍ୟାଚରେ ନିଜର ପଦାର୍ପଣ କରିଛନ୍ତି । ଆରସିବି ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ଏହି ମ୍ୟାଚ ବିରାଟ କୋହଲିଙ୍କ ୨୦୦ ତମ ମ୍ୟାଚ ହୋଇଥିବା ବେଳେ କେକେଆର ପକ୍ଷରୁ ଭେଙ୍କଟେଶ ଆୟାର ପଦାର୍ପଣ କରୁଛନ୍ତି ।

କେକେଆର ପକ୍ଷରୁ ଲୋକି ଫର୍ଗୁସନ, ପ୍ରସିଦ୍ଧ କ୍ରିଷ୍ଣା ଓ ଭେଙ୍କଟେଶ ଆୟାରଙ୍କ ଉପରେ ପେଦ ଭାର ନ୍ୟସ୍ତ ରହିଥିବା ବେଳେ ସୁନୀଲ ନାରିନ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ସ୍ପିନ ଭାର ରହିବ । ଆରସିବିରେ ୱନିନ୍ଦୁ ହସରଙ୍ଗା ଏବଂ ୟୁଜି ଚହଲ ସ୍ପିନର ଭାବରେ ଖେଳୁଥିବା ବେଳେ ସିରାଜ, ଜେମିସନ ଏବଂ ହର୍ଷଲ ପଟେଲ ପେସ୍ ବୋଲିଂର ମଙ୍ଗ ଧରିବେ ।

Get real time updates directly on you device, subscribe now.