ପୁରା ସିରିଜରୁ ବାଦ୍ ପଡିଲେ ବିରାଟ କୋହଲି, କାହିଁକି ଖେଳିବେନି ଆଫଗାନିସ୍ତାନ ବିପକ୍ଷ ODI ସିରିଜ୍

କାହିଁକି ପୁରା ସିରିଜରୁ ବାଦ୍ ପଡିଲେ ବିରାଟ କୋହଲି?

ଓଡିଶାଭାସ୍କର: ଭାରତ ଗସ୍ତ ସମୟରେ ଆଫଗାନିସ୍ତାନ କ୍ରିକେଟ୍ ଦଳ ଏକମାତ୍ର ଟେଷ୍ଟ ମ୍ୟାଚ୍ ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ, ଯାହାର ପ୍ରଥମ ମ୍ୟାଚ୍ ଜୁନ୍ ୧୩ ତାରିଖରେ ଖେଳାଯିବ।

ଆଉ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଆନ୍ତର୍ଜାତୀୟ କ୍ରିକେଟରେ ଦେଖିବା ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ୨୦୨୬ ଆଇପିଏଲ୍ ସମୟରେ ମଧ୍ୟ କୋହଲି ଚମତ୍କାର ଫର୍ମରେ ଥିଲେ; ହେଲେ, ଏବେ ବଡ଼ ଖବର ଆସିଛି ଯେ କୋହଲି ଏହି ସିରିଜରୁ ବାଦ ପଡ଼ିଛନ୍ତି।

ଆଘାତ ଯୋଗୁଁ ବିରାଟ କୋହଲି ବାଦ୍ ପଡ଼ିଲେ:

IPL ୨୦୨୬ ଫାଇନାଲ୍ ସମୟରେ ବିରାଟ କୋହଲି ସମ୍ପୂର୍ଣ୍ଣ ଫିଟ୍ ନଥିଲେ; ବ୍ୟାଟିଂ କରୁଥିବା ସମୟରେ ଫିଜିଓଙ୍କୁ ଅନେକ ଥର ପଡ଼ିଆକୁ ଆସିବାକୁ ପଡିଥିଲା।

କିନ୍ତୁ, ଫାଇନାଲ୍ ରେ କୌଣସି ବୋଲର ତାଙ୍କୁ ଆଉଟ୍ କରିପାରି ନଥିଲେ। ସେ ୪୨ ବଲ୍ ରୁ ଅପରାଜିତ ୭୫ ରନ୍ କରିଥିଲେ, ଯାହା ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

କୋହଲି ହାମଷ୍ଟ୍ରିଙ୍ଗ୍ ଆଘାତ ସହିତ ସଂଘର୍ଷ କରୁଥିବା ଦେଖାଯାଉଥିଲା ଏବଂ ଏହି କାରଣରୁ ସେ ଏବେ ଆଫଗାନିସ୍ତାନ ବିପକ୍ଷରେ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ରୁ ବାଦ ପଡ଼ିଛନ୍ତି।

ମେ ୧୯ରେ ଦଳରେ ସିଲେକ୍ସନ, ଜୁନ୍ ୪ରେ ଦଳରୁ ବିଦା:

ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଟିମ୍ ଇଣ୍ଡିଆର ଦଳ ମେ ୧୯ ତାରିଖରେ ଘୋଷଣା କରାଯାଇଥିଲା, ଯେଉଁଥିରେ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲିଙ୍କୁ ଦିନିକିଆ ଦଳ ପାଇଁ ମନୋନୀତ କରାଯାଇଥିଲା।

ହେଲେ, ଏକ ରିପୋର୍ଟ ଅନୁଯାୟୀ, ବିରାଟ କୋହଲି ଆଉ ଆଫଗାନିସ୍ତାନ ବିପକ୍ଷରେ ଖେଳିବାର ଦେଖାଯିବେ ନାହିଁ। ବିସିସିଆଇର ସୂତ୍ରରୁ ଏହା ଜଣାପଡିଛି।

ଭାରତ-ଆଫଗାନିସ୍ତାନ ଦିନିକିଆ ସିରିଜ ସୂଚୀ:

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜୁନ୍ ୧୩ ରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନିକିଆ ଧର୍ମଶାଳାରେ ଖେଳାଯିବ। ଦ୍ୱିତୀୟ ଦିନିକିଆ ଜୁନ୍ ୧୭ ରେ ଲକ୍ଷ୍ନୌରେ ଖେଳାଯିବ, ଯେତେବେଳେ ଉଭୟ ଦଳ ଜୁନ୍ ୨୦ ରେ ଚେନ୍ନାଇରେ ତୃତୀୟ ଦିନିକିଆ ଖେଳିବେ।

ଆହୁରି ପ୍ୟାନ୍ସଙ୍କୁ କରିବାକୁ ପଡିବ ଲମ୍ୱା ଅପେକ୍ଷା:

ବିରାଟ କୋହଲି ସମ୍ପ୍ରତି ଆରସିବିକୁ ଲଗାତାର ଦ୍ୱିତୀୟ ଥର ପାଇଁ ଆଇପିଏଲ ୨୦୨୬ ଟାଇଟଲ ଜିତିବାରେ ସାହାଯ୍ୟ କରିଥିଲେ। ୬୭୫ ରନ ସହିତ, ସେ ଲିଗରେ ଆରସିବିର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ଥିଲେ।

ପ୍ରତ୍ୟେକ କ୍ରିକେଟ ପ୍ରଶଂସକ ଦୀର୍ଘ ସମୟ ବିରତି ପରେ ବିରାଟଙ୍କୁ ଏକ ଦିନିକିଆ ଖେଳିବାର ସୁଯୋଗ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିଲେ; କିନ୍ତୁ, ହାମଷ୍ଟ୍ରିଙ୍ଗ୍ ଆଘାତ ତାଙ୍କ ପ୍ରଶଂସକଙ୍କ ପାଇଁ ସେହି ଅପେକ୍ଷାକୁ ଲମ୍ବା କରିଛି।

ରୋହିତ ଶର୍ମାଙ୍କର କଣ ହେବ:

ବିରାଟ କୋହଲିଙ୍କ ODI ସିରିଜରୁ ଓହରିଯିବା ଖବର ପରେ, ସମସ୍ତଙ୍କ ନଜର ଏବେ ରୋହିତ ଶର୍ମାଙ୍କ ଉପରେ ରହିଛି। ରୋହିତ ମଧ୍ୟ ବର୍ତ୍ତମାନ ଫିଟନେସ୍ ସମସ୍ୟା ସହିତ ଲଢ଼ୁଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ପ୍ରଶ୍ନ ହେଉଛି: ସେ କ’ଣ ଆଫଗାନିସ୍ତାନ ବିପକ୍ଷରେ ସମ୍ପୂର୍ଣ୍ଣ ସିରିଜ ଖେଳିପାରିବେ?