fbpx

ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ ବିବାହ ପାଇଁ ରହିଛି କେବଳ ୮ଟି ଶୁଭ ମୁହୂର୍ତ୍ତ: ଜାଣନ୍ତୁ ତାରିଖ ଓ ନକ୍ଷତ୍ର ଯୋଗ

ଏହି ମାସରେ ଏକାଦଶୀ ସହ ସନାତନ ଧର୍ମରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ଆରମ୍ଭ ହେବାକୁ ଯାଉଛି । ଜ୍ୟୋତିଷ ବିଦ୍ୱାନଙ୍କ ଅନୁସାରେ, ଚଳିତ ବର୍ଷ ନଭେମ୍ବର ଓ ଡିସେମ୍ବରରେ ବିବାହ ପାଇଁ କେବଳ ୮ଟି ଶୁଭ ମୁହୂର୍ତ୍ତ ରହିଛି । ଯଦି ଆପଣ ନିଜେ ବା ନିଜ ପିଲାମାନଙ୍କର ବାହାଘର କରିବାକୁ ଯାଉଛନ୍ତି, ତେବେ ଏହି ୮ଟି ମୁହୂର୍ତ୍ତ ବିଷୟରେ ଜାଣିନେବା ନିହାତି ଦରକାର । ଏହାପରେ ଟେଣ୍ଟ, କ୍ୟାଟରିଙ୍କ, ବ୍ୟାଣ୍ଡବାଜା ଓ ଅନ୍ୟ ସାମଗ୍ରୀର ବୁକିଂ କରିବା ଠିକ୍ ରହିବ । ଆସନ୍ତୁ ଜାଣିବା ଏହାର ଶୁଭ ମୁହୂର୍ତ୍ତ ବିଷୟରେ…

ପଣ୍ଡିତଙ୍କ ଅନୁସାରେ, ଚଳିତ ବର୍ଷ ନଭେମ୍ବରରେ ବିବାହ ପାଇଁ ପ୍ରଥମ ଶୁଭ ସମୟ ୨୪ ନଭେମ୍ବର ଗୁରୁବାର ଦିନ ପଡୁଛି । ସେଦିନ ସକାଳ ୬.୫୧ ରୁ ସନ୍ଧ୍ୟା ୭.୩୭ ପର୍ଯ୍ୟନ୍ତ ଶୁଭ ଯୋଗ ରହିବ । ସେହିପରି ଦ୍ୱିପହର ୧୨ଟା ୨୦ ମିନିଟରୁ ୨୫ ନଭେମ୍ବର ସକାଳ ୮ଟା ୪୪ ମିନିଟ ପର୍ଯ୍ୟନ୍ତ ସୁକର୍ମା ଯୋଗ ରହିବ । ନଭେମ୍ବର ୨୪ ରେ ବିଳମ୍ବିତ ସନ୍ଧ୍ୟା ୭ଟା ୩୭ ପର୍ଯ୍ୟନ୍ତ ଅନୁରାଧା ନକ୍ଷତ୍ର ରହିବ । ଏହା ପରେ ଜ୍ୟେଷ୍ଠ ନକ୍ଷତ୍ର ଆରମ୍ଭ ହୋଇଯିବ ।

ଡିସେମ୍ବରରେ କେବଳ ୪ ଟି ଶୁଭ ମୁହୂର୍ତ୍ତ:-
ଜ୍ୟୋତିଷଙ୍କ ଅନୁସାରେ, ବିବାହର ପରବର୍ତ୍ତୀ ଶୁଭ ସମୟ ୨୫ ନଭେମ୍ବର ଶୁକ୍ରବାର, ତା’ପରେ ୨୭ ନଭେମ୍ବର ରବିବାର ଏବଂ ୨୮ ନଭେମ୍ବର ସୋମବାର ମିଳିବ । ଡିସେମ୍ବର ମାସ ବିଷୟରେ କହିବାକୁ ଗଲେ, ବିବାହ ପାଇଁ କେବଳ ୪ ଟି ଶୁଭ ସମୟ ଉପଲବ୍ଧ ହେବ । ଏହି ବର୍ଷ ଡିସେମ୍ବର ମାସରେ-୨ ଡିସେମ୍ବର ଶୁକ୍ରବାର, ୭ ଡିସେମ୍ବର ବୁଧବାର, ୮ ଡିସେମ୍ବର ଗୁରୁବାର ଏବଂ ୯ ଡିସେମ୍ବର ଶୁକ୍ରବାର ଶୁଭ ସମୟ ଅଟେ ଯେଉଁଥିରେ ବିବାହ କରାଯାଇପାରିବ ।

ସନାତନ ଧର୍ମର ପଣ୍ଡିତମାନଙ୍କ ଅନୁସାରେ, ପ୍ରତିବର୍ଷ ଶୁକ୍ର ଅସ୍ତ ହେବା ମାତ୍ରେ ବିବାହର ଶୁଭ ସମୟ ବନ୍ଦ ହୋଇଯାଏ । ଏଥର ୩୦ ସେପ୍ଟେମ୍ବରରେ ଶୁକ୍ର ଗ୍ରହ ଅସ୍ତ ହୋଇଥିଲେ । ବର୍ତ୍ତମାନ ସେ ନଭେମ୍ବର ୨୧ ରୁ ପୁନର୍ବାର ଉଠିବାକୁ ଯାଉଛନ୍ତି, ଯାହା ପରେ ଆପଣ ୩ ଦିନ ପରେ ବିବାହ ପାଇଁ ଶୁଭ ମୁହୂର୍ତ୍ତ ପାଇବେ । ଏଥର ଶୁକ୍ରଙ୍କ ଉଦୟ ସହିତ ଅଷ୍ଟଲକ୍ଷ୍ମୀ ରାଜଯୋଗ ମଧ୍ୟ ୨୧ ନଭେମ୍ବରରେ ହେବାକୁ ଯାଉଛି । ଯେଉଁଥିରେ ବିବାହ କରୁଥିବା ଦମ୍ପତିଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

Get real time updates directly on you device, subscribe now.