fbpx

44 MP ସେଲଫି କ୍ୟାମେରା ସହିତ ଭାରତରେ ଲଞ୍ଚ ହେଲା Vivo V21 5G

ନୂଆଦିଲ୍ଲୀ, ୨୯/୦୪: ସ୍ମାର୍ଟଫୋନ ନିର୍ମାତା କଂପାନୀ Vivo ଆଜି ଭାରତରେ ଏହାର Vivo V21 5G କୁ ଲଞ୍ଚ କରିଛି । କଂପାନୀ ଅନୁଯାୟୀ ଏହା ଭାରତର ସବୁଠାରୁ ପତଳା ଫୋନ ହେବାକୁ ଯାଉଛି । ଏହା ସହ ଭିଭୋର ଏହି ଫୋନ ଦୁନିଆର ସବୁଠୁ ପ୍ରଥମ ଫୋନ ହେବ ଯେଉଁଥିରେ 44 MP OIS ସେଲ୍ଫି କ୍ୟାମେରା ରହିବ । ଫୋନରେ 33Wର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି ।

Vivo V21 5Gର ଦାମ ୨୯,୯୯୦ ରଖାଯାଇଛି । ଯାହା ଏହାର 8 GB RAM ଏବଂ 128 GB ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ ଅଟେ । ଏହାର 8 GB ଏବଂ 256 GB ଷ୍ଟୋରେଜ ଭ୍ୟାରିଏଣ୍ଟର ଦାମ ୩୨,୯୯୯ ଟଙ୍କା ରହିଛି । ସ୍ମାର୍ଟଫୋନର ବିକ୍ରି ମେ’୬ ଦିନ ୧୨ ଟାରୁ ଆରମ୍ଭ ହେବ ।

Vivo V21 5Gକୁ ସନସେଟ ଡେଜଲ ଏବଂ ଡସ୍କ ବ୍ଲୁ କଲର ଭ୍ୟାରିଏଣ୍ଟ ସହିତ କିଣି ପାରିବେ । ଏହାକୁ ଆପଣ ଫ୍ଲିପକାର୍ଟରୁ କିଣିପାରିବେ । କଂପାନୀ ଅନୁଯାୟୀ ଗ୍ରାହକ ଏଥିରେ ଡିସ୍କାଉଣ୍ଟ ମଧ୍ୟ ପାଇପାରିବେ ।

Vivo V21 5G ର ସ୍ପେସିଫିକେସନ କହିଲେ , ଏଥିରେ 6.44 inchର AMOLED ଡିସପ୍ଲେ ଦିଆଯାଇଛି । Full HD+ Display ଏବଂ ଏଥିରେ 90 Hzର ରିଫ୍ରେଶ ରେଟ ରହିଛି । ଫୋନରେ Punch Hole Display ଏବଂ  Under Display Finger Print ସେନ୍ସର ଦିଆଯାଇଛି ।

Vivo V21 5Gରେ 7nm MediaTek Dimensity 800U ଚିପସେଟ ରହିଛି । ଏହି ସ୍ମାର୍ଟଫୋନ Android 11 ବେଷ୍ଡ କଂପାନୀର କଷ୍ଟମ ୟୁଜର ଇଣ୍ଟରଫେସ Funtouch OS 11.1 ଦ୍ୱାରା ପରିଚାଳିତ ।

Vivo V21 5Gରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ରହିଛି । ଉଭୟ ଫ୍ରଣ୍ଟ କ୍ୟାମେରା ଏବଂ ରିୟର କ୍ୟାମେରାରେ ଅପ୍ଟିକାଲ ଇମେଜ ଷ୍ଟେବିଲାଇଜେସନ(OIS) ଫିଚର ରହିଛି ।

ଫୋନରେ 64 MPର ପ୍ରାଇମେରୀ କ୍ୟାମେରା ରହିଛି । 8 MPର ଅଲଟ୍ରା ୱାଇଡ ଆଙ୍ଗେଲ କ୍ୟାମେରା ଏବଂ 2 MPର Depth ସେନ୍ସର ରହିଛି । ସେଲ୍ଫି ପାଇଁ ଏହି ସ୍ମାର୍ଟଫୋନରେ 44 MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ଫ୍ରଣ୍ଟ କ୍ୟାମରୋରେ ମଧ୍ୟ ଅପ୍ଟିକାଲ ଇମେଜ ଷ୍ଟେବିଲାଇଜେସନ(OIS)ର ଫିଚର ଦିଆଯାଇଛି ।

Vivo V21 5Gରେ 4000 mAhର ବ୍ୟାଟେରୀ ଦିଆଯାଇଛି । ଏହା ସହ 33W ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି । କଂପାନୀ ଅନୁଯାୟୀ ଏହି ସ୍ମାର୍ଟଫୋନକୁ ଅଧ ଘଣ୍ଟାରେ ୬୩% ପର୍ଯ୍ୟନ୍ତ ଚାର୍ଜ ହୋଇପାରିବ । କନେକ୍ଟିଭିଟି ପାଇଁ ଏଥିରେ ୟୁଏସବି ଟାଇପ ସି ଏବଂ ହେଡଫୋନ ଜ୍ୟାକ ମଧ୍ୟ ରହିଛି ।

Get real time updates directly on you device, subscribe now.