fbpx

ଏପ୍ରିଲ୍ ୨୯ ରେ ଲଞ୍ଚ ହେବ Vivo V21 5G: ରହିଛି 44 MP ସେଲଫି କ୍ୟାମେରା

ନୂଆ ଦିଲ୍ଲୀ,୨୫/୦୪: ଭିଭୋ ଭାରତରେ ଏହାର ନୂତନ ସ୍ମାର୍ଟଫୋନ୍ Vivo V21 5G ଲଞ୍ଚ କରିବାକୁ ଯାଉଛି । ଏହି ଫୋନ ୨୯ ଏପ୍ରିଲରେ ଲଞ୍ଚ ହେବ। ଏହି ଫୋନ୍ ଅନଲାଇନ ସପିଂ ୱେବସାଇଟ୍ ଫ୍ଲିପକାର୍ଟରୁ  । ଫୋନର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହାର ଶକ୍ତିଶାଳୀ ସେଲଫି କ୍ୟାମେରା । ଏଥିରେ 44 MPର ଫ୍ରଣ୍ଟ କ୍ୟାମେରା ରହିବ, ଯାହା ଅପ୍ଟିକାଲ୍ ଇମେଜ୍ ଷ୍ଟ।ବିଲାଇଜେସନ (OIS) ସହିତ ଆସିବ ।

ଫ୍ଲିପକାର୍ଟର ରିପୋର୍ଟ ଅନୁଯାୟୀ ଯେ Vivo V21 5G ଫୋନ୍ ଏପ୍ରିଲ୍ ୨୯ (ଗୁରୁବାର) ମଧ୍ୟାହ୍ନ ୧୨ ଟାରେ ଲଞ୍ଚ ହେବ। ଲଞ୍ଚ ସମୟରେ ଫୋନର ମୂଲ୍ୟ ମଧ୍ୟ ପ୍ରକାଶ ପାଇବ । ତେବେ ଏହି ସିରିଜର ଅନ୍ୟ ଏକ ଫୋନ୍ Vivo V20 ବର୍ତ୍ତମାନର ମୂଲ୍ୟ ହେଉଛି ୨୨,୯୯୦ ଟଙ୍କା । Vivo V21 5Gର ମୂଲ୍ୟ ଏହାଠାରୁ ଅଧିକ ରହିପାରେ ।

ଲଞ୍ଚ ତାରିଖ ବ୍ୟତୀତ ଫ୍ଲିପକାର୍ଟରେ ଫୋନର କିଛି ନିର୍ଦ୍ଦିଷ୍ଟ ଫିଚର ମଧ୍ୟ ପ୍ରକାଶ ପାଇଛି । ଏହି ସ୍ମାର୍ଟଫୋନରେ 44 MP ସେଲଫି କ୍ୟାମେରା ରହିବ । ଏହି କ୍ୟାମେରା OIS  କୁ ସମର୍ଥନ କରିବ ଏବଂ ଏଥିରେ ସ୍ୱଳ୍ପ ଆଲୋକରେ ସେଲଫି ପାଇଁ ଡୁଆଲ୍ ସ୍ପଟ୍ ଲାଇଟ୍ ଫ୍ଲାସ୍  ମିଳିବ । ସେଲଫି କ୍ୟାମେରା ପାଇଁ ଫୋନର ଡିସପ୍ଲେରେ ୱାଟରଡ୍ରପ୍-ନଚ୍ ରହିବ ।

ପ୍ରାଇମେରୀ କ୍ୟାମେରା ବିଷୟରେ କହିବାକୁ ଗଲେ, ଏଥିରେ ଏକ ଆୟତାକାର ଆକୃତିର ଏକ ଟ୍ରିପଲ୍ କ୍ୟାମେରା ସେଟଅପ୍ ଦିଆଯିବ । ପଛ କ୍ୟାମେରାରେ 64 MP ପ୍ରାଇମେରୀ ସେନ୍ସର ମିଳିବ । ଫୋନରେ 4000mAh ବ୍ୟାଟେରୀ ମିଳିବ, ଯାହା 33W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିବ । ଫୋନ୍ ତିନୋଟି ରଙ୍ଗ ବିକଳ୍ପରେ ଆସିବ – ଆର୍କଟିକ୍ ହ୍ୱାଇଟ, ଡସ୍କ ବ୍ଲୁ ଏବଂ ସନସେଟ ଡେଜଲ ।

Get real time updates directly on you device, subscribe now.