fbpx

ଲଞ୍ଚ ହେଲା Vivo Y21A ସ୍ମାର୍ଟଫୋନ, 5000 mAh ବ୍ୟାଟେରୀ ସହ ମିଳିବ Virtual RAM

ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Vivo ଏହାର ନୂଆ ସ୍ମାର୍ଟଫୋନ Vivo Y21A କୁ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନକୁ ନେଇ ଅନେକ ସମୟ ଧରି ଚର୍ଚ୍ଚା ହେଉଥିଲା । ଏବେ ଏହା ଅଫିସିଆଲ ଭାବରେ ଲଞ୍ଚ କରାଯାଇଛି । Vivo Y21A କୁ ଭିଭୋ ୱାଇ ୨୦ ଏ ର ଅପଗ୍ରେଡ ଭର୍ଜନ ଭାବରେ ଲଞ୍ଚ କରାଯାଇଛି । ଫୋନରେ ପ୍ଲାଷ୍ଟିକ ବଡି, ଡ୍ୟୁ ଡ୍ରପ୍ ନଚ ଡିସେପ୍ଲେ  ଏବଂ ଡୁଆଲ କ୍ୟାମେରା ସେଟଅପ ରହିଛି । ଫୋନର ଓଜନ ୧୮୩ ଗ୍ରାମ ରହିଛି ଏହାକୁ ଦୁଇଟି କଲର ଅପ୍ସନ ମିଡନାଇଟ ବ୍ଲୁ ଏବଂ ଡାଇମଣ୍ଡ ଗ୍ଲୋ ଅପ୍ସନରେରେ ଲଞ୍ଚ କରାଯାଇଛି ।

ଏମିତି ରହିଛି ଫୋନର ଫିଚର୍ସ:

ଫୋନରେ ୬.୫୨ ଇଞ୍ଚର ଏଚଡି+ ଏଲସିଡି ଡିସ୍ପେ୍ଲ ରହିଛି  । ଯାହାର ରେଜୋଲ୍ୟୁସନ ୧୬୦୦x୭୨୦ ରହିଛି । ଫୋନରେ MediaTek Helio P22 ପ୍ରୋସେସର ରହିଛି । ଫୋନକୁ କେବଳ ଗୋଟିଏ ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି ଯାହା ହେଉଛି ୪ ଜିବି+ ୬୪ ଜିବି । ଏହାର ଇଣ୍ଟରନାଲ ଷ୍ଟୋରେଜକୁ ମେମୋରୀ କାର୍ଡ ସାହାଯ୍ୟରେ ବଢ଼ାଯାଇପାରିବ । ଫୋନରେ ୧ ଜିବିର ଭର୍ଚୁଆଲ ରାମ୍ ମଧ୍ୟ ରହିଛି । ସେହିଭଳି ଫୋନରେ ଟ୍ରିପଲ କ୍ୟାମେରା ସେଟଅପ୍ ଦେଖିବାକୁ ମିଳିବ। ପ୍ରାଇମେରୀ କ୍ୟାମେରା ୧୩ ମେଗାପିକ୍ସଲର ଥିବାବେଳେ, ୨ ମେଗାପିକ୍ସଲର ମାକ୍ରୋ କ୍ୟାମେରା ରହିଛି । ସେଲ୍ଫୀ ଏବଂ ଭିଡିଓ କଲ୍ ପାଇଁ ୮ ମେଗାପିକ୍ସଲର ଫ୍ରଣ୍ଟ କ୍ୟାମେରା ରହିଛି ।

ସ୍ମାର୍ଟଫୋନ ଆଣ୍ଡ୍ରଏଡ୍ ୧୧ ଏବଂ ଦ୍ୱାରା ପରିଚାଳିତ । ୟୁଜର ଇଣ୍ଟରଫେସ୍ କହିଲେ ଏହାର ଫନଟଚ୍ ଓଏସ ୧୧.୧ ଦେଖିବାକୁ ମିଳିବ । ଏଥିରେ ସାଇଡ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସେନ୍ସର, ପ୍ରକ୍ସିମିଟି ସେନ୍ସର, କମ୍ପାସ ଏବଂ ଆମ୍ବିଏଣ୍ଟ ଲାଇଟ ସେନ୍ସର ଭଳି ସେନ୍ସର ରହିଛି । ଫୋନରେ ଡୁଆଲ ୪ଜି, ଡୁଆଲ ବ୍ୟାଣ୍ଡ ୱାଇଫାଇ, ବ୍ଲୁଟୁଥ୍ ୫.୦, ୟୁଏସବି ଟାଇପ୍ ସି ଏବଂ ଏକ ୩.୫ ଏମଏମ ଜ୍ୟାକ ରହିଛି । ଫୋନରେ ୫୦୦୦ ଏମଏଚର ବ୍ୟାଟେରୀ ଏବଂ ୧୮ ୱାଟର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ତେବେ ଏପର୍ଯ୍ୟନ୍ତ ଏହାର ଦାମ ଜଣା ପଡ଼ିନାହିଁ ।

Get real time updates directly on you device, subscribe now.