fbpx

5000 mAh ବ୍ୟାଟେରୀ ସହ VIVOର ନୂଆ ସ୍ମାର୍ଟଫୋନ ଲଞ୍ଚ, ଦାମ୍ ୧୦ ହଜାରରୁ କମ୍

ଭୁବନେଶ୍ୱର: ସ୍ମାର୍ଟଫୋନ କମ୍ପାନୀ ଭିଭୋ ଏହାର ନୂଆ ସ୍ମାର୍ଟଫୋନ Vivo Y3s(2021) କୁ ଭାରତରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନରେ ରିଭର୍ସ ଚାର୍ଜିଂ ସପୋର୍ଟ, ଅଧିକ ବ୍ୟାଟେରୀ ସହ ମିଡିଆଟେକ ହିଲିଓ ପି ୩୫ ପ୍ରୋସେସର ଭଳି ସୁବିଧା ରହିଛି । ଭିଭୋର ଏହି ନୂଆ ସ୍ମାର୍ଟଫୋନର ଦାମ ୧୦ ହଜାରରୁ କମ୍ ରହିଛି ।

ଏମିତି ରହିଛି ସ୍ମାର୍ଟଫୋନର ସ୍ପେସିଫିକେସନ:

Vivo Y3s (2021)  ସ୍ମାର୍ଟଫୋନ Android 11 Go Edition ଏବଂ FunTouch OS 11 ଦ୍ୱାରା ପରିଚାଳିତ ଏବଂ ଏଥିରେ 6.5 inch HD+ ଡିସପ୍ଲେ ଦିଆଯାଇଛି । ଏହି ଫୋନରେ 2 GB RAM ସହ MediaTek Helio P35 ପ୍ରୋସେସର ଦିଆଯାଇଛି । ଏହାର ଇଣ୍ଟରନାଲ ମେମୋରୀ ୩୨ଜିବି ରହିଛି, ଯାହାକୁ ମେମୋରୀ କାର୍ଡ ସାହାଯ୍ୟରେ 1TB ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଫଟୋଗ୍ରାଫୀ ପାଇଁ ଭିଭୋ ୱାଇ ୩ ଏସ(୨୦୨୧)ରେ 13 MP ର ରିୟର କ୍ୟାମେରା, 5 MPର ଫ୍ରଣ୍ଟ କ୍ୟାମେରା ରହିଛି । ଏହି ଫୋନରେ ଫେସ ଅନଲକ ମଧ୍ୟ ରହିଛି ।

Vivo Y3s ରେ 5000 mAhର ବ୍ୟାଟେରୀ ରହିଛି ଏହା ସହ ରିଭର୍ସ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି । ମୋବାଇଲରେ 4G ସହ ଡୁଆଲ ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ ଭର୍ଜନ ୫, ମାଇକ୍ରୋ ୟୁଏସବି ପୋର୍ଟ, ହେଡଫୋନ ଜ୍ୟାକ୍ ଏବଂ ଜିପିଏସ ସପୋର୍ଟ ଦିଆଯାଇଛି ।

Vivo Y3s 2021 ସିଙ୍ଗିଲ ଭାରିଏଣ୍ଟ 2 GB+32 GB ର ଦାମ ଭାରତରେ ୯,୪୯୦ ଟଙ୍କା ରହିଛି । ଗ୍ରାହକ ଏହାକୁ ତିନିଟି କଲର ଅପ୍ସନ- ପର୍ଲ ହ୍ୱାଇଟ, ମିଣ୍ଟ ଗ୍ରୀନ ଏବଂ ଷ୍ଟାରୀ ବ୍ଲୁ ରେ କିଣିପାରିବେ । ଭିଭୋ ଇଣ୍ଡିଆ ଇ-ଷ୍ଟୋର, ଆମାଜନ, ଫ୍ଲିପକାର୍ଟ ଏବଂ ବିଭିନ୍ନ ଅନଲାଇନ ଏବଂ ଅଫଲାଇନ ରିଟେଲର ଷ୍ଟୋରରୁ କିଣିପାରିବେ ଗ୍ରାହକ ।

Get real time updates directly on you device, subscribe now.