fbpx

ଆଉ ନାହାନ୍ତି ରୁଷ୍ ରାଷ୍ଟ୍ରପତି! ପୁଟିନ ବଞ୍ଚିଛନ୍ତି ବୋଲି ବିଶ୍ୱାସ ହେଉନି, ବଡ଼ ବୟାନ ଦେଲେ ଜେଲେନସ୍କି

ନୂଆଦିଲ୍ଲୀ: ପାଖାପାଖି ୧ ବର୍ଷ ଧରି ଲାଗି ରହିଥିବା ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ବିରାମ ଲାଗିପାରୁନାହିଁ । ଏହା ମଧ୍ୟରେ ଏକାଧିକ ବାର ଦ୍ୱିପାକ୍ଷିକ ଆଲୋଚନା ବିଫଳ ହୋଇଛି । ଏହି ଯୁଦ୍ଧ ପାଇଁ ଦୁଇ ରାଷ୍ଟ୍ରର ବହୁ ଧନଜୀବନ ନଷ୍ଟ ହେବା ସହ ସାରା ବିଶ୍ୱର ଅର୍ଥନୈତିକ କ୍ଷେତ୍ର ମଧ୍ୟ ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛି । ତେବେ ଏହା ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଏକ ବଡ଼ ବୟାନ ଦେଇଛନ୍ତି ।

ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବଞ୍ଚିଛନ୍ତି ନା ମରିଛନ୍ତି ସେନେଇ ପ୍ରଶ୍ନ ଉଠାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ବିଶ୍ୱ ଇକୋନୋମିକ ଫୋରମର ଏକ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିରେ ସମ୍ବୋଧିତ କରିବା ଅବସରରେ ଜେଲେନସ୍କିଙ୍କ ଏହି ବୟାନ ଦେଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି । ଏହା ପୂର୍ବରୁ ଏନେକ ଥର ପୁଟିନ କୌଣସି ଗମ୍ଭୀର ରୋଗରେ ସଂକ୍ରମିତ ଥିବା ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଥିଲା । ଏବେ ପୁଣି ଜେଲେନସ୍କିଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଜେଲେନସ୍କି କହିଛନ୍ତି, ମୁଁ ବୁଝିପାରୁନାହିଁ, ଏହି କଥାକୁ କିପରି କହିବି । ପୁଟିନ ଜୀବିତ ଅଛନ୍ତି ନା ନାହିଁ, ଏହା ପକ୍କା ଭାବେ କହିହେବ ନାହିଁ । ଯଦି ସେ ଜୀବିତ ନାହାନ୍ତି ତେବେ ସମସ୍ତ ନିଷ୍ପତ୍ତି କିଏ ନେଉଛି । ପୂର୍ବାପେକ୍ଷା ପୁଟିନ ଏବେ ସର୍ବସାଧାରଣରେ କମ୍ ଦେଖାଦେଉ ଥିବାରୁ ଜେଲେନସ୍କି ଏପରି ସନ୍ଦେହ ପ୍ରକଟ କରିଛନ୍ତି । ମାତ୍ର ଏହାର କୌଣସି ପ୍ରମାଣ ନାହିଁ । ଗୋଟିଏ ପଟେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଅନ୍ୟ ପଟେ ସେ ସାର୍ବଜନିକ ରୂପେ କମ୍ ଦୃଶ୍ୟମାନ ଦେଉଛନ୍ତି । ତେବେ ପୁଟିନ ବର୍ତ୍ତମାନ ୭୦ ବର୍ଷ ବୟସରେ ଉପନୀତ ହୋଇ ସାରିଥିବାରୁ ପୂର୍ବାପେକ୍ଷା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହୁନାହିଁ । ତେବେ ଜେଲେନସ୍କି କେବେ ବି ପୁଟିନ ଓ ରୁଷର ଅସ୍ତିତ୍ୱକୁ ପସନ୍ଦ କରିବେ ନାହିଁ ବୋଲି ରୁଷ ପକ୍ଷରୁ ଏହାର ଜବାବ ଦିଆଯାଇଛି ।

Get real time updates directly on you device, subscribe now.