fbpx

ଡିପ୍ରେସନକୁ ଦୂରେଇ ଥାଏ ଭୋଡକା ! ଜାଣିଛନ୍ତି କି ଏହାର ଫାଇଦା

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଯୋଗୁଁ ଉଦାସୀନତାର ଶିକାର ହେଉଛନ୍ତି। ମାନସିକ ଅଶାନ୍ତି ହେଲେ ବ୍ୟକ୍ତିର ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଅନ୍ୟପଟେ ଭୋଡକାକୁ ଆପଣ ମଦ ବୋଲି କହିପାରିବେ, କିନ୍ତୁ ଏହାର ଅନେକ ଫାଇଦା ରହିଛି । ଅନେକ ଅନୁସନ୍ଧାନରେ ଏହାର ଲାଭ ବିଷୟରେ କୁହାଯାଇଛି । ଯେପରିକି..

-ଡାକ୍ତରମାନେ କୁହନ୍ତି କି, ଯେତେବେଳେ ଆପଣ ଦିନ ସାରା କାମ କରି ଘରକୁ ଫେରନ୍ତି, ସେବେ ଆପଣଙ୍କ ଭିତରେ ଅନେକ ଚାପ ରଖିଥାଏ । ସେହି ସମୟରେ କିଛି ମାତ୍ରାରେ ଭୋଡକା ପିଇବା ଦ୍ୱାରା ଅବସାଦ ଦୂର ହୋଇଥାଏ ।

-ଦାନ୍ତ ସମସ୍ୟାରୁ ମୁକ୍ତି ଦେଇଥାଏ ଭୋଡକା । ଦାନ୍ତରେ ଯେଉଁଠି ଯନ୍ତ୍ରଣା ହେଉଥିବ, ସେଠାରେ ଭୋଡକା ଢାଳିଦିଅନ୍ତୁ । ଦେଖିବେ ଦାନ୍ତର ସମସ୍ୟା କିଛି ସମୟ ମଧ୍ୟରେ ଦୂରେଇ ଯିବ ।

-ତ୍ୱଚାକୁ ଚମକାଇବା ପାଇଁ ଓ ଦାଗ ହଟାଇବା ପାଇଁ ଆପଣ ଭୋଡକା ବ୍ୟବହାର କରିପାରିବେ ।

-କେଶ ପାଇଁ ମଧ୍ୟ ଭୋଡକା ଅନେକ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ କେଶ ମୂଳରୁ ମଇଳା ବାହାରିବା ସହ କେଶକୁ ଚମକଦାର ଓ ଶକ୍ତିଶାଳୀ ହୋଇଥାଏ ।

Get real time updates directly on you device, subscribe now.