fbpx

Whatsapp କୁ ନେଇ ବଡ଼ ଅପଡେଟ୍ : ଏଣିକି Status ରେ ବି ରଖିପାରିବେ ଭଏସ ନୋଟ୍

ନୂଆଦିଲ୍ଲୀ: Whatsapp ଏହାର ୟୁଜର୍ସଙ୍କ ଚାଟିଂ ଏକ୍ସପିରିଏନ୍ସକୁ ଅଧିକ ମଜାଦାର କରିବା ପାଇଁ ନୂଆ ନୂଆ ଫିଚର ଆଣିଥାଏ । ଏହିକ୍ରମରେ ଏବେ ହ୍ୱାଟ୍ସଆପ୍ ଆଉ ଏକ ଜବରଦସ୍ତ ଫିଚରର ଏଣ୍ଟ୍ରି ହେବାକୁ ଯାଉଛି । ଏହି ଫିଚର ଆସିବା ପରେ ଆପଣ Voice Note କୁ ବି ହ୍ୱାଟ୍ସଆପ୍ ଷ୍ଟାଟସରେ ରଖିପାରିବେ ।

WABetaInfo ଏକ ରିପୋର୍ଟ ଅନୂଯାୟୀ, ଏହି ଫିଚରର ବିଟା ଭର୍ଜନର ଏକ ସ୍କ୍ରିନ୍ ସଟ୍ ସାମ୍ନାକୁ ଆସିଛି । ଶେୟାର ହୋଇଥିବା ସ୍କ୍ରିନ ସଟ୍ ରେ ଦେଖାଯାଉଛି ଯେ ଭଏସ ନୋଟ୍ କୁ ଷ୍ଟାଟସ ଭାବରେ ରଖିପାରିବେ । ଏହା ସହ ଭଏସ ନୋଟ୍ ଷ୍ଟାଟସ ଅପଡେଟ କରିବା ସମୟରେ ବ୍ୟାକଗ୍ରାଉଣ୍ଡ କଲରକୁ ବି ନିଜ ହିସାବରେ ସେଟ୍ କରିପାରିବେ ।

ରିପୋର୍ଟ ଅନୂଯାୟୀ ୟୁଜର୍ସ ୩୦ ସେକେଣ୍ଡର ଭଏସ ନୋଟ୍ ଷ୍ଟାଟସ ରଖିପାରିବେ । କମ୍ପାନୀ ଏହି ଫିଚରକୁ ଏବେ ଟେଷ୍ଟିଂ କରୁଛି । ବିଟା ଟେଷ୍ଟିଂ ପୂରା ହେବା ପରେ ଏହାର ଷ୍ଟେବୁଲ ଭର୍ଜନ ରିଲଜ୍ କରାଯିବ ।

Get real time updates directly on you device, subscribe now.