fbpx

ନିଜ ଇଚ୍ଛାରେ ଯୌନ ସମ୍ବନ୍ଧ ରଖିଲେ ପୋକ୍ସୋ କୋର୍ଟ ଅଧୀନରେ ଅପରାଧ ନୁହେଁ: ହାଇକୋର୍ଟ

କୋଲକାତା: ଯଦି ନାବାଳିକା ନିଜ ଇଚ୍ଛାରେ ଯୌନ ସମ୍ବନ୍ଧ ରଖୁଛନ୍ତି ତେବେ ପୋକ୍ସୋ କୋର୍ଟ ଅଧୀନରେ ତାକୁ ଅପରାଧ କୁହାଯିବ ନାହିଁ । ଏକ ମାମଲାର ଶୁଣାଣି କରିବା ସମୟରେ କୋଲକାତା ହାଇକୋର୍ଟ ଏପରି କିଛି କହିଛନ୍ତି । ଏହିଭଳି ଏକ ରାୟ ଶୁଣାଇ ଜଣେ ୨୨ ବର୍ଷିୟ ଯୁବକଙ୍କୁ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିଛନ୍ତି ହାଇକୋର୍ଟ ।

ସୂଚନା ଅନୁସାରେ, ଜଣେ ୧୬ ବର୍ଷୀୟ ନାବାଳିକା ଓ ୨୨ ବର୍ଷିୟ ଯୁବକ ଦୁହେଁ ସହମତି କ୍ରମେ ଯୌନ ସମ୍ବନ୍ଧ ରଖିବା ମାମଲାରେ ଯୁବକଙ୍କୁ ଦୁଷ୍କର୍ମ ଅଭିଯୋଗରୁ ମୁକ୍ତ କରିବା ପାଇଁ କୋଲକାତା ହାଇକୋର୍ଟ ଆଦେଶ ଜାରି କରିଛନ୍ତି । ହାଇକୋର୍ଟ କହିଛନ୍ତି ଯେ, ସ୍ୱଇଚ୍ଛାରେ ରଖାଯାଇଥିବା ଯୌନ ସମ୍ବନ୍ଧକୁ ପୋକ୍ସୋ ଆକ୍ଟ ଅଧୀନରେ ଅପରାଧ ବୋଲି ଧରାଯିବ ନାହିଁ ।

Get real time updates directly on you device, subscribe now.