fbpx

୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ: ସମ୍ପୂର୍ଣ୍ଣ ଭିଡିଓଗ୍ରାଫିରେ ହେବ ଭୋଟ ଗ୍ରହଣ ପ୍ରକ୍ରିୟା

ନୂଆଦିଲ୍ଲୀ: ୪ଟି ରାଜ୍ୟର ୧୬ଟି ରାଜ୍ୟସଭା ଆସନରେ ଆଜି ନିର୍ବାଚନ ହେବ । ସେହି ୪ଟି ରାଜ୍ୟ ହେଉଛି ହରିୟାଣା, ରାଜସ୍ଥାନ, ମହାରାଷ୍ଟ୍ର ଓ କର୍ଣ୍ଣାଟକ । ୧୬ଟି ଆସନରେ ଭୋଟ ଗ୍ରହଣ କରାଯିବ । ସେଥିରେ ହରିୟାଣାର ୨, ରାଜସ୍ଥାନର ୪, ମହାରାଷ୍ଟ୍ରର ୬ ଓ କର୍ଣ୍ଣାଟକର ୪ଟି ଆସନ ପାଇଁ ନିର୍ବାଚନ ହେବ । ଘୋଡ଼ାବେପାର ଅଭିଯୋଗ ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ନିର୍ବାଚନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଭିଡିଓଗ୍ରାଫି ହେବ ।

ତେବେ ୧୫ ରାଜ୍ୟରୁ ୫୭ଟି ଆସନ ‌ଲାଗି ଏହି ନିର୍ବାଚନ ହେବାକୁ ଯାଉଥିବା ବେଳେ ୪୧ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି। ତେବେ ଅବଶିଷ୍ଟ ୧୬ଟି ଆସନ ଲାଗି ଆଜି ମତଦାନ ହେବ। ମହାରାଷ୍ଟ୍ର, ରାଜସ୍ଥାନ, କର୍ଣ୍ଣାଟକ ଏବଂ ହରିଆଣାରେ ଏହି ନିର୍ବାଚନ ହେବ। ବିଭିନ୍ନ ଦଳ ଏବଂ ବିଶେଷ କରି ବିଜେପି ଏବଂ କଂଗ୍ରେସ ନିଜ ଶକ୍ତି ଠାରୁ ଅଧିକ ସଂଖ୍ୟକ ପ୍ରାର୍ଥୀ ଦେଇଥିବାରୁ ମତଦାନ ଜରୁରୀ ହୋଇପଡ଼ିଛି। ଏଥିରେ ବିଜେପିର ବିଶେଷ କ୍ଷତି ହେବନାହିଁ, କିନ୍ତୁ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି ‌‌ହୋଇପାରେ।

ଏହି ୪୧ ସାଂସଦ ଓଡିଶା, ଉତ୍ତରପ୍ରଦେଶ, ତାମିଲନାଡୁ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ଏବଂ ଉତ୍ତରାଖଣ୍ଡରୁ ରହିଛନ୍ତି । ତେବେ ଦୀର୍ଘ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ରାଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି । ଏହା ପୁର୍ବରୁ ଗତକାଲି ମହାରାଷ୍ଟ୍ରରେ ଶାସକ ଦଳକୁ ଶକ୍ତ ଝଟକା ଲାଗିଛି । ୨ ଗିରଫ ନେତା ନୱାବ ମଲିକ ଏବଂ ଅନୀଲ ଦେଶମୁଖଙ୍କ ଜାମିନ ଆବେଦନକୁ ଗତକାଲି ସ୍ୱତନ୍ତ୍ର କୋର୍ଟ ଖାରଜ କରିଦେଇଛନ୍ତି ।

Get real time updates directly on you device, subscribe now.