fbpx

କିଟ୍ ଖରାପ ଯୋଗୁଁ ଭିସୁଟରେ ପଜିଟିଭ୍

ବୁର୍ଲା, ୨ା୩(ଓଡିଶା ଭାସ୍କର) : ଭିସୁଟରେ ୨୫ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହେବା ପ୍ରସଙ୍ଗରେ ସ୍ପଷ୍ଟୋକ୍ତି ରଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ଯେ, ‘କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ୍ ଆସିଥିଲା । ଆରଟି-ପିସିଆର ଟେଷ୍ଟରେ କେହି ପଜିଟିଭ୍ ଆସିନାହାନ୍ତି । ବୁର୍ଲା ଭିସୁଟରେ ଆଣ୍ଟିଜେନ ଟେଷ୍ଟ ପରେ ଛାତ୍ରଛାତ୍ରୀମାନଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା ।’

ତେବେ ଭିସୁଟ ହଷ୍ଟେଲରେ ପଜିଟିଭ ଚିହ୍ନଟ ପରେ ଆଖପାଖ ଅଞ୍ଚଳ ବନ୍ଦ ରହିଥିଲା । ଏପରିକି ଭିସୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।

Get real time updates directly on you device, subscribe now.