fbpx

ଷ୍ଟୋଇନିସ୍ ଓ ୱେଡଙ୍କ ଧୂଆଁଧାର ବ୍ୟାଟିଂରେ ପାକ୍ ଚିତପଟାଙ୍ଗ: ଫାଇନାଲ ଖେଳିବେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବଂ ୱିକେଟ ରକ୍ଷକ ମାଥ୍ୟୁ ୱେଡଙ୍କ ଧୂଆଁଧାର ବ୍ୟାଟିଂରେ ପାକିସ୍ତାନ ଚିତପଟାଙ୍ଗ ମାରିଛି । ଶେଷ ୪ ଓଭରରେ ଧୂଆଁଧାର ବ୍ୟାଟିଂ କରିବା ସହିତ ପାକିସ୍ତାନ ହାତରୁ ମ୍ୟାଚ ଛଡାଇ ନେଇଥିଲେ ଏହି ଦୁଇ ଖେଳାଳି । ୧୭୭ ରନ ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ୧୯ ଓଭରରେ ୫ ୱିକେଟ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ ୱିକେଟ ହରାଇ ୧୭୬ ରନ ସଂଗ୍ରହ କରିଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ ସର୍ବାଧିକ ୬୭ ରନ କରିଥିଲେ । ଫଖର ଜମାନ ଅପରାଜିତ ୫୫ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାବର ଆଜମ ୩୯ ରନ ସଂଗ୍ରହ କରିଥିଲେ । ରିଜୱାନ ୫୨ ବଲ ଖେଳି ୩ ଚୌକା ଓ ୪ ଛକା ମାରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ଦୁଇଟି ୱିକେଟ ନେଇଥିଲେ ।

୧୭୭ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଟ ୱାର୍ଣ୍ଣର ସର୍ବାଧିକ ୪୯ ରନ ସଂଗ୍ରହ କରିଥିଲେ । ଦଳୀୟ ସ୍କୋର ୮୯ରେ ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବରେ ୱାର୍ଣ୍ଣର ଆଉଟ ହୋଇଥିଲେ । ଏହାପରେ ମ୍ୟାକ୍ସୱେଲ ମଧ୍ୟ ବିଫଳ ହୋଇଥିଲେ । ମ୍ୟାଚ ସମ୍ପୂର୍ଣ୍ଣ ଭାବରେ ପାକିସ୍ତାନ ନିୟନ୍ତ୍ରଣରେ ରହିଥିବା ବେଳେ ଷ୍ଟୋଇନିସ ଏବଂ ୱେଡ କିନ୍ତୁ ଚମକ୍ରାର ବ୍ୟାଟିଂ କରିଥିଲେ । ଷ୍ଟୋଇନିସ ୩୧ ବଲ ଖେଳି ଦୁଇଟି ଲେଖାଏଁ ଛକା ଓ ଚୌକା ସହିତ ଅପରାଜିତ ୪୦ ରନ କରିଥିଲେ । ଅନ୍ୟ ପକ୍ଷରେ ମାଥ୍ୟୁ ୱେଡ ଶାହିନ ଆଫ୍ରିଦିଙ୍କୁ ହ୍ୟାଟ୍ରିକ ଛକା ମାରିବା ସହିତ ୧୭ ବଲରୁ ଧୂଆଁଧାର ୪୧ ରନ କରିଥିଲେ । ୱେଡଙ୍କ ଇନିଂସରେ ୨ ଚୌକା ଓ ୪ ଛକା ସାମିଲ ଥିଲା । ପାକିସ୍ତାନ ପକ୍ଷରୁ ଶଦାବ ଖାନ ସର୍ବାଧିକ ୪ଟି ୱିକେଟ ନେଇଥିଲେ । ୪୧ ରନର ମ୍ୟାଚ ବିଜୟୀ ଇନିଂସ ପାଇଁ ୱେଡଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.