fbpx

ବ୍ଲଡ ସୁଗାର ଲେବୁଲକୁ କଣ୍ଟ୍ରୋଲ କରିବାକୁ ଚାହୁଁଛନ୍ତି କି? ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଡ଼ାଇବେଟିସ ଏକ କ୍ରନିକ ରୋଗ ଅଟେ । ଏହି ରୋଗକୁ ସମ୍ପୂର୍ଣ୍ଣ ଠିକ କରାଯିବା ଅସମ୍ବବ, କିନ୍ତୁ ଲାଇଫଷ୍ଟାଇଲକୁ ବଦଳାଇ ଏହାକୁ କଣ୍ଟ୍ରୋଲ କରାଯାଇପାରିବ । ଡ଼ାଇବେଟିସ ରୋଗୀ ନିଜର ଖାଦ୍ୟ ପାନୀୟକୁ ଠିକ ରଖିବା ସହ ଜୀବନ ପ୍ରଣାଳୀର ଯତ୍ନ ନେବା ନିହାତି ଆବଶ୍ୟକ । ଏପରି ରୋଗୀଙ୍କୁ ଭରପୁର ନିଦ ସହ ଷ୍ଟ୍ରେସ କମ ନେବା, ଏବଂ ରାତିରେ ରିଲାକ୍ସ ହୋଇ ଶୋଇବା ଦରକାର । ତେବେ ଡ଼ାଇବେଟିସ ରୋଗୀଙ୍କ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଜିନିଷ ହେଉଛି ନିଦ୍ରା, କାରଣ ଏହାଦ୍ୱାରା ଶରୀରରେ ସୁଗାର ଲେବୁଲ କମିବାରେ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା କଣ କରିବା ଦ୍ୱାରା ଆପଣଙ୍କ ଡ଼ାଇବେସିସ ଲେବୁଲ କଣ୍ଟ୍ରୋଲ ହୋଇ ରହିବ ।

କଫିନ ସେବନ କରିବା କମ କରନ୍ତୁ- ଡ଼ାଇବେଟିସ ପେସେଣ୍ଟ ରାତିରେ ଶୋଇବା ପୂର୍ବରୁ କଫିନ ଯୁକ୍ତ ଖାଦ୍ୟ ଯେପରିକି ଚା, କଫି, ଚକୋଲେଟ ଏବଂ ସୋଡ଼ା ଆଦିର ସେବନ ବିଲକୁଲ ନ କରିବା ଆବଶ୍ୟକ. କାରଣ କଫିନ ଯୁକ୍ତ ଜିନିଷ ଆପଣଙ୍କୁ ଜାଗ୍ରତ କରି ରଖିବ । ନିଦ୍ରା ହେବାକୁ ଦେବ ନାହିଁ । ଏହା ବ୍ୟତୀତ ମଦ ଓ ଧୂମପାନ ସେବନ କରିବା ମାତ୍ରା କମାନ୍ତୁ କାରଣ ଏହା ମଧ୍ୟ ନିଦ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଫିଜିକାଲ ଅକ୍ଟିଭିଟି- ଶୋଇବା ପୁର୍ବରୁ କିଛି ଶାରୀରିକ ପରିଶ୍ରମ ନିହାତି ଆବଶ୍ୟକ ଏହା ଦ୍ୱାରା ଭଲ ନିଦ୍ରା ହେବା ସହ ଷ୍ଟେସ ଲେବୁଲ କମ ହୋଇଥାଏ । ଏହା ବ୍ୟତୀତ ଆପଣଙ୍କ ଶରୀରରେ ସୁଗାର ଲେବୁଲ ରାତି ସାରା ସ୍ଥିର ରହିବାରେ ସାହାଯ୍ୟ କରିଥାଏ ।

ରାତିରେ ସ୍ନାକ୍ସ ଆଇଟମକୁ ଖାଆନ୍ତୁ ନାହିଁ- ଡ଼ାଇବେଟିସ ପେସେଣ୍ଟଙ୍କୁ ବହୁବାର ଭୋକ ହୋଇଥାଏ । ସେଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ କୌଣସି ସ୍ନାକ୍ସ ଆଇଟମ ଖାଆନ୍ତୁ ନାହିଁ । ରାତିରେ ସବୁ ଜିନିଷ ଖାଇବା ଦ୍ୱାରା ଏହା ଶରୀରର ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାସହ ବ୍ଲଡ୍ ସୁଗାର ଲେବୁଲ ମଧ୍ୟ ବଢିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ସର୍ବଦା ହାଲୁକା ଖାଦ୍ୟ ଖାଇବା ଆବଶ୍ୟକ ।

ବ୍ଲଡ୍ ସୁଗାର ଲେବୁଲକୁ ଚେକ କରନ୍ତୁ- ରାତିରେ ଶୋଇବା ପୂର୍ବରୁ ଏବଂ ଶୋଇକି ଉଠିବା ପରେ ଆପଣ ନିଜର ବ୍ଲଡ୍ ସୁଗାର ଲେବୁଲକୁ ଚେକ କରିବା ନିହାତି ଆବଶ୍ୟକ ।

ଆସନ୍ତା କାଲି ପାଇଁ ଖାଦ୍ୟ ପ୍ରଣାଳୀର ପ୍ଲାନ କରନ୍ତୁ- ଡ଼ାଇବେଟିସ ରୋଗୀ ପାଇଁ ଜରୁରୀ ଅଟେ ଯେ, ଆପଣ ନିଜର ଆସନ୍ତା ଦିନ ପାଇଁ ଖାଦ୍ୟ ତଲିକା ପ୍ରସ୍ତୁତ କରିବା । ଏହାଦ୍ୱାରା ଆପଣଙ୍କୁ ସକାଳୁ ସକାଳୁ ଖାଦ୍ୟ ପାଇଁ ଅଧିକ ଭାବିବାକୁ ପଡ଼ିବ ନାହିଁ ଏବଂ ଜଙ୍କ ଫୁଡ଼ରୁ ନିଜକୁ ରକ୍ଷା କରିପାରିବେ ।

Get real time updates directly on you device, subscribe now.