fbpx

ୟୁରିକ ଏସିଡ ରୋଗରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ତୁରନ୍ତ ଆପଣାନ୍ତୁ ଏହି ଉପାୟ

ୟୁରିକ ଏସିଡ ହେଉଛି ଏକ ରାସାୟନିକ ପଦାର୍ଥ । ଯେତେବେଳେ ଶରୀରରେ ପ୍ୟୁରିକ ନାମକ ପଦାର୍ଥ ଅଧିକ ହୋଇଯାଏ ସେତେବେଳେ ଏହି ପ୍ରଭାବରେ ୟୁରିକ ଏସିଡ ରୋଗ ହୋଇଥାଏ । ସାଧାରଣତଃ ଶରୀରରେ ପ୍ୟୁରିନ ଉତ୍ପାଦିତ ହୁଏ ଏବଂ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଖାଇଲେ ଏହାର ପରିମାଣ ଅଧିକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ପାଇଁ କେଉଁ କେଉଁ ଖାଦ୍ୟ ଉପରେ ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ ।

ମୃଦୁ ପାନୀୟରେ ଅତ୍ୟଧିକ ଚିନି ରହିଥାଏ, ଯାହା ଶରୀରରେ ୟୁରିକ ଏସିଡ୍ ବଢାଇଥାଏ । ଏହି ୟୁରିକ ଏସିଡ୍ ରୋଗ ସହ ଜଡିତ ବ୍ୟକ୍ତି ଅତ୍ୟଧିକ ଚିନି ଖାଇବା ହାନିକାରକ ଅଟେ । ସେଥିପାଇଁ ଏହି ରୋଗୀମାନେ ସଫ୍ଟ ଡ୍ରିକ୍ସ ବା ମାର୍କେଟରେ ମିଳୁଥିବା ଥଣ୍ଡା ପାନୀୟ ଜିନିଷକୁ ପିଇବା ଅନୁଚିତ ।

ଆଲକୋହଲରେ ପ୍ୟୁରିନ ଅତ୍ୟଧିକ ପରିମାଣରେ ରହିଥାଏ, ଏହା ଶରୀରରେ ୟୁରିକ ଏସିଡକୁ ବଢାଇ ଦିଏ । କିଛି ରିସର୍ଚରୁ ଜଣାପଡିଛି ଯେ, ବିୟରରେ ସବୁଠାରୁ ଅଧିକ ପ୍ୟୁରିନ ରହିଛି । ସେଥିପାଇଁ ୟୁରିକ ଏସିଡର ପିଡ଼ିତ ଲୋକମାନେ ଏହାଠାରୁ ଦୂରେଇ ରହିବା ଆବଶ୍ୟକ ।

ରେଡ ମିଟ ମଧ୍ୟ ୟୁରିକ ଏସିଡକୁ ବଢାଇଦେଇଥାଏ । କାରଣ ଏଥିରେ ବହୁ ପରିମାଣରେ ପ୍ୟୁରିନ ରହିଛି । ଏହା ଖାଇବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ ରକ୍ତରେ ବର୍ଜ୍ୟବସ୍ତୁ ଜମା କରି ରହିଥାଏ । ଏହାଦ୍ୱାରା କିଡନୀ ପଥର ଏବଂ ଆର୍ଥ୍ରାଇଟିସ୍ ରୋଗ ଜନ୍ମ ନେଇଥାଏ ।

ଉପକୂଳବର୍ତ୍ତୀ ଅଞ୍ଚଳର ବାସିନ୍ଦା ମାନେ ସମୁଦ୍ର ଖାଦ୍ୟ ଉପରେ ନିର୍ଭର କରିଥାନ୍ତି ଏବଂ ଅଧିକାଂଶ ଲୋକଙ୍କୁ ସମୁଦ୍ରରୁ ସଂଗ୍ରହ କରାଯାଇଥିବା ଖାଦ୍ୟ ପସନ୍ଦ ଆସିଥାଏ । ହେଲେ ଏହି ସମୁଦ୍ର ଜାତୀୟ ଖାଦ୍ୟରେ ପ୍ୟୁରିନ ଅଧିକ ମାତ୍ରାରେ ରହିଛି । ସାଲ୍ମନ ଏବଂ ଟ୍ରାଇଟ ଜାତୀୟ ମାଛରେ ପ୍ୟୁରିନ ଅଧିକ ରହିଥାଏ । ଏହା ୟୁରିକ ଏସିଡକୁ ବଢାଇବାରେ ସାହାଯ୍ୟ କରିଥାଏ । ଯାହା ଆଗକୁ ବଢି କିଡନୀ ଫେଲିୟରର କାରଣ ବନିଥାଏ ।

ଫୁଲକୋବି, ପାଳଙ୍ଗ ଏବଂ ମଶୁରୁମ ଭଳି ପନିପାରିବା ୟୁରିକ ଏସିଡ ବଢାଇଥାଏ । କହିବାକୁ ଗଲେ ଉପରୋକ୍ତ ଖାଦ୍ୟ ଭଳି ଏହା ୟୁରିକ ଏସିଡକୁ ଏତେ ପରିମାଣରେ ବଡାଇ ନଥାଏ ହେଲେ ଏହା କ୍ଷତିକାରକ ଅଟେ । ସେଥିପାଇଁ ପିଡିତ ଲୋକଙ୍କୁ ଏହି ପନିପରିବା ଏବଂ ଉପରୋକ୍ତ ଖାଦ୍ୟ ପାନୀୟ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ।

Get real time updates directly on you device, subscribe now.