fbpx

ଶରୀରରେ ଭାତୁଡ଼ି କରୁଛି କି ସମସ୍ୟା ? ମୁକ୍ତି ପାଇବାକୁ ଆପଣାନ୍ତୁ ଏହି ଟିପ୍ସ

ମୁହଁରେ, ବେକରେ ଓ ହାତରେ ଅନେକ ଲୋକଙ୍କର ଭାତୁଡ଼ି ହୋଇଥାଏ, କେତେକ ଲୋକଙ୍କୁ ଏହା ବଂଶାନୁକ୍ରମିକ ଭାବେ ମିଳିଥାଏ । ଆଉ କେତେକ ଲୋକ ଅଧିକ ସମୟରେ ଖରାରେ ରହିବା କାରଣରୁ ମଧ୍ୟ ଭାତୁଡ଼ି ହୋଇଥାଏ । ତେବେ ଭାତୁଡ଼ି ହେବାର ମୁଖ୍ୟ କାରଣ ହେଲା ହ୍ୟୁମାନ୍‌ ଫିପଲ୍ଲୋମା ଭାଇରସ । କେତେକ ଲୋକ ସର୍ଜରି କରାଇ ଏଥିରୁ ମୁକ୍ତି ମିଳିଥାଏ ବୋଲି ମନେ କରନ୍ତି। ଭାତୁଡ଼ି ଶରୀରକୁ ଅସୁନ୍ଦର କରିଥାଏ, ଫଳରେ ଏହାକୁ ହଟାଇବା ପାଇଁ ଲୋକେ ଅନେକ ଉପଚାର କରିଥାଆନ୍ତି। ତେବେ ଆସନ୍ତୁ ଜାଣିବା ଭାତୁଡ଼ି ସମସ୍ୟାରୁ ମୁକ୍ତି ପାଇବାର କିଛିଟା ଘରୋଇ ଉପାୟ…

– ତ୍ୱଚା ସମସ୍ୟା ପାଇଁ ବେକିଂ ସୋଡ଼ାର ବ୍ୟବହାର ଖୁବ୍‌ ଲାଭଦାୟକ। ଜଡ଼ାତେଲରେ ବେକିଂ ସୋଡ଼ା ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଲଗାତର କିଛିଦିନ କରନ୍ତୁ। ଦେଖିବେ କିଛିଦିନ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ।

– ଭାତୁଡ଼ି ହୋଇଥିବା ସ୍ଥାନରେ ଲେମ୍ବୁରସ ଲଗାଇଲେ ଲାଭଦାୟକ ସାବ୍ୟସ୍ତ ହୋଇଥାଏ।

– ଭାତୁଡ଼ି ହଟାଇବା ପାଇଁ ଆଳୁରସ ଏକ ଭଲ ବିକଳ୍ପ। ରାତିସାରା ଆଳୁରସକୁ ଭାତୁଡ଼ି ହୋଇଥିବା ସ୍ଥାନରେ ଲଗାଇ ଶୁଅନ୍ତୁ। ସକାଳୁ ଉଠି ଭଲ ଭାବରେ ଧୋଇଦିଅନ୍ତୁ। ଖୁବ୍‌ଶୀଘ୍ର ସୁଫଳ ମିଳିବ।

– ରସୁଣର କିଛି ପାଖୁଡ଼ା ଛଡ଼ାଇ ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ଭାତୁଡ଼ି ହୋଇଥିବା ସ୍ଥାନରେ ଘଷନ୍ତୁ।

 

Get real time updates directly on you device, subscribe now.