BCCIର ବଡ଼ ଘୋଷଣା, ନ୍ୟୁଜଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଏହି ଖେଳାଳି, ପ୍ରଥମ ଥର ସାମିଲ୍ ହେଲେ ଆୟୁଷ…
BCCIର ବଡ଼ ଘୋଷଣା, ନ୍ୟୁଜଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଲେ ଏହି ଖେଳାଳି
Ayush Badoni: ବଡ଼ ଘୋଷଣା କଲା BCCI । ଦିନିକିଆ ସିରିଜରୁ ବାଦ ପଡ଼ିଲେ ୱାଶିଂଟନ୍ ସୁନ୍ଦର । ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡ଼ିଛନ୍ତି। ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବୋଲିଂ କରୁଥିବା ସମୟରେ ସେ ଆହତ ହୋଇଥିଲେ। ବିସିସିଆଇ ସୁନ୍ଦରଙ୍କ ବଦଳ ଘୋଷଣା କରିଛି।
ତାଙ୍କ ସ୍ଥାନରେ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଆୟୁଷ ବାଡୋନିଙ୍କୁ ଦଳରେ ସାମିଲ କରାଯାଇଛି। ବାଡୋନି ପ୍ରଥମ ଥର ପାଇଁ ଜାତୀୟ ଦଳ ପାଇଁ ମନୋନୀତ ହୋଇଛନ୍ତି।
ୱାଶିଂଟନଙ୍କ ସ୍ଥାନରେ ଆୟୁଷ: ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ବେଳେ ବୋଲିଂ କରିବା ସମୟରେ ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ତାଙ୍କ ବାମ ପଞ୍ଜରାର ତଳ ଭାଗରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏବେ ତାଙ୍କର ସ୍କାନ କରାଯିବ। ତା’ପରେ ବିସିସିଆଇ ଡାକ୍ତରୀ ଦଳ ବିଶେଷଜ୍ଞଙ୍କ ପରାମର୍ଶ ନେବେ।
ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି ଯେ, ୱାଶିଂଟନ୍ ସୁନ୍ଦରଙ୍କୁ ନ୍ୟୁଜିଲ୍ୟାଣ୍ଡ୍ ODI ସିରିଜର ବାକି ଦୁଇଟି ମ୍ୟାଚ୍ ରୁ ବାଦ ଦିଆଯାଇଛି। ପୁରୁଷ ଚୟନ କମିଟି ତାଙ୍କ ସ୍ଥାନରେ ଆୟୁଷ ବାଡୋନିଙ୍କୁ ମନୋନୀତ କରିଛି। ବାଡୋନି ଦ୍ୱିତୀୟ ODI ପାଇଁ ରାଜକୋଟରେ ଦଳରେ ଯୋଗଦେବେ।
ଆୟୁଷଙ୍କ ପ୍ଲେ ରେକର୍ଡ: ୨୬ ବର୍ଷୀୟ ଆୟୁଷ ବାଡୋନି ଏପର୍ଯ୍ୟନ୍ତ ୨୭ଟି ଲିଷ୍ଟ ଏ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ଗୋଟିଏ ଶତକ ଏବଂ ପାଞ୍ଚଟି ଅର୍ଦ୍ଧଶତକ ସହିତ ୩୬.୪୭ ହାରରେ ୬୯୩ ରନ୍ କରିଛନ୍ତି। ସେ ମଧ୍ୟକ୍ରମରେ ବିସ୍ଫୋରକ ବ୍ୟାଟିଂ କରିପାରିବେ ଏବଂ ସ୍ପିନ୍ ବୋଲିଂ ମଧ୍ୟ କରିପାରିବେ।
ଲିଷ୍ଟ ଏରେ ତାଙ୍କ ନାମରେ ୧୮ଟି ୱିକେଟ୍ ଅଛି। ବାଡୋନି ଆଇପିଏଲ୍ରେ ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ପାଇଁ ଖେଳନ୍ତି। ବାଡୋନି ଏପର୍ଯ୍ୟନ୍ତ ଆଇପିଏଲ୍ରେ ୫୬ଟି ମ୍ୟାଚ୍ ଖେଳି ୯୬୩ ରନ୍ କରିଛନ୍ତି ଏବଂ ଚାରିଟି ୱିକେଟ୍ ନେଇଛନ୍ତି। ତାଙ୍କୁ ଆଇପିଏଲ୍ରେ କେବଳ ସାତଟି ଇନିଂସରେ ବୋଲିଂ କରିବାର ସୁଯୋଗ ମିଳିଛି।
ଦ୍ୱିତୀୟ ଓ ତୃତୀୟ ଦିନିକିଆ ପାଇଁ ଭାରତ ଦଳ: ଶୁଭମାନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି , କେ.ଏଲ୍ ରାହୁଲ (ୱିକେଟ୍ କିପର), ଶ୍ରେୟସ୍ ଆୟର (ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସାଦ କୃଷ୍ଣ, କୁଲଦୀପ ଯାଦବ, ନୀତୀଶ କୁମାର ଧ୍ରୁଭ ଜୁରେଲ (ୱିକେଟ୍ ରକ୍ଷକ) ଏବଂ ଆୟୁଷ ବାଡୋନି.
