fbpx

ଓଡିଶା ସିନିଅର କ୍ରିକେଟ ଟିମର ମୁଖ୍ୟ କୋଚ ଭାବେ ଦାୟିତ୍ବ ସମ୍ଭାଳିଲେ ୱାସିମ୍‌ ଜାଫର, ଆଜିଠୁ ଆରମ୍ଭ ହେବ ଅଭ୍ୟାସ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଓଡିଶା କ୍ରିକେଟ ଦଳର ନୂଆ କୋଚ ଭାବେ ନିଯୁକ୍ତ ୱାସିମ୍‌ ଜାଫର ଶୁକ୍ରବାର ଦିନ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଜାଫର କହିଛନ୍ତି ଯେ ଏହା ମୋ ପାଇଁ ଅତି ସୌଭାଗ୍ୟର ବିଷୟ । କାରଣ ଓଡିଶାରେ ବହୁ ପ୍ରତିଭା ସମ୍ପନ୍ନ କ୍ରିକେଟର ଅଛନ୍ତି । ସେମାନଙ୍କୁ ସଠିକ ମାର୍ଗରେ ପରିଚାଳିତ କଲେ ନିଶ୍ଚିତ ଭଲ ଫଳ ମିଳିବ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି ।

ସେହିପରି ମୁଁ ଜଣେ ବ୍ୟାଟ୍ସମ୍ୟାନ ହୋଇଥିବାରୁ ଓଡିଶାର ବ୍ୟାଟ୍ସମ୍ୟାନଙ୍କୁ କିରି ଅଧିକ ଶକ୍ତିଶାଳୀ କରି ପାରିବି ,ସେ ଦିଗରେ ଅଧିକ ଧ୍ୟାନ ଦେବି । ଏହା ସହିତ ଓଡିଶା କ୍ରିକେଟ କିରି ଆହୁରି ଅଧିକ ଉପରକୁ ଯାଇ ପାରିବ ଓ ଜାତୀୟ ସ୍ତରରେ ଓଡିଶା ଖେଳାଳି ସୁନାମ ଅର୍ଜନ କରି ପାରିବେ ସେଥିାଇଁ ଉଦ୍ୟମ କରିବି । ଅନ୍ୟ ପକ୍ଷରେ ଆଇପିଏଲ କ୍ରିକେଟରେ ଓଡିଶା ଖେଳାଳି ସ୍ଥାନ ପାଇବା ଉଚିତ । ତେଣୁ ସେମାନଙ୍କୁ ସେହି ଅନୁଯାୟୀ ପ୍ରସ୍ତୁତ କରିବା ଦରକାର । ଶନିବାର ଠାରୁ ଅଭ୍ୟାସ ଆରମ୍ଭ କରାଯିବ । ଏହା ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଜାଫର କହିଛନ୍ତି ।

Get real time updates directly on you device, subscribe now.