fbpx

ଟିକା ଅଭାବ ସମୟରେ ଏହି ରାଜ୍ୟ ନଷ୍ଟ କରିଛି ସବୁଠାରୁ ଅଧିକ ଡୋଜ୍, ପଢ଼ନ୍ତୁ ପୁରା ଖବର

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର): ଦେଶରେ ଏବେ କରୋନାର ଭୟଙ୍କର ସ୍ଥିତି ବିଗୁଡୁଥିବା ବେଳେ ବିଭିନ୍ନ ରାଜ୍ୟର ସରକାର ଟିକାକରଣକୁ ତ୍ୱରାନ୍ୱିତ କରିଛନ୍ତି । ହେଲେ ଏହି ଟିକାକରଣ ପ୍ରକ୍ରିୟାରେ ଅନିୟମିତତା ଦେଖିବାକୁ ମିଳିଛି । ଗୋଟେ ପଟେ ରାଜ୍ୟ ମାନଙ୍କରେ ଟିକାର ଅଭାବ ଦେଖାଦେଇଥିବା ବେଳେ ଅନ୍ୟପଟେ ବିପୁଳ ପରିମାଣରେ ଟିକା ନଷ୍ଟ ହେଉଛି । ବିଭିନ୍ନ ରାଜ୍ୟରେ ଏବେ କେତେ ଟିକା ନଷ୍ଟ ହୋଇଛି ତାର ରିପୋର୍ଟ ପ୍ରକାଶ ପାଇଛି ।

ସୁଚନା ଯେ, ୧୮ ବର୍ଷରୁ ଉଦ୍ଧ୍ୱର୍ ବର୍ଗର ଟିକାକରଣ ପାଇଁ ଟିକାର ଅଭାବ ଦେଖାଦେଇଛି । ହେଲେ ଟିକାର ନଷ୍ଟ ହେବାର ମାତ୍ରା ବଢ଼ିଚାଲିଛି । ଦେଶରେ ସବୁଠାରୁ ଅଧିକ ଭ୍ୟାକ୍ସିନ୍ ନଷ୍ଟ କରିବାରେ ହରିୟାଣା ରାଜ୍ୟ ଲଗାତାର ଆଗରେ ରହିଛି । ହରିୟାଣା ପରେ ଆସାମ ଏବଂ ରାଜସ୍ଥାନ ପ୍ରଥମ ତିନୋଟି ରାଜ୍ୟ ମଧ୍ୟରେ ରହିଛନ୍ତି । ଏହା ତଳକୁ ମେଘାଳୟ, ବିହାର, ମନିପୁର, ପଞ୍ଜାବ, ଦାଦ୍ରାନଗର ହାବେଳି, ତାମିଲନାଡୁ ଆଦି ରାଜ୍ୟ ରହିଛନ୍ତି ।

ସୋମବାର ଏନେଇ ଏକ ତାଲିକା ପ୍ରକାଶ ପାଇଥିଲା । ସେଥିରେ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା ଯେ, ୬.୪୯ ପ୍ରତିଶତ ଭ୍ୟାକ୍ସିନ୍ ନଷ୍ଟ କରି ହରିୟାଣା ପ୍ରଥମ ସ୍ଥାନରେ ରହିଥିବା ବେଳେ ୫.୯୨ ପ୍ରତିଶତ ନଷ୍ଟ ସହିତ ଆସାମ ଦ୍ୱିତୀୟ ସ୍ଥାନ ଏବଂ ୫.୬୮ପ୍ରତିଶତ ସହିତ ରାଜସ୍ଥାନ ତୃତୀୟ ସ୍ଥାନରେ ରହିଛି । ଏ ନେଇ କେନ୍ଦ୍ର ସରକାରଙ୍କ ସ୍ୱସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ପ୍ରକାଶ କରିଛି । ଏହା ତଳକୁ ଅନ୍ୟ ରାଜ୍ୟଗୁଡ଼ିକ ରହିଛନ୍ତି ।

Get real time updates directly on you device, subscribe now.