fbpx

ଆରାମରେ ଦେଖନ୍ତୁ ଆଇପିଏଲ ୨୦୨୨ ପ୍ଲେ ଅଫ୍! ମାଗଣାରେ ଉପଭୋଗ କରିବା ପାଇଁ ଆପଣାନ୍ତୁ ଏପରି ବ୍ୟବସ୍ଥା

ନୁଆଦିଲ୍ଲୀ: ଦୁନିଆରେ ବହୁତ୍ କମ୍ ଲୋକ ଥିବେ ଯେଉଁମାନେ ଫ୍ରୀ ସୁବିଧା ପାଇଁ ଖୁସି ହେବେ ନାହିଁ। ତେବେ ଆମେ ଯଦି କୌଣସି ଜିନିଷର ଫାଇଦା ବିନା ଖର୍ଚ୍ଚରେ ପାଇ ପାରୁଛନ୍ତି, ତେବେ ତାହାର ଖୁସି ଅଲଗା ପ୍ରକାର । ଗତ ଦୁଇମାସ ଧରି ଫଟାଫଟ୍ କ୍ରିକେଟ୍ ଆଇପିଏଲ ଚାଲିଛି । ଆଗାମୀ ସପ୍ତାହରେ ପ୍ଲେ ଅଫ ଆରମ୍ଭ ହୋଇଯିବ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଆପଣ ବିନା ଖର୍ଚ୍ଚରେ କିପରି ଆଇପିଏଲ୨୦୨୨ ପ୍ଲେ ଅଫର ମଜା ନେଇ ପାରିବେ।

ଆପଣଙ୍କ ସୂଚନା ପାଇଁ କହିରଖୁ ଯେ, ପ୍ରାଇଭେଟ ଟେଲିକମ୍ କମ୍ପାନୀ ଭୋଡ଼ାଫୋନ୍ ଆଇଡିଆ ଅର୍ଥାତ୍ (ଭିଆଇ) ଏକ ନୁଆ ରିଚାର୍ଜ ପ୍ଲାନ ଆଣିଛି। ଏହି ପ୍ଲାନର ଦାମ ବହୁତ କମ୍ ଏବଂ ଏହାକୁ କିଣି ଆପଣ ଆଇପିଏଲ ୨୦୨୨ ପ୍ଲେ ଅଫର ସମସ୍ତ ମ୍ୟାଚ୍ ମାଗଣାରେ ଦେଖିପାରିବେ। ଆସନ୍ତୁ ଜାଣିବା ଯେ ଏହା କିପରି ସମ୍ଭବ ଓ ଏହି ପ୍ଲାନ୍ ଦ୍ୱାରା ଆପଣଙ୍କୁ କଣ ସବୁ ଫାଇଦା ମିଳିବ।

“ଭିଆଇ’ର ଏହି ନୂଆ ରିଚାର୍ଜ ୧୫୧ ଟଙ୍କାର ଅଟେ। ଏହା ଏକ ପ୍ରିପେଡ ଏଡ-ଅନ ପ୍ୟାକ୍ ଅଟେ, ଏହାର ଭ୍ୟାଲିଡିଟି ୩୦ ଦିନ ଅଟେ। “ଭିଆଇ’ର ଏହି ପ୍ଲାନ୍ କୌଣଶି ସର୍ଭିସ ଭ୍ୟାଲିଡିଟି ସହ ଆସି ନଥାଏ। ଏହି ୧୫୧ ଟଙ୍କାର ପ୍ଲାନରେ ଆପଣଙ୍କୁ ୮ଜିବି ହାଇସ୍ପିଡ୍ ଡାଟା ମିଳିବ ଏବଂ ତିନି ମାସ ପାଇଁ Disney+Hotstar ମୋବାଇଲ ସବସ୍କ୍ରିପସନ ମିଳିବ। ଏହି ସବସ୍କ୍ରିପସନ ସାହାଯ୍ୟରେ ଆପଣ ଆଇପିଏଲ ୨୦୨୨ ପ୍ଲେ ଅଫ ମ୍ୟାଚ୍ ଦେଖିପାରିବେ।

ଏହି ପ୍ଲାନ୍ କେବଳ ଭୋଡାଫୋନ୍ ଆଇଡିଆ ଗ୍ରାହକଙ୍କ ପାଇଁ ଅଟେ। କିନ୍ତୁ ଜିଓ କିମ୍ବଇ ଏୟାରଟେଲ ଗ୍ରାହକ, ତେବେ ଆପଣ ମଧ୍ୟ ଫ୍ରୀରେ ଆଇପିଏଲ ୨୦୨୨ ପ୍ଲେ ଅଫ ମ୍ୟାଚ୍ ଦେଖିପାରିବେ। କିଛିଦିନ ତଳେଏହିପରି ଦୁଇଟି ପ୍ଲାନ୍ ଜାରି କରିଥିଲା। ଯୋଉଁଥିରେ Disney+Hotstar ସବସ୍କ୍ରିପସନ ସାମିଲ ଥିଲା । ରିଲିଏନ୍ସ ଜିଓ ରେ ମଧ୍ୟ Disney+Hotstar ସ୍ୱସ୍କ୍ରିପସନ ବାଲା ପ୍ଲାନ୍ ରହିଛି ।

 

 

 

 

 

 

 

 

 

 

 

Get real time updates directly on you device, subscribe now.