fbpx

ପ୍ରବଳ ବର୍ଷାରେ ଜଳମଗ୍ନ ହେଲା ମୁମ୍ବାଇର ବିଭିନ୍ନ ଅଞ୍ଚଳ, ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ

ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ହାଲ୍ ବେହାଲ ହୋଇପଡ଼ିଛି । ପ୍ରବଳ ବର୍ଷାକୁ ଦେଖି ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରିକିଛି । ବର୍ଷା ଯୋଗୁଁ ଟ୍ରେନ୍ ଏବଂ ବସ୍ ଚଳାଚଳ ବ୍ୟାଘାତ ହୋଇଛି । ସହରର ତଳିଆ ଅଞ୍ଚଳରେ ପାଣି ଭରିବା ଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ ।

ମୁମ୍ବାଇର ବିଭିନ୍ନ ସ୍ଥାନ ଯେମିତିକି କୁର୍ଲା, ଚେମ୍ବୁର, ସିଅନ୍, ଦାଦର ଏବଂ ଅନେ୍ଧରୀରେ ପ୍ରବଳ ବର୍ଷା ହୋଇଥିଲା । ଆସନ୍ତା ଦୁଇ ଦିନ ଧରି ପ୍ରବଳ ବର୍ଷା ହେବାକୁ ଥିବାରୁ ପାଣିପାଗ ବିଭାଗ ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ଯୋଗୁଁ ଅନେକ ରାସ୍ତା ଜଳମଗ୍ନ ହୋଇଥିବାରୁ ଟ୍ରାଫିକ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ହିନ୍ଦମାତା, ପରେଏ, କାଲାଚୌକୀ, ହାଚୀ ଅଲୀ, ଡକୟାର୍ଡ ରୋଡ୍, ଗାନ୍ଧୀ ମାର୍କେଟ ଏବଂ ବାନ୍ଦ୍ରାରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ପାଣି ଜମି ରହିଥିବାରୁ ଅନେ୍ଧରୀ ସବୱେକୁ ବନ୍ଦ ରଖାଯାଇଛି ।

ସୂଚନା ଅନୂଯାୟୀ, ମୁମ୍ବାଇରେ ଗୁରୁବାର ୧୧୯.୯ ମିମିରୁ ଅଧିକ ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଦୁଇଟି ବିଲ୍ଡିଂ ଭୁଷୁଡ଼ିବାର ଖବର ଆସିଛି । ତେବେ ବିଲ୍ଡିଂରେ ଥିବା ସମସ୍ତ ଲେକାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.