fbpx

ଆମେ ପ୍ରତିଦିନ କୋର୍ଟ ଆସୁଛୁ, ଆପଣ ମଧ୍ୟ ଆସନ୍ତୁ, ଅନୁପସ୍ଥିତ ରହୁଥିବା ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ଜୁନ ୧ରୁ ଅଦାଲତର ଗ୍ରୀଷ୍ମବକାଶ ଆରମ୍ଭ ହେଉଛି। ତେବେ ଏହି ସମୟରେ ହେବାକୁ ଥିବା ଶୁଣାଣିରେ ଯେମିତି ବାଧା ନଉପୁଜେ ସେଥିପ୍ରତି ଗୁରୁତ୍ଵାରୋପ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସୁପ୍ରିମକୋର୍ଟ ଏହା ଉପରେ ଜୋର ଦେଇଛନ୍ତି ଯେ, ଗ୍ରୀଷ୍ମବକାଶ ସମୟରେ ହେଉଥିବା ଶୁଣାଣିରେ ଦଲିଲ ଉପସ୍ଥାପନ କରିବା ପାଇଁ ଆଡଭୋକେଟ୍ ଅଦାଲତ କକ୍ଷରେ ଉପସ୍ଥିତ ରହିବେ। ଅଦାଲତ ଏମିତି କିଛି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି ଯେଉଁଥିରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଡଭୋକେଟ୍ ଉପସ୍ଥିତ ହୋଇଥିଲେ।

ବିଚାରପତି ଅଜୟ ରସ୍ତୋଗି ଏବଂ ବିଚାରପତି ବି ଭି ନାରଗରତ୍ନାଙ୍କ ଅବକାଶ ପୀଠ କହିଛନ୍ତି, ବିଚାରପତି ପ୍ରତିଦିନ କୋର୍ଟ ଆସୁଛନ୍ତି ଏବଂ ଏହା ଉଚିତ୍ ହେବ ଯେ, ମୋକଦ୍ଦମାରେ ଦଲିଲ ଉପସ୍ଥାପନ କରିବା ପାଇଁ ଓକିଲ ମଧ୍ୟ କୋର୍ଟ ଆସନ୍ତୁ। ପୀଠ କହିଛନ୍ତି, ଆମେ ନିୟମିତ ଅଦାଲତ ଆସୁଛୁ। ଆପଣ ମଧ୍ୟ ଆସି ପାରିବେ ଏବଂ ନିଜର ଦଲିଲ ଉପସ୍ଥାପନ କରି ପାରିବେ। ଅଦାଲତ କକ୍ଷରେ ଉପସ୍ଥିତ ଆଡଭୋକେଟ୍ ଉପରେ ଆମେ ଧ୍ୟାନ ଦେବୁ ବୋଲି ବିଚାରପତି କହିଛନ୍ତି।

ପ୍ରଥମେ ଖଣ୍ଡପୀଠ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗୀଙ୍କ ଦ୍ଵାରା ଏକ ମୋକଦ୍ଦମାର ଶୀଘ୍ର ଶୁଣାଣି କରିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅଦାଲତ ତାଙ୍କୁ କୋର୍ଟରେ ହାଜର ହୋଇ ଦଲିଲ ଉପସ୍ଥାପନ କରିବାକୁ କହିଛନ୍ତି।

ପୀଠ କହିଛନ୍ତି, ଯେବେ ଆପଣ ଅଦାଲତ କକ୍ଷରେ ରହିବେ ନାହିଁ ତେବେ ଆମେ ଆପଣଙ୍କ ଉପରେ ଧ୍ୟାନ କାହିଁକି ଦେବୁ। ଅନ୍ୟ ଆଡଭୋକେଟ୍ ଅବକାଶ ସମୟରେ ମଧ୍ୟ କୋର୍ଟରେ ଅଛନ୍ତି। ଏହା ପରେ ରୋହତଗି ମାମଲାକୁ ଆସନ୍ତାକାଲି ଯାଏଁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି ଏବଂ ଆସନ୍ତାକାଲି କକ୍ଷରେ ଉପସ୍ଥିତ ହୋଇ ଦଲିଲ ରଖିବି ବୋଲି କହିଛନ୍ତି।

 

Get real time updates directly on you device, subscribe now.