fbpx

କାଶ୍ମୀର ପଣ୍ଡିତଙ୍କ ହତ୍ୟା ଏବଂ ପଳାୟନ; ଆବେଦନର ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କାଶ୍ମୀର ପଣ୍ଡିତଙ୍କ ହତ୍ୟା ଏବଂ ପଳାୟନ ସଂପର୍କିତ ଯାଚିକା ଉପରେ ବିଚାର କରିବାକୁ ମନା କରି ଦେଇଛନ୍ତି। ଏଥିସହ ଆବେଦନକାରୀଙ୍କୁ ମାମଲାରେ ଉଚିତ୍ ଉପାୟ ବିଷୟରେ ଜାଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ପରାମର୍ଶ ଦେଇଛନ୍ତି। କାଶ୍ମୀରରେ ଆତଙ୍କବାଦୀଙ୍କ ହାତରେ ମୃତ୍ୟୁ ଘଟିଥିବା ଟୀକା ଲାଲ ଟପଲୁଙ୍କ ପୁଅ ଆଶୁତୋଷ ଟପଲଙ୍କୁ ଦ୍ଵାରା ଏହି ଯାଚିକା ଦାୟର କରାଯାଇଥିଲା। ସେ ସର୍ବୋଚ୍ଚ ନ୍ୟାୟାଳୟରେ କାଶ୍ମୀର ପଣ୍ଡିତଙ୍କ ହତ୍ୟା ଏବଂ ପଳାୟନ ମାମଲାରେ ତଦନ୍ତ ଦାବି କରିଥିଲେ। ଏବେ ଆବେଦନ ପ୍ରତ୍ୟାହାର କରିବାକୁ କୋର୍ଟ ତାଙ୍କୁ କହିଛନ୍ତି।

ଆବେଦନର ଶୁଣାଣିକୁ ମନା କରି ବିଚାରପତି ବିଆର ଗବଇ କହିଛନ୍ତି, ଏହି ଧରଣର ଆବେଦନକୁ ପୂର୍ବରୁ ମଧ୍ୟ ଅଗ୍ରାହ୍ୟ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚରେ ଏକ କାଶ୍ମୀରୀ ପଣ୍ଡିତ ସଂଗଠନ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟର ୨୦୧୭ର ଏକ ଆଦେଶ ବିରୋଧରେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥିଲା। ଉକ୍ତ ଆଦେଶରେ କୋର୍ଟ ୧୯୮୯-୯୦ ଏବଂ ପରବର୍ତ୍ତୀ ସମୟରେ କାଶ୍ମୀର ପଣ୍ଡିତଙ୍କ ନରସଂହାର ଉପରେ ତଦନ୍ତ ଦାବି କରି ଆଗତ ଯାଚିକାକୁ ଖାରଜ କରିଥିଲେ।

‘ରୁଟ୍ସ ଇନ କାଶ୍ମୀର’ ତରଫରୁ ଦାଖଲ ଯାଚିକାରେ ସୁପ୍ରିମକୋର୍ଟ ଉକ୍ତ ଆଦେଶ ଉଲ୍ଲେଖ କରିଥିଲେ, ଯେଉଁଥିରେ ୨୦୧୭ ଜୁଲାଇ ୨୪ରେ ରିଟ୍ ପିଟିସନ ଏବଂ ୨୦୧୭ ଅକ୍ଟୋବର ୨୫ରେ ସମୀକ୍ଷା ଯାଚିକାକୁ ଖାରଜ କରାଯାଇଥିଲା। ଉଚ୍ଚତମ ନ୍ୟାୟାଳୟ ଆବେଦନଗୁଡିକୁ ଏହି ଆଧାରରେ ଅଗ୍ରାହ୍ୟ କରିଥିଲେ ଯେ, ମାମଲା ୨୭ ବର୍ଷରୁ ଅଧିକ ସମୟ ହୋଇ ସାରିଛି ଏବଂ ମାମଲାରେ କମ ପ୍ରମାଣ ମିଳିବାର ସମ୍ଭାବନା ଅଧିକ ରହିଛି।

Get real time updates directly on you device, subscribe now.