ସାବଧାନ! ଛୋଟ ପିଲାଙ୍କୁ ପିନ୍ଧାଉଛନ୍ତି କି ଡାଇପର… କଣା ହେଇଯାଉଛି ସେମାନଙ୍କ କିଡନୀ, ଦେଖନ୍ତୁ କ’ଣ କହୁଛନ୍ତି ଡାକ୍ତର!

ଡାଇପର ପିନ୍ଧାଇବା ଦ୍ୱାରା ଖରାପ ହେଇଯାଉଛି ପିଲାଙ୍କ କିଡନୀ!

ଓଡିଶାଭାସ୍କର: ଯେତେବେଳେ କୌଣସି ଶିଶୁ ଜନ୍ମ ହୁଏ, ସେତେବେଳେ ସେହି ନବଜାତ ଶିଶୁର ସପିଂ ତାଲିକାରେ ଡାଇପର ସର୍ବପ୍ରଥମେ ରହିଥାଏ।

ଆଜିକାଲି ପ୍ରତ୍ୟେକ ବାପାମାଆଙ୍କ ପାଇଁ ଡାଇପର ଏକ ଆବଶ୍ୟକତା ପାଲଟିଛି, ବିଶେଷକରି ଯେତେବେଳେ ଘରେ ବହୁତ କାମ କରିବାକୁ ପଡ଼ିଥାଏ କିମ୍ୱା କୌଣସି ବାହାର ସ୍ଥାନକୁ ଯିବାକୁ ପଡିଥାଏ ସେହି ସମୟରେ ଡାଇପରର ଅଧିକ ଆବଶ୍ୟକତା ପଡିଥାଏ।

ହେଲେ ଏବେ ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଏକ ଭୟ ମଧ୍ୟ ବଢିଛି। ଆଉ ସେହି ଭୟ କ’ଣ ସତ? ସତରେ କ’ଣ ଦୀର୍ଘ ସମୟ ଧରି ଡାଇପରିଂ କରିବା ଦ୍ୱାରା ପ୍ରକୃତରେ ପିଲାର କିଡନୀ ଉପରେ ନକାରତ୍ମକ ପ୍ରଭାବ ପଡ଼େ?

ଏହି ପ୍ରଶ୍ନ ଏବଂ ଏ ସମ୍ପର୍କିତ ଭୁଲ ସୂଚନା ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି, ଯାହା ପ୍ରତ୍ୟେକ ବାପାମାଆଙ୍କୁ ଏହି ଦାବି ପଛରେ ଥିବା ସତ୍ୟାସତ୍ୟ ବିଷୟରେ ଦ୍ୱନ୍ଦ୍ୱରେ ପକାଇ ଦେଇଛି।

ଡାଇପର ଦ୍ୱାରା ପିଲାର କିଡନୀ ଉପରେ ପ୍ରଭାବ: 

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଘଟଣା ଉପରେ ଦାବି କରାଯାଇଛି ଯେ ଡାଇପର ପିଲାର କିଡନୀ ଉପରେ ନକାରାତ୍ମକ ପ୍ରଭାବ ପକାଏ। ହେଲେ ଏହି ଦାବି ସମ୍ପୂର୍ଣ୍ଣ ମିଥ୍ୟା।

ଡାକ୍ତରଙ୍କ ମତରେ, କିଡନୀ ଆମ ଶରୀରର ଗଭୀରରେ ଅବସ୍ଥିତ, ମାଂସପେଶୀର ଏକ ସ୍ତର ଦ୍ୱାରା ଘେରି ରହିଛି। ଯେତେବେଳେ ଆମେ ପିଲାକୁ ଡାଇପର କିମ୍ବା ଅନ୍ୟ କୌଣସି ପୋଷାକ ପିନ୍ଧାଇଥାଉ, ସେଗୁଡ଼ିକ କୌଣସି ପରିସ୍ଥିତିରେ କିଡନୀ ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ। ତେଣୁ, ଏହି ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ।

କିପରି କିଡନୀ କ୍ଷତିଗ୍ରସ୍ତ ହୋଇପାରେ:

ଡାଇପର ରାସ୍: ଦୀର୍ଘ ସମୟ ଧରି ଓଦା ଡାଇପର ପିନ୍ଧିବା ଦ୍ୱାରା ଚର୍ମ ଲାଲ, ଚିଡ଼ଚିଡ଼ା ଏବଂ କ୍ଷତିଗ୍ରସ୍ତ ହୋଇପାରେ। କିନ୍ତୁ ଏହା ଏକ ଚର୍ମ ସମସ୍ୟା, କିଡନୀ ସମସ୍ୟା ନୁହେଁ।

ମୂତ୍ରନଳୀ ସଂକ୍ରମଣ (UTI): ମୂତ୍ରନଳୀର ଏକ ଜୀବାଣୁ ସଂକ୍ରମଣ, ଯାହା ସାଧାରଣତଃ ମୂତ୍ରାଶୟକୁ ପ୍ରଭାବିତ କରେ। ଏହା ଏକ ସମ୍ପୂର୍ଣ୍ଣ ଜୀବାଣୁ ସଂକ୍ରମଣ, ଏବଂ ପିଲାମାନଙ୍କ ବୟସ ଅନୁସାରେ ଲକ୍ଷଣଗୁଡ଼ିକ ଭିନ୍ନ ହୋଇଥାଏ।