fbpx

ହେଲମେଟ ପିନ୍ଧିଲେ ବି ଦେବାକୁ ପଡ଼ିବ ୨ ହଜାର ଟଙ୍କା ଫାଇନ୍

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ସାଢ଼େ ତିନି ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି । ଦୁର୍ଘଟଣା ହ୍ରସ କରିବା ପାଇଁ ସରକାର ବିଭିନ୍ନ ସମୟରେ ନିୟମ ଲାଗୁ କରିଛନ୍ତି । ବର୍ତ୍ତମାନ ଆସିଥିବା ସୂଚନା ମୁତାବକ ଏବେ ବାଇକ ଚାଳକଙ୍କୁ ହେଲମେଟ ପିନ୍ଧିଥିଲେ ମଧ୍ୟ ଜରିମାନା ଦେବାକୁ ପଡ଼ିବ । ନୂଆ ଟ୍ରାଫିକ୍ ନିୟମ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ବିନା ଆଇଏସ ବାଲା ହେଲମେଟ ପିନ୍ଧିଥିବେ, ତାଙ୍କୁ ୧୦୦୦ ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ ।

ସେହିପରି କୌଣସି ବ୍ୟକ୍ତି ଯଦି ହେଲମେଟର ଷ୍ଟ୍ରିପ୍ ବାନ୍ଧି ନଥିବେ ତେବେ ତାଙ୍କୁ ୧୯୪ଡି ଏମଭିଏ ଅନୁଯାୟୀ, ୧୦୦୦ଟଙ୍କା ଜରିମାନା ଦେବାକୁ ପଡିବ । ସଡ଼କରେ ବାଇକ ଚଲାଇବା ସମୟରେ ହେଲମେଟ ପିନ୍ଧିବା ନିହାତି ଜରୁରୀ । ସେହିପରି ମୋଟର ଯାନ ଅଧିନିୟମର ଧାରା ୧୯୪ଡି  ଅନୁଯାୟୀ, “ଯିଏ ମୋଟରସାଇକେଲ ଚଲାଇଥାଏ କିମ୍ବା ମୋଟରସାଇକେଲ ସେକ୍ସନ୍ ୧୨୯ ର ନିୟମାବଳୀକୁ ଉଲ୍ଲଂଘନ କରିଥାଏ ତାଙ୍କୁ ହଜାରେ ଟଙ୍କା ଜୋରିମାନା କରାଯିବ ଏବଂ ତାଙ୍କ ଲାଇସେନ୍ସ ତିନିମାସ ପାଇଁ ଅଯୋଗ୍ୟ କରାଯିବ। ”

ଏକ ଭଲ ହେଲମେଟ ସବୁବେଳେ ଦୁର୍ଘଟଣା ସମୟରେ କ୍ଷତି ପହଞ୍ଚାଇବାରୁ ରୋକିଥାଏ । ବିଭିନ୍ନ ସମୟରେ ବଡ଼ବଡ଼ ଦୁର୍ଘଟଣାରେ କେବଳ ହେଲମେଟ କାରଣରୁ ଜୀବନ ବଞ୍ଚିଯାଇଥାଏ । ତେଣୁ ଏକ ଗୁଣାତ୍ମକ ହେଲମେଟ ସବୁବେଳେ ପିନ୍ଧିବାକୁ ଚେଷ୍ଟା କରନ୍ତୁ ।

 

 

 

 

 

 

 

Get real time updates directly on you device, subscribe now.