fbpx

ରାଜଧାନୀରୁ ହଟିବ ସାପ୍ତାହିକ କର୍ଫ୍ୟୁ, ୫୦% କ୍ଷମତା ସହ ଖୋଲିବ ଘରୋଇ ସଂସ୍ଥା; ପ୍ରସ୍ତାବକୁ ମିଳିଲା ସରକାରଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ୱିକେଣ୍ଡ କର୍ଫ୍ୟୁ ବା ସପ୍ତାହିକ ସଟଡାଉନ୍ କୁ ହଟାଇବା ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ସହିତ ଦୋକାନ ବଜାରରେ ପୂର୍ବରୁ ଲାଗୁ କରାଯାଇଥିବା ଅଡ୍-ଇଭେନ୍ ଫର୍ମୁଲାକୁ ମଧ୍ୟ ହଟାଯିବ । ଖାଲି ସେତିକି ନୁହେଁ ଘରୋଇ ସଂସ୍ଥା ଗୁଡ଼ିକ ୫୦ ପ୍ରତିଶତ କ୍ଷମତା ସହିତ ପୁଣି ଖୋଲିବା ନେଇ ଅନୁମତି ଦେଇଛନ୍ତି । ରାଜ୍ୟରେ କରୋନ ମାମଲା ହ୍ରାସ ହେବାପରେ ଏହି ପ୍ରସ୍ତାବ ସବୁକୁ ରାଜ୍ୟ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ତେବେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପାଇଁ ଆଗକୁ ଉପରାଜ୍ୟପାଳ ଅନିଲ ବୈଜଲଙ୍କ ପାଖକୁ ପଠାଯାଇଛି ।

ଦିଲ୍ଲୀରେ ଓମିକ୍ରନ ସହିତ କରୋନା ମାମଲା ବୃଦ୍ଧି ଘଟିବା ପରେ କଟକଣା ଲଗାଯାଇଥିଲା । ଏଥିରେ ସାପ୍ତାହିକ ସଟଡାଉନ୍ , ଦୋକାନ ଗୁଡ଼ିକ ପାଇଁ ଅଡ୍-ଇଭେନ୍ ଫର୍ମୁଲା ମଧ୍ୟ ଲାଗୁ କରାଯାଇଥିଲା । ଏହା ସହିତ ଘରୋଇ ସଂସ୍ଥା ସବୁକୁ ପୂର୍ଣ୍ଣ ରୂପେ ବନ୍ଦ କରାଯାଇ ୱର୍କ ଫ୍ରମ୍ ହୋମ୍ ନିମୟ ଲାଗୁ କରାଯାଇଥିଲା । ତେବେ ଏହି ସମୟରେ ଦୋକାନ ବଜାରକୁ ଅଡ-ଇଭେନ୍ ସିଷ୍ଟମ୍ ରେ ଖୋଲିବା ନିୟମକୁ ବିରୋଧ କରାଯାଉଥିଲା । ବର୍ତ୍ତମାନ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇଛି । କିନ୍ତୁ ଦେଶରେ ସଂକ୍ରମଣ ବୃଦ୍ଧି ପାଉଛି ।

Get real time updates directly on you device, subscribe now.