fbpx

ଓଡିଶାରେ ଲାଗୁ ହେଲା ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର୧୯ ।୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ବଢି ବଢ଼ି ଚାଲିଥିବା ବେଳେ ଆଜି ଏସଆରସି ଏକ ଗୁରୁତ୍ୱପୁର୍ଣ୍ଣ ସୂଚନା ଦେଇଛନ୍ତି । ସବୁ ସହରାଞ୍ଚଳରେ ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ସଟଡାଉନ୍ ରହିବ ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏହି ସମୟରେ ଅତ୍ୟାବଶ୍ୟକ କାର୍ଯ୍ୟକୁ ଛାଡି ଦେଲେ ବାକି ସବୁ ବନ୍ଦ ରହିବ ।

ଏହି ସମୟରେ ଖବର କାଗଜ ଯୋଗାଣ, ଦୁଗ୍ଧ ଦୋକାନ ଆଦି ଖୋଲା ରହିବ । ଆହୁରି ମଧ୍ୟ ଏହି ସମୟରେ ଯାତ୍ରୀ ମାନେ ଟିକେଟ୍ ଦେଖାଇ ଯାଆସ କରିପାରିବେ । ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ । ତେବେ କୌଣସି ପାସ୍ ର ବ୍ୟବସ୍ଥା ନାହିଁ । ରେଳ ଏବଂ ବିମାନସେବା ଜାରି ରହିବ । ଖାଦ୍ୟ ଦୋକାନରେ ପାର୍ସଲ ନେଇପାରିବେ । ଢ଼ାବା ଖୋଲା ରହିବ ଏବଂ ବସି ଖାଇପାରିବେ ନାହିଁ । ପନିପରିବା ଏବଂ ତେଜରାତି ଦୋକାନ ଖୋଲାରହିବ । ବିବାହ ଏବଂ ଶୋଭାଯାତ୍ରା ପାଇଁ ଅନୁମତି ନାହିଁ ଏବଂ ଯଦି କରୁଥିବେ ତାହେଲେ ବିବାହରେ ବ୍ୟବହୃତ ଗାଡି ଏବଂ ବ୍ୟାଣ୍ଡ, ଲାଇଟ୍ ଆଦିକୁ ଜବତ କରାଯିବ ।  ଖାଲି ସେତିକି ନୁହେଁ ବିବାହ କାର୍ଯ୍ୟରେ କେବଳ ପରିବାର ଲୋକ ଏବଂ ସମ୍ପର୍କିୟଙ୍କୁ ମିଶାଇ କେବଳ ୫୦ ଜଣ ହିଁ ରହିପାରିବେ । ତାଠାରୁ ଅଧିକ ରହିବେ ନାହିଁ କି ଫେଜ୍ ଅନୁସାରେ ଗେଷ୍ଟ ଯୋଗ ଦେଇପାରିବେ ନାହିଁ । ଏଥିସହ ଜରିମାନା ମଧ୍ୟ ହେବ । ଯାତ୍ରା ଏବଂ ମୁକ୍ତକାଶ ରଙ୍ଗମଞ୍ଚ ବନ୍ଦ ରହିବ । ଏହି ସବୁ କଟକଣା ଆସନ୍ତା ୨୧ ତାରିଖରୁ ଲାଗୁ କରାଯିବ । ଏଥିସହିତ ସେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୁରତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆଜି ଏନେଇ ଏସଆରସି ସୁଚନା ଦେଇଛନ୍ତି ।

Get real time updates directly on you device, subscribe now.