fbpx

୭୦ ବର୍ଷ ବୟସରେ ୫୦ କେଜି ଓଜନ କମାଇଲେ ମହିଳା: କେବଳ ଗୋଟିଏ ନିୟମକୁ କଲେ ଫଲୋ

ଆଜିକାଲି ଖରାପ ଲାଇଫଷ୍ଟାଇଲ ଓ ଫାଷ୍ଟଫୁଠଡ ଭଳି ଖାଦ୍ୟ ଯୋଗୁଁ ଓଜନ ବଢ଼ିବାରେ ଲାଗିଛି । ଏହାକୁ ନେଇ ଚିନ୍ତିତ ଲୋକମାନେ ଡାଏଟ କଣ୍ଟ୍ରୋଲ କରୁଛନ୍ତି ତ ଆଉ କିଏ ବ୍ୟାୟାମ କରିବାରେ ଲାଗିଛନ୍ତି । ସେହିପରି ଗର୍ଭବତୀ ଅବସ୍ଥ୍ଥାରେ ମହିଳାଙ୍କ ଓଜନ ବଢ଼ିବା ସାମାନ୍ୟ କଥା, କିନ୍ତୁ ଡେଲିଭରୀ ପରେ ଅତିରିକ୍ତ ଓଜନ ହ୍ରାସ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି, କାରଣ ଏହା ଆଗକୁ ଯାଇ ଅନେକ ସମସ୍ୟାର କାରଣ ହେବ । ଯଦି କୌଣସି ମହିଳା ନିଜ ଲାଇଫଷ୍ଟାଇଲକୁ ଧ୍ୟାନ ନଦିଅନ୍ତି, ତେବେ ସେମାନଙ୍କ ଓଜନ ଲଗାତାର ବଢ଼ିବାକୁ ଲାଗିଥାଏ । ଏପରି କିଛି ଡେବି ରୋଜଙ୍କ ସହ ହୋଇଥିଲା, ଯାହାଙ୍କ ଓଜନ ଗର୍ଭବତୀ ପରେ ୨ ଗୁଣ ବଢ଼ିଯାଇଥିଲା ।

ଏହା ପରେ ସେ ନିଜ ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଅନେକ ଚେଷ୍ଟା କରିଥିଲେ, କିନ୍ତୁ ଅବସ୍ଥା ଆହୁରୀ ଶୋଚନୀୟ ହୋଇପଡ଼ିଥିଲା । କିନ୍ତୁ ହାରି ନଥିଲେ ଓ ୨ ବର୍ଷର କଠିନ ପରିଶ୍ରମ ପରେ ନିଜ ଓଜନରେ ୫୦ କେଜି କମାଇଦେଲେ । ସେ ଏହାର ଶ୍ରେୟ ୮୦/୨୦ ରୁଲ୍ସକୁ ଦେଇଛନ୍ତି ।

ଗତ ୨ ବର୍ଷ ଓ ୭ ମାସରେ ୭୦ ବର୍ଷୀୟ ଡେବି ୫୦ କେଜି ଓଜନ କମାଇଥିଲେ । ଓଜନ କମିବାରୁ ତାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହିଲା ଓ ବ୍ଲଡ ପ୍ରେସର ଠିକ୍ ହୋଇଗଲା । ୨୦୦୧ରେ ତାଙ୍କ ଓଜନ ୧୫୭ କିଲେ ହୋଇଥିଲା । ସେ ପେଟର ସର୍ଜରୀ କରାଇଥିଲେ ବି କିଛି ମାସ ପରେ ପୁଣି ସେ ତାଙ୍କ ପୂର୍ବ ଅବସ୍ଥାକୁ ଫେରିଆସିଥିଲେ ।

ଓଜନ କମାଇବାକୁ କିଛି ବି ଡାଏଟ ଓ ବ୍ୟାୟାମ କାମ ନଦେବାରୁ ସେ ୮୦/୨୦ ନିୟମ ଆପଣାଇଥିଲେ । ସେ ୮୦ ପ୍ରତିଶତ ଖାଦ୍ୟ ହେଲଦି ଓ ୨୦ ପ୍ରତିଶତ ଖାଦ୍ୟ ନିଜ ପସନ୍ଦର ଖାଉଥିଲେ । ଏହା ପରେ ଇଣ୍ଟରମିଣ୍ଟେଟ ଫାଷ୍ଟିଂ ଆରମ୍ଭ କରିଥିଲେ । ସେ ସକାଳେ ବ୍ଲାକ କଫି ପିଉଥିଲେ ଓ ଏହା ପରେ ସକାଳ ୧୧ଟାରେ ପ୍ରୋଟିନ ସହ ସାଲାଡ ଖାଉଥିଲେ । ଭୋଗ ଲାଗିଲେ ଏୟାର ଫ୍ରାଏରରେ କିଛି ରୋଷେଇ କରି ଖାଉଥିଲେ ଓ ରାତି ୭ଟା ପରେ କିଛି ଖାଉନଥିଲେ । ଏହିପରି ଭାବରେ ସେ ନିଜ ଓଜନକୁ କମାଇଥିଲେ ।

Get real time updates directly on you device, subscribe now.