fbpx

ଆଳୁ ଖାଇ କମାନ୍ତୁ ଓଜନ: କିପରି ରାନ୍ଧି ଖାଇବେ ଜାଣନ୍ତୁ ଉପାୟ

ବର୍ତ୍ତମାନ ଜୀବନଶୈଳୀରେ ଅଧିକାଂଶ ଲୋକ ମୋଟାପଣ ମସସ୍ୟା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି । ଲୋକମାନେ ପ୍ରାୟତଃ ଓଜନ ହ୍ରାସ କରିବା ପାଇଁ କାର୍ବସ୍ ଜାତୀୟ ଖାଦ୍ୟ ଖାଇବା ବନ୍ଦ କରନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ପ୍ରତିଦିନ ଆଳୁ ଖାଇ ଓଜନ ହ୍ରାସ କରିପାରିବେ । ବୈଜ୍ଞାନିକମାନେ ଏହା ବିଷୟରେ ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଆଳୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଅଧିକ କ୍ୟାଲୋରୀ ଖାଇବା ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ।
ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ବେଳେବେଳେ ଏପରି ଜିନିଷ ଖାଆନ୍ତି, ଯେଉଁଥିରେ ଅଧିକ କ୍ୟାଲୋରୀ ଥାଏ । ଏହି କାରଣରୁ, ସେମାନଙ୍କର ଓଜନ ହ୍ରାସ ହେବା ପରିବର୍ତ୍ତେ ବଢିବା ଆରମ୍ଭ କରେ । ତେଣୁ ଯଦି ଆପଣ ମଧ୍ୟ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କ ଖାଦ୍ୟରେ ଏପରି ଖାଦ୍ୟ ସାମିଲ କରନ୍ତୁ, ଯାହା ପେଟକୁ ଶୀଘ୍ର ଭରିଦିଏ ଏବଂ କମ୍ କ୍ୟାଲୋରୀ ଥାଏ । ଆଳୁ ଏଥିପାଇଁ ଏକ ଭଲ ବିକଳ୍ପ ହୋଇଥାଏ ।

 

ଆଳୁ ବିଷୟରେ କ’ଣ କୁହେ ଗବେଷଣା ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଆଳୁରେ କାର୍ବସ୍ର ପରିମାଣ ଅଧିକ, କିନ୍ତୁ ଏହାକୁ ଖାଇବା ଦ୍ୱାରା ପେଟ ଶୀଘ୍ର ଭରିଯାଏ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ହୁଏ ନାହିଁ । ପେଟ ଶୀଘ୍ର ଭରିବା ହେତୁ, ଲୋକମାନେ କମ୍ ଖାଦ୍ୟ ଖାଆନ୍ତି ଏବଂ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ତେବେ ଏହାକୁ ରାନ୍ଧିବା ଏବଂ ଖାଇବାର ସଠିକ୍ ଉପାୟ ଜାଣିବା ଉଚିତ୍ ।

 

ଆଳୁ ରାନ୍ଧିବା ଏବଂ ଖାଇବା ପାଇଁ ସଠିକ୍ ଉପାୟ ।
ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଓଜନ ହ୍ରାସ କରିବା ପାଇଁ ଆଳୁ ରାନ୍ଧିବା ଏବଂ ଖାଇବା ପାଇଁ ସଠିକ୍ ଉପାୟ ଜାଣିବା ନିହାତି ଜରୁରୀ । ଆମେରିକାର ଲୁଇସିଆନାରେ ଥିବା ପେନିଙ୍ଗଟନ୍ ବାୟୋମେଟିକାଲ୍ ରିସର୍ଚ୍ଚ ସେଣ୍ଟରର ଜଣେ ଡାଏଟିସିଆନ୍ ତଥା ଏହି ଅନୁସନ୍ଧାନର ସହ-ଲେଖକ ପ୍ରଫେସର କ୍ୟାଣ୍ଡିଡା ରେବେଲୋ କହିଛନ୍ତି ଯେ ଓଜନ ହ୍ରାସ କରିବାକୁ ହେଲେ ତେଲରେ ଭଜା ହୋଇଥିବା ଆଳୁ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ତେଲ କାରଣରୁ ଆଳୁ ର ପୋଷକ ତତ୍ତ୍ୱ କମିଯାଏ ଏବଂ ଏହି କାରଣରୁ ଆପଣଙ୍କ ଓଜନ ବଢିପାରେ । ସେ ଏହା ମଧ୍ୟ କହିଛନ୍ତି ଯେ ଓଜନ ହ୍ରାସ କରିବା ପାଇଁ କମ୍ କ୍ୟାଲୋରୀ ସହିତ ଭାରୀ ଖାଦ୍ୟ ଖାଇବା ଭଲ । ଏହା ସହଜରେ କ୍ୟାଲୋରୀ ହ୍ରାସ କରିଥାଏ ।

 

ମଧୁମେହ ରୋଗୀମାନେ ଆଳୁ ମଧ୍ୟ ଖାଇପାରିବେ ।

ଆଳୁ ଖାଇବା କାରଣରୁ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ରହିଛି । କିନ୍ତୁ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ମଧୁମେହ ରୋଗୀମାନେ ମଧ୍ୟ ଆଳୁ ଖାଇ ଓଜନ ହ୍ରାସ କରିପାରିବେ । ଆଳୁକୁ ୧୨ ରୁ ୨୪ ଘଣ୍ଟା ଫ୍ରିଜରେ ରଖି ପରେ ମଧୁମେହ ରୋଗୀଙ୍କୁ ଖାଇବାକୁ ଦିଆଯାଇ ପାରିବ । ଥଣ୍ଡା ହେତୁ ଆଳୁରେ ଫାଇବରର ପରିମାଣ ବଢିଥାଏ ଏବଂ ଏହି କାରଣରୁ ରକ୍ତରେ ଶର୍କରା ସ୍ତର ବୃଦ୍ଧି ହୁଏ ନାହିଁ । ଏହି ଉପାୟରେ ଆଳୁ ଖାଇବା ଦ୍ୱାରା ମଧୁମେହ ରୋଗୀଙ୍କର କ୍ଷତି ହେବ ନାହିଁ ।

Get real time updates directly on you device, subscribe now.