fbpx

ମହିଳା କର୍ମଚାରୀଙ୍କ ସହିତ ଡବଲ୍ ମିନିଂ କଥାବାର୍ତ୍ତା କରୁଥିଲା କଲ୍ୟାଣ ଅଧିକାରୀ, ଆଉ ତାପରେ

ଗାଜିଆବାଦ୍: ମହିଳା କର୍ମଚାରୀ ସହିତ ଅଭଦ୍ର କଥାବାର୍ତ୍ତା କରୁଥିଲେ ସମାଜ କଲ୍ୟାଣ ଅଧିକାରୀ । ଏନେଇ ଅଭିଯୋଗ ହେବା ପରେ ତାଙ୍କୁ ପଦବୀରୁ ନିଲମ୍ବିତ କରିଦିଆଯାଇଛି । ଏଭଳି ଖବର ଶୁଣିବାକୁ ମିଳିଛି ଗାଜିଆବାଦ୍ ଜିଲ୍ଲାରୁ । ମହିଳା କର୍ମଚାରୀଙ୍କ ସହିତ ଅସଦାଚରଣ ଓ ଅଭଦ୍ରତାର ସହିତ କଥାବାର୍ତ୍ତା କରିବା ଯୋଗୁଁ ଗାଜିଆବାଦ୍ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ନଦ୍ଦୀମ୍ ସିଦ୍ଦିକିଙ୍କୁ ନିଲମ୍ବିତ କରିଦିଆଯାଇଛି । ସମାଜ କଲ୍ୟାଣ ବିଭାଗର ମୁଖ୍ୟ ସଚିବ ରବିନ୍ଦ୍ର ନାୟକ ଶୁକ୍ରବାର ଦିନ ଏନେଇ ଆଦେଶ ଜାରି କରିଛନ୍ତି ।

ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ, ନଦ୍ଦୀମ୍ ସିଦ୍ଦିକିଙ୍କୁ ସାମାଜିକ କଲ୍ୟାଣ ବିଭାଗରେ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ଦିଆଯାଇଥିବା ମହିଳା କର୍ମଚାରୀଙ୍କ ସହିତ ଡବଲ୍ ମିନିଂ କଥାବାର୍ତ୍ତା କରି ଅନାବଶ୍ୟକ କଥା, ରାତିରେ ଫୋନ୍ କରି ହଇରଣ କରିବା, ମାନସିକ ନିର୍ଯାତନା ଦେବା, ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରି ତାଙ୍କ ଅସମ୍ମାନ କରିବା ଭଳି ଗମ୍ଭୀର ଅନୁଶାସନହୀନତା କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.