fbpx

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଗିରଫ, ପୁଣି ଆରମ୍ଭ ହେଲା ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ଲଢ଼େଇ

ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗରେ ଲାଗିଛି ବିଜେପିକୁ ଜବରଦସ୍ତ ଝଟକା । ରାଜ୍ୟ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାରଙ୍କୁ ଆଜି ପୋଲିସ ହାୱରା ହିଂସା ମାମଲାରେ ଗିରଫ କରିଥିବା ଜଣାପଡ଼ିଛି । ତେବେ ହାୱରା ଯାଉଥିବା ବେଳେ ସୁକାନ୍ତଙ୍କୁ ପୋଲିସ ହିଂସାସ୍ଥଳକୁ ଯିବାକୁ ନେଇ ଆଇନଗତ ଦୃଷ୍ଟିରୁ ବାରଣ କରିଥିଲା । ଏଥିସହ ସୁକାନ୍ତଙ୍କୁ ପୋଲିସ ଗୃହବନ୍ଦୀ କରି ରଖିଥିଲା ।

ତେବେ ବିଜେପି ନେତା ନୁରୂପ ଶର୍ମା ଓ ନବୀନ ଜିନ୍ଦଲ ପ୍ରୋଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ହାୱରାର ଅନେକ ସ୍ଥାନରେ ବିକ୍ଷୋଭ କରାଯାଇଥିଲା । ମହମ୍ମଦଙ୍କୁ ବିଜେପି ନେତାମାନେ ପ୍ରଦାନ କରିଥିବା ମନ୍ତବ୍ୟକୁ ନେଇ ସାଉଦୀ ଆରବ, ୟଏଇ, କତାର ଓ କୁଏତ୍ ଭଳି କିଛି ମୁସଲିମ୍ ରାଷ୍ଟ୍ର କଡ଼ା ନିନ୍ଦା କରିଥିଲେ ।

ତେବେ ବିଜେପି ମୁଖ୍ୟ ସୁକାନ୍ତଙ୍କ ଗିରଫଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବର୍ଷିଛନ୍ତି । ସେ କହିଛନ୍ତି, କିଛି ରାଜନୈତି ଦଳ ସର୍ବଦା ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି । ହିଂସାକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗରେ ଏଭଳି ଦଳର ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ପୂର୍ବରୁ ଏକାଧକ ଥର ଦିଦି-ଜଗଦୀପଙ୍କ ମଧ୍ୟରେ ଅହି ନକୁଳ ଲଢ଼େଇ ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.