fbpx

ଦିଦିଙ୍କ ମନ୍ତ୍ରୀମଣ୍ଡଳରେ ବାବୁଲ ସୁପ୍ରିଓଙ୍କୁ ମିଳିଲା କ୍ୟାବିନେଟ ପାହ୍ୟା, ୯ ମନ୍ତ୍ରୀଙ୍କ ସହିତ ମମତାଙ୍କ ମନ୍ତ୍ରିମଣ୍ଡଳ ପୁର୍ନଗଠିତ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମନ୍ତ୍ରୀମଣ୍ଡଳ ପୁର୍ନଗଠନ କରିଛନ୍ତି । ଦଳ କ୍ଷମତାକୁ ଆସିବା ପରେ ଏହା ସବୁଠୁ ବଡ ମନ୍ତ୍ରୀମଣ୍ଡଳ ବୋଲି କୁହାଯାଉଛି । ବୁଧବାର ଶପଥ ନେଇଥିବା ୯ ଜଣ ମନ୍ତ୍ରୀଙ୍କ ମଧ୍ୟରେ ୫ ଜଣ ନୂଆ ଚେହେରା ରହିଛନ୍ତି । ନବୀନଙ୍କ ମଧ୍ୟରେ ସବୁଠାରୁ ବଡ ନାମ ହେଉଛି ବାବୁଲ ସୁପ୍ରିଓ – ବିଜେପିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯିଏକି ଗତ ବର୍ଷ ତୃଣମୂଳ କଂଗ୍ରେସ କ୍ରମାଗତ ତୃତୀୟ ଥର କ୍ଷମତା ହାସଲ କରିବାର କିଛି ସମୟ ପରେ ସେହି ଦଳରେ ଯୋଗ ଦେଇଥିଲେ ।

ବାବୁଲ ସୁପ୍ରିଓଙ୍କ ସହ ସ୍ନେହାଶିଶ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ୍‌, ଉଦୟାନ ଗୁହା ଏବଂ ପ୍ରଦୀପ ମଜୁମଦାରଙ୍କୁ କ୍ୟାବିନେଟରେ ନିଆଯାଇଛି । ଚାରିଜଣ ଉପମନ୍ତ୍ରୀ ଭାବେ ବିରବାହା ହାନସଦା, ବି୍ଲବ ରୟ ଚୌଧୁରୀ, ତାଜମୁଲ ହୁସେନ୍‌ ଏବଂ ସତ୍ୟଜିତ୍‌ ବର୍ମନ୍‌ ସପଥଗ୍ରହଣ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ଏବଂ ଆସନ୍ତା ବର୍ଷ ହେବାକୁଥିବା ପଞ୍ଚାୟତ ନିର୍ବାଚନ ପାଇଁ ମମତା ବାନାର୍ଜୀ ଏହି ପୁର୍ନଗଠନ କରିଛନ୍ତି ବୋଲି ବିଶ୍ୱାସ କରାଯାଉଛି । ଏହା ମାଧ୍ୟମରେ ସେ ଆଞ୍ଚଳିକ ଏବଂ ସାମାଜିକ ସନ୍ତୁଳନ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ।

Get real time updates directly on you device, subscribe now.