fbpx

୫ ରାଜ୍ୟ ଫେରନ୍ତାଙ୍କୁ ନେଇ କଣ ରହିଛି ରାଜ୍ୟ ସରକାରଙ୍କର ଗାଇଡଲାଇନ୍

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): କିଛିଦିନ ଧରି କରୋନାର ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ପୁଣି ଆଉ ଥରେ ଏହି ଭାଇରସ ମୁଣ୍ଡ ଟେକିଲାଣି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଦି ୫ଟି ରାଜ୍ୟରେ କରୋନାର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ୫ଟି ସଂକ୍ରମଣ ପ୍ରବଣ ରାଜ୍ୟର ଫେରନ୍ତାଙ୍କ ଉପରେ ରଖାଯିବ ନଜର । ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ୧୨ ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ କୁହାଯାଇଥିଲା । ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖାଯାଉଛି । ଭବିଷ୍ୟତରେ ଅନ୍ୟ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖାଯାଇପାରେ । ୫ଟି ରାଜ୍ୟରୁ ଫେରିଥିବା ବ୍ୟକ୍ତି ୭ ଦିନ ସଙ୍ଗରୋଧରେ ରହିବେ । ଆରଟି-ପିସିଆର ରିପୋର୍ଟ ଥିଲେ ସଙ୍ଗରୋଧ ଅନାବଶ୍ୟକ । କୋଭିଡ୍ ଟିକା ନେଇଥିଲେ ସଙ୍ଗରୋଧର ମଧ୍ୟ ଆବଶ୍ୟକତା ନାହିଁ । ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.