fbpx

ବାହୁଡା ଓ ସୁନାବେଶ ପାଇଁ କ’ଣ ରହିଛି କଟକଣା? ଜାଣନ୍ତୁ

ପୁରୀ,୨୭ ।୬(ଓଡିଶା ଭାସ୍କର): କରୋନା ସଙ୍କଟ ମଧ୍ୟରେ ସୁରୁଖୁରରେ ସରିଯାଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଣିକି ବାହୁଡା ଓ ସୁନାବେଶ ପାଇଁ ଚାଲିଛି ପ୍ରସ୍ତୁତି । ଏହାରି ମଧ୍ୟରେ ବାହୁଡା ଓ ସୁନାବେଶ ପାଇଁ ପୁରରୀରେ ନୂଆ କଟକଣା ଲାଗୁ ହୋଇଛି । କଟକଣା ମୁତାବକ, ଜୁନ୍ ୩୦ ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ସଟ-ଡାଉନ୍ ରହିବା ସହ କର୍ଫ୍ୟୁ ଜାରି ରହିବ ।

ଏହା ସହ ଜୁଲାଇ ୪ ଯାଏ ହୋଟେଲ, ଲକିଂ, ଧର୍ମଶାଳାରେ ରହି ଲୋକମାନେ ବାହାରକୁ ବାହାରି ପାରିବେନି । ବଡଦାଣ୍ଡର ଉଭୟ ପାଶ୍ୱର କୋଠାରେ ବାହାର ଲୋକଙ୍କୁ ଅନୁମତି ନାହିଁ । ବାହାର ଲୋକ ରହିଲେ କୋଠା ମାଲିକଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ପୁରୀ ଜିଲ୍ଲାପାଳ ବଳବନ୍ଦ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.