ଶୁଭମନ ଗିଲଙ୍କୁ ଟି-ଟ୍ବେଣ୍ଟିରେ ସାମିଲ କରିବା ଠିକ୍ ନା ଭୁଲ୍, ତୃତୀୟ ଟି-ଟ୍ବେଣ୍ଟି ଆଗରୁ କଣ କହିଲେ GTର କୋଚ ଆଶିଷ ନେହରା…
ଜାଣନ୍ତୁ କଣ କହିଲେ ଆଶିଷ ନେହେରା...
ଓଡିଶା ଭାସ୍କର: ଲତାଗାର ଦୁଇଟି ଟି-ଟ୍ବେଣ୍ଟି ମ୍ଯାଚରେ ଓପନିଙ୍ଗ କରିବା ପାଇଁ ଆସି ଶୁଭମନ ଗିଲ ରନ ନ କରି ଆଉଟ ହେଉଛନ୍ତି। ଏପରିକି ପ୍ରଥମ ଟି-ଟ୍ବେଣ୍ଟି ଓ ଦ୍ବିତୀୟ ଟି-ଟ୍ବେଣ୍ଟି ରେ ଶୁଭମନଙ୍କ ଫର୍ମାଟକୁ ନେଇ ଅନେକ ବିବାଦ ଆରମ୍ଭ ହୋଇ ସାରିଲାଣି।
ଆଉ ଏହାରି ଭିତରେ ଗୁଜୁରାଟ ଟାଇଟାନ୍ସର କୋଚଙ୍କ ବୟାନ ଭାଇରାଲ ହେବାରେ ଲାଗିଛି।ଶୁଭମନଙ୍କୁ ଟି-ଟ୍ବେଣ୍ଟି ଫର୍ମାଟରେ ଖେଳାଇବା କେତେ ଦୁର ଠିକ ସେ ଏନେଇ ମନ୍ତବ୍ଯ ଦେଇଛନ୍ତି। ତେବେ ସେ କଣ କହିଛନ୍ତି ଆସନ୍ତୁ ଜାଣିବା…
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ମ୍ଯାଚ 1-1ରେ ବରାବର ହୋଇସାରିଛି। ପ୍ରଥଣ ମ୍ଯାଚରେ ଭାରତ ବାଜି ମାରିଥିବା ବେଳେ ଦ୍ବିତୀୟ ମ୍ଯାଚରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି।
ଏହାରି ଭିତରେ ପ୍ରଥମ ମ୍ଯାଚରେ ଶୁଭମନ ଗିଲ କେବଳ ଗୋଟିଏ ଚଉକା ମାରିବା ପରେ ଆଉଟ ହୋଇଯାଇଥିଲେ। ଅନ୍ୟପଟେ ଦ୍ବିତୀୟ ମ୍ଯାଚରେ ସେ ଖାତା ଖୋଲି ପାରିନଥିଲେ। ଏଣୁ ବର୍ତ୍ତମାନ ତାଙ୍କ ଫର୍ମାଟିଂ ନେଇ ବିଭିନ୍ନ ମହଲରେ ପ୍ରଶ୍ନ କରାଯାଉଛି।
ସେ ଏନେଇ ଆଶିଷ ନେହେରା କହିଛନ୍ତି କି ଆଶିଷ ନେହେରାଙ୍କ ଭଳି ଜଣେ ପ୍ରତିଭାମାନ ଖେଳାଳିଙ୍କୁ ଗୋଟିଏ, ଦୁଇଟି ମ୍ଯାଚରୁ ଜଜ କରିବା ଆଦୌ ଉଚିତ ନୁହେଁ। ଆଶିଷ ନେହେରା ବିଶ୍ୱାସ କରନ୍ତି ଯେ ଟି-୨୦ ଫର୍ମାଟରେ କେବଳ ଦୁଇଟି ମ୍ୟାଚ୍ ପରେ ଶୁଭମନ ଗିଲ୍ ଭଳି ଖେଳାଳିଙ୍କୁ ବିଚାର କରିବା ଭୁଲ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯେତେବେଳେ ପଚରାଗଲା ଯେ ସେ IPL ଆରମ୍ଭ ହେବାକୁ ତିନି ମାସ ବାକି ଥିବାରୁ ଗିଲ୍ଙ୍କ ଫର୍ମ ବିଷୟରେ ଚିନ୍ତିତ କି, ନେହେରା ଉତ୍ତର ଦେଇଥିଲେ, “ତିନି ମାସ ଭୁଲିଯାଅ, ଯଦିଓ ଆଇପିଏଲ୍ ତିନି ମାସ ପରେ ଆରମ୍ଭ ହେବ, ମୁଁ ଚିନ୍ତିତ ହେବି ନାହିଁ କାରଣ ଆପଣ ଟି-୨୦ ଭଳି ଫର୍ମାଟ୍ ବିଷୟରେ କହୁଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ କେବଳ ଦୁଇଟି ମ୍ୟାଚ୍ ଖେଳାଯାଇଛି। ଆଗକୁ ଆହୁରୀ ତିନୋଟି ମ୍ଯାଚ ବାକି ଅଛି।
ଏହି ଫର୍ମାଟରେ, ଯଦି ଶୁଭମନ ଗିଲ ଭଳି ଖେଳାଳିଙ୍କୁ ଦୁଇ କିମ୍ବା ତିନୋଟି ମ୍ୟାଚ୍ ପରେ ବିଚାର କରାଯାଏ, ତେବେ ଏହା କଷ୍ଟକର ହେବ। ଆମ ପାଖରେ ଅନେକ ବିକଳ୍ପ ଅଛି। ଯଦି ଆପଣ ଶୁଭମନ ଗିଲ ଏବଂ ଅଭିଷେକ ଶର୍ମାଙ୍କୁ ହଟାଇବାକୁ ଚାହାଁନ୍ତି, ତେବେ ଆପଣ ସାଇ ସୁଦର୍ଶନ ଏବଂ ଋତୁରାଜ ଗାୟକୱାଡଙ୍କୁ ଇନିଂସ ଓପନ କରିପାରିବେ।
ଯଦି ଆପଣ ସେମାନଙ୍କୁ ମଧ୍ୟ ଛାଡିବାକୁ ଚାହାଁନ୍ତି, ତେବେ ଆପଣ ୱାଶିଂଟନ ଏବଂ ଇଶାନ କିଶାନଙ୍କୁ ମଧ୍ୟ ଓପନ କରିପାରିବେ। ଅନେକ ବିକଳ୍ପ ଅଛି।
ୱାଶିଙ୍ଗଟନ ସୁନ୍ଦରଙ୍କ ବିଷୟରେ କଣ କହିଥିଲେ:
ୱାଶିଂଟନ ସୁନ୍ଦର ଗତ ସଂସ୍କରଣରେ ଗୁଜୁରାଟ ଟାଇଟାନ୍ସ ପାଇଁ କେବଳ ଛଅଟି ମ୍ୟାଚ୍ ଖେଳିଥିଲେ। ଦଳର ମୁଖ୍ୟ ପ୍ରଶିକ୍ଷକ ଇଙ୍ଗିତ ଦେଇଥିଲେ ଯେ ଯଦି ସେ ଫିଟ୍ ରୁହନ୍ତି, ତେବେ ତାଙ୍କୁ ଏଥର ଅଧିକ ମ୍ୟାଚ୍ ଖେଳିବାର ସୁଯୋଗ ମିଳିପାରିବ।
ଆଇପିଏଲ ନିଲାମ ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ଅନୁଷ୍ଠିତ ହେବ। ଗୁଜୁରାଟ ଟାଇଟାନ୍ସ ନିଲାମରେ ସର୍ବାଧିକ ପାଞ୍ଚ ଜଣ ଖେଳାଳିଙ୍କୁ କିଣିପାରିବ, ଏଥିମଧ୍ୟରୁ ଚାରୋଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ଉପଲବ୍ଧ। ଗୁଜୁରାଟର ପର୍ସ ବାଲାନ୍ସ ୧୨.୯ କୋଟି ରହିଛି।
