fbpx

ପିପିଲି ଉପ-ନିର୍ବାଚନକୁ ନେଇ କ’ଣ କହିଲେ ପ୍ରତିଭା ମହାରଥୀ?

ପିପିଲି,୨୦ ।୧(ଓଡିଶା ଭାସ୍କର): ପିପିଲି ଉପ-ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଉପନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ଡଃ ପ୍ରତିଭା ମହାରଥୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ନିର୍ବାଚନ ଏକ ପିକ୍ରିୟା, ପ୍ରାର୍ଥୀ ସମ୍ପର୍କରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତ୍ତି ନେବେ । ମୋତେ ସୁଯୋଗ ମିଳିଲେ ମୁଁ ନିହାତି ଖୁସି ହେବି ।’

ତେବେ ୨୦୧୯ ନିର୍ବାଚନରେ ବିଜୟୀ ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ୬ ମାସ ଭିତରେ ସାମ୍ନା ହେବ ଆଉ ଏକ ନିର୍ବାଚନର । କ୍ଷମତା ଓ ପ୍ରତିପତିର ଲଢ଼େଇରେ କିଏ ମାରିବ ବାଜି ତାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା । ବିଜେଡିର ବରିଷ୍ଠ ନେତା ପ୍ରଦୀପ ମହାରଥୀ ପିପିଲିରୁ ଲଗାତାର ଭାବେ ଜିତି ଆସୁଥିଲେ।

Get real time updates directly on you device, subscribe now.