fbpx

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ କ’ଣ କହିଲେ BMC କମିଶନର, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଅନେକ ରାଜ୍ୟରେ ମାଡିବାରେ ଲାଗିଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ । ଏହାର ମୁକାବିଲା ପାଇଁ ଓଡ଼ିଶା ସରକାର ମଧ୍ୟ ପ୍ରସ୍ତୁତ ରହିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଓମିକ୍ରନକୁ ନେଇ BMC କମିଶନର ସଞ୍ଜୟ ସିଂହ ନିଜୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ଭୁବନେଶ୍ୱରରୁ ଏଯାଏ କ୍ଲଷ୍ଟର ମାମଲା ଆସିନାହିଁ । ଓମିକ୍ରନ ନେଇ ବିଏମସିର ଟିମ୍ ଏୟାରପୋର୍ଟରେ ରହିଛି । ଟ୍ରାକିଂ, ଟେଷ୍ଟିଂ ଜାରି ରହିଥିବା ବେଳେ ପ୍ରତିଦିନ ୫ ହଜାରରୁ ଅଧିକ ଟେଷ୍ଟ ହେଉଛି । ୩୧ ଡିସେମ୍ବର ଓ ନୂଆବର୍ଷ ପାଇଁ ଥିବା କଟକଣାକୁ କଡ଼ାକଡ଼ି ପାଳନ କରାଯିବ ।’

ଅନ୍ୟପଟେ ରାଜ୍ୟରେ ୨୪୬ ବିଦେଶ ଫେରନ୍ତା ପଜିଟିଭ୍ ଚିହ୍ନଟ ହେବା ପ୍ରସଙ୍ଗରେ ଡିଏମଇଟି ରମା ରମଣ ମହାନ୍ତି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨୪୬ ନମୂନା ଜିନମ ସିକ୍ୱେନ୍ସିଂ ପାଇଁ ପଠାଯାଇଛି । ଏସବୁ ନମୂନା ବୁର୍ଲା, ମୟୂରଭଞ୍ଜ ସମେତ ବିଭିନ୍ନ କୋଭିଡ କ୍ଲଷ୍ଟରର ହୋଇଥିବା ଜଣାପଡିଛି । ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ କି ନୁହେଁ, ତାହା ଶୁକ୍ରବାର ଜଣାପଡ଼ିବ । ଓମିକ୍ରନକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ ।’

Get real time updates directly on you device, subscribe now.