fbpx

ଶୁଭସ୍ମିତାଙ୍କ ବାପା କହିଲେ- ‘ଝିଅକୁ ଡାକିନେଇ ପୋଡିଦେଲା ତା ପ୍ରେମିକ’

ବ୍ରହ୍ମପୁର (ଓଡ଼ିଶା ଭାସ୍କର): ପ୍ରେମବ୍ୟାପାରକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ଥାନା ଅଧିନ ପାତ୍ରପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ନୃଶଂସ ପ୍ରେମିକ ପ୍ରଥମେ ପ୍ରତାରଣା କରିବା ପରେ ପ୍ରେମିକାକୁ ଡାକିନେଇ ନିଆଁରେ ଜିଅନ୍ତା ଜାଳିଦେବାକୁ ପଛାଇନାହିଁ । ଘଟଣାକୁ ନେଇ କୋହଭରା କାହାଣୀ କହିଛନ୍ତି ମୃତ ଯୁବତୀ ଶୁଭସ୍ମିତା ଖାଡଙ୍ଗାଙ୍କ ପିତା ବସନ୍ତ ଖାଡଙ୍ଗା । ସେ କହିଛନ୍ତି ଯେ, ‘ଶୁଭସ୍ମିତା ସହ ପ୍ରତାପପୁର ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ଦୀର୍ଘ ୪ ବର୍ଷ ସମ୍ପର୍କ ରଖିଥିଲା । ଏତେ ବର୍ଷର ସମ୍ପର୍କ ପରେ ବି ଘରଲୋକ ମନା କରିବାକୁ କୃଷ୍ଣ ଅନ୍ୟତ୍ର ବିବାହ କରିଥିଲା । କିନ୍ତୁ ଶୁଭସ୍ମିତାଙ୍କୁ ହଇରାଣ କରୁଥିଲା । ଭୁବନେଶ୍ୱରରେ ଏକ କ୍ଲିକରେ କାମ କରୁଥିବା ବେଳେ ମଧ୍ୟ ଶୁଭସ୍ମିତାଙ୍କୁ ଆସି ସେ ହଇରାଣ କରୁଥିଲା । ମୋବାଇଲ ଛଡାଇ ନେଇ ଧମକ ଦେବା ସହ ଶୁଭସ୍ମିତାଙ୍କ ଭାଇ-ଭଉଣୀଙ୍କୁ ଫୋନ୍ କରି ହଇରାଣ କରୁଥିଲା ।’

ବାହାଘର ପରେ କାଳେ ହଇରାଣ କରିବ, ସେଥିପାଇଁ ମୋ ଝିଅକୁ ଡାକିନେଲା ପୋଡି ମାରିଦେଲା ବୋଲି ଶୁଭସ୍ମିତାଙ୍କ ବାପା କହିଛନ୍ତି । ପୂର୍ବରୁ ବାରମ୍ବାର ଫୋନ୍ କରି ହଇରାଣ କରୁଥିଲା । ଶେଷରେ ପୋଡି ଦେଲା । ଏଭଳି ଅପରାଧୀକୁ ଫାଶୀ ଦରକାର ବୋଲି ବସନ୍ତ ଖାଡଙ୍ଗା ଦାବି କରିଛନ୍ତି ।

ସୂଚନା ମୁତାବିକ, ଗତକାଲି ୬ଟା ସମୟରେ ପ୍ରତାପୁର ଏକ ପରିତ୍ୟକ୍ତ କାରଖାନା ନିକଟ ଯୁବତୀ ଜଣଙ୍କୁ ଜଳୁଥିବା ସ୍ଥାନୀୟ ଲୋକ ପୁଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଟିମ୍ ପହଞ୍ଚି ଅର୍ଦ୍ଧଦଗ୍ଧ ଯୁତବୀଙ୍କୁ ଉଦ୍ଧାର ଉଦ୍ଧାର କରି ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତରଖାନା ନେଇଥିଲ । ଶରୀରର ପ୍ରାୟ ୮୦ରୁ ୮୫ % ଭାଗ ଜଳିଯାଇଥିଲା । ଯୁବତୀ ଜଣ ହେଉଛନ୍ତି କବିସୂର୍ଯ୍ୟନଗର ଥାନା ବାଲିଛାଇ ଫାଣ୍ଡି ଅଧୀନ କଳମ୍ବ ଗ୍ରାମର ୨୫ ବର୍ଷୀୟା ଶୁଭସ୍ମିତା ଖାଡ଼ଙ୍ଗା । ଗୁରୁତର ଯୁବତୀଙ୍କ ଠାରୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ, ତହସିଲଦାର ନିତିଶ ତ୍ରିପାଠୀ ଯୁବତୀଙ୍କ ବୟାନ ରେକର୍ଡ କରିଥିଲେ । ଜଣେ ଯୁବକ ତାଙ୍କୁ ଜାଳି ଦେଇଥିବା କହିବା ସହ ସେ ଯୁବକଙ୍କ ଘର ପ୍ରତାପୁର ବୋଲି କହିଥିଲେ । ଜଣେ ଯୁବକ ତାଙ୍କୁ ଜାଳି ଦେଇଥିବା କହିବା ସହ ସେ ଯୁବକଙ୍କ ଘର ପ୍ରତାପୁର ବୋଲି କହିଥିଲେ ଓ ଯୁବକଙ୍କ ମୋବାଇଲ୍ ନମ୍ବର ବି ଦେଇଥିଲେ । ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି ପୁଲିସ ଚମ୍ପଟ ମାରିଥିବା ଅଭିଯୁକ୍ତ ଯୁବକ କୃଷ୍ଣ ସାହୁଙ୍କୁ କେଶପୁରରୁ କାବୁ କରିଥିଲା । ଏଥିସହ ଯୁବକ ଜଣଙ୍କ ବ୍ୟବହାର କରିଥିବା ବାଇକ୍ ଜବତ କରାଯାଇଛି । ଯୁବତୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଉଥିଲା, କିନ୍ତୁ ଡାକ୍ତରଖାନା ଯିବା ବାଟରେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ଅଭିଯୁକ୍ତ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.