fbpx

ୟୁଟ୍ୟୁବ୍ ପାଠପଢ଼ା ଓ ଇ-ମୂଲ୍ୟାୟନକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ୍, ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଭାବ ପକାଇଛି । ସରକାରଙ୍କ ଅନଲାଇନ ବ୍ୟବସ୍ଥାରେ ମଧ୍ୟ ଅନେକ ଅସୁବିଧା ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ପିଲାଙ୍କୁ ୟୁଟ୍ୟୁବରେ ଶିକ୍ଷାଦାନ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

ତେବେ ୟୁଟ୍ୟୁବ କ୍ଲାସ ପରେ ପିଲାଙ୍କ ପାଠପଢାର ଇ-ମୂଲ୍ୟାୟନ ହେବ ବୋଲି ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ କହିଛନ୍ତି ଯେ, ପିଲାଙ୍କ ଇଣ୍ଟରନାଲ ଆସେସମେଣ୍ଟର ହେବ ଇ-ମୂଲ୍ୟାୟନ । ପ୍ରତି ମାସେ, ୨ ମାସ କିମ୍ବା ୩ ମାସରେ ଇଣ୍ଟରନାଲ ଆସେସମେଣ୍ଟ ହେବ । ଇ-ମୂଲ୍ୟାୟନର ସମସ୍ତ ଡାଟାବେସ୍ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଥିବା ୟୁଟ୍ୟୁବ ଶିକ୍ଷାଦାନରେ ପାଖାପାଖି ୮୦% ପିଲା ଯୋଡିହୋଇଛନ୍ତି । ୨୦ ପ୍ରତିଶତ ପିଲା ଅନଲାଇନରେ ଯୋଡି ହୋଇନାହାନ୍ତି । ନେଟ ନଥିବା ଅଞ୍ଚଳରେ ପାଠପଢ଼ାରେ ବାଧା ହେବ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.