fbpx

Indian Idolର Winnerମାନେ କ’ଣ କରୁଛନ୍ତି ଏବେ, ଜାଣନ୍ତୁ ସେମାନଙ୍କ ବିଷୟରେ

ଇଣ୍ଡିଆନ ଆଇଡଲ୍ ଦେଶର ଏକ ପ୍ରମୁଖ ସଙ୍ଗୀତଭିତ୍ତିକ ରିୟଲିଟି ଶୋ । ବର୍ତ୍ତମାନ ସିଜିନ-୧୨ ଜାରି ରହିଥିବା ବେଳେ ପୂର୍ବରୁ ୧୧ଟି ସିଜିନ୍ ସମାପ୍ତ ହୋଇ ୧୧ ଜଣ ବିଜେତା ବଛା ହୋଇ ସାରିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ପ୍ରତ୍ୟେକ ସିଜିନର ବିଜେତାମାନେ ଏବେ କ’ଣ କରୁଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ଅଭିଜିତ ସାୱନ୍ତ- ଅଭିଜିତ ସାୱନ୍ତ ହେଉଛନ୍ତି ପ୍ରଥମ ଇଣ୍ଡିଆନ ଆଇଡଲର ବିଜେତା । ଅଭିଜିତ କିଛି ବଲିଉଡ୍ ଫିଲ୍ମରେ କାର୍ଯ୍ୟ କରିବା ସହ ନିଜର ଏକ ମ୍ୟୁଜିକ ଆଲବମରେ କାର୍ଯ୍ୟ କରିସାରିଛନ୍ତି । ସେ ଇଣ୍ଡିଆନ୍ ଆଇଡଲର ଏକ ସଂସ୍କରଣରେ ହୋଷ୍ଟ କରିବା ସହ କିଛି ରିୟଲିଟି ଶୋରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ସେ ‘ଆସିକ ବନାୟା ଆପନେ’ ଫିଲ୍ମରେ ଗୀତ ଗାଇବା ସହ ୨୦୦୯ରେ ‘ଲଟେରି’ ଫିଲ୍ମରେ ଅଭିନୟନ କରିଥିଲେ ।

ସନ୍ଦିପ ଆଚାର୍ଯ୍ୟ- ଇଣ୍ଡିଆନ ଆଇଡଲ ୨ର ବିଜେତା ହୋଇଥିଲେ ସନ୍ଦିପ ଆଚାର୍ଯ୍ୟ । ସେ କିଛି ରାଜସ୍ଥାନୀ ମ୍ୟୁଜିକ ଓ ବଲିଉଡ ଫିଲ୍ମରେ କାର୍ଯ୍ୟ କରିଥିଲେ । ସେ ଜଣ୍ଡିସରେ ଆକ୍ରାନ୍ତ ହୋଇ ଖୁବ୍ କମ୍ ବୟସରେ ୨୦୧୩ ମସିହାରେ ମୃତ୍ୟୁବରଣ କରିଥିଲେ । ସନ୍ଦିପଙ୍କ ଭଳି ଜଣେ ଟାଲେଣ୍ଟଡ୍ ସିଙ୍ଗରଙ୍କୁ ହରାଇ ବଲିଉଡର ଅନେକ ସଙ୍ଗୀତକାର ଗଭୀର ଦୁଃଖ ପ୍ରକାଶ କରିଥିଲେ ।

ପ୍ରଶାନ୍ତ ତାମଙ୍ଗ- ଇଣ୍ଡିଆନ ଆଇଡଲ ୩ର ବିଜେତା ହୋଇଥିବା ପ୍ରଶାନ୍ତ ତାମଙ୍ଗ ବର୍ତ୍ତମାନ ନେପାଳରେ ଅବସ୍ଥାନ କରୁଛନ୍ତି । ପୂର୍ବରୁ ସେ କୋଲକତା ପୋଲିସରେ ଚାକିରି କରୁଥିଲେ । ଟାଇଟଲ ଜିତିବା ପରେ ସେ ନେପାଳୀ ଓ ହିନ୍ଦୀ ଭାଷାର ଆଲବମରେ ଗୀତ ଗାଇଥିଲେ । ୨୦୦୯ରେ ସେ ନେପାଳି ଫିଲ୍ମରେ ଅଭିନୟ ଆରମ୍ଭ କରିଥିଲେ ।

ସୌରଭୀ ଦେବବର୍ମା- ପ୍ରଥମ ଥର ପାଇଁ ଜଣେ ଝିଅ ଭାବରେ ସୌରଭୀ ଦେବବର୍ମା ଇଣ୍ଡିଆନ ଆଇଡଲ ୪ର ବିଜେତା ହୋଇଥିଲେ । ତ୍ରିପୁରାର ଏହି ସିଙ୍ଗର ଗୀତ ଗାଇ ଗିଜିନ୍ ବୁକ୍ ଅପ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ୨୦୦୯ ମସିହା ମାର୍ଚ୍ଚ ମାସରେ ସେ ୪ ମିନିଟ୍ ୩୦ ସେକେଣ୍ଡ ପାଇଁ ଗୀତ ଗାଇ ଏହି ବିରଳ କୀର୍ତ୍ତି ସ୍ଥାପନ କରିଥିଲେ ।

ଶ୍ରୀରାମ ଚନ୍ଦ୍ର- ଇଣ୍ଡିଆନ ୫ର ବିଜେତା ହୋଇଥିଲେ ହାଇଦ୍ରାବାଦର ପ୍ଲେ ବ୍ୟାକ ସିଙ୍ଗର ଶ୍ରୀରାମ ଚନ୍ଦ୍ର । ସେ ‘ମେରେ ବ୍ରଦର କି ଦୁଲହନ’, ‘ଖିଲାଡି ୭୮୬’, ‘ୟେ ଯୱାନି ହେ ଦିୱାନି’ ଫିଲ୍ମରେ ଗୀତ ଗାଇଛନ୍ତି । ସେ ତେଲୁଗୁ ଫିଲ୍ମରେ ସଙ୍ଗୀତ କ୍ୟାରିୟର କରିବା ସହ ଅନଲାଇନରେ ଅନେକ କଭର ଗୀତ ଗାଇଛନ୍ତି ।

ଭିପୁଲ ମେହଟା- ଇଣ୍ଡିଆନ ଆଇଡଲ ୬ର ବିଜେତା ହୋଇଥିଲେ ଭିପୁଲ ମେହଟା । ସଙ୍ଗୀତ ନିର୍ଦ୍ଦେଶକ ଆସଦ ଛୋହାନଙ୍କ ରୋୱାନ ମେଁ ଗୀତରେ ସେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ତାଙ୍କର ପ୍ରଥମ ଆଲବମ୍ ହେଲୋ ନମସ୍ତେ ସତ ଶ୍ରୀ ଅକଲରେ କାର୍ଯ୍ୟ କରିଥିଲେ । ସେ ଅନଲାଇନରେ ଅନେକ ଲାଇଭ୍ ପ୍ରୋଗ୍ରାମ କରିଥିଲେ ।

ଅଞ୍ଜନା ଓ ଅନନ୍ୟା- ଦୁଇଟି ସିଜିନ୍ ଇଣ୍ଡିଆନ ଆଇଡଲ ଜୁନିୟରଙ୍କ ପାଇଁ କରାଯାଇଥିଲା । ବେଙ୍ଗାଲୁରୁର ଅଞ୍ଜନା ପଦ୍ମନାଭନ ଇଣ୍ଡିଆନ ଆଇଡଲ ଜୁନିଅର ୧ ଓ ଅନନ୍ୟା ନନ୍ଦ ସିଜିନ୍ ୨ର ବିଜେତା ହୋଇଥିଲେ ।

ଏଲଭି ରେଭନ୍ତ- ଇଣ୍ଡିଆନ ଆଇଡଲ ୯ର ବିଜେତା ହୋଇଥିଲେ ସାଉଥ୍ ଫିଲ୍ମର ପ୍ରସିଦ୍ଧ ସିଙ୍ଗର ଏଲଭି ରେଭନ୍ତ । ସେ ପ୍ରାୟ ୨୦୦ ଗୀତ ତେଲୁଗୁ ଓ କନ୍ନଡ଼ ଫିଲ୍ମରେ ଗାଇଥିଲେ । ବାହୁବଲୀ ଫିଲ୍ମର ମନୋହରି ଗୀତ ସେ ଗାଇଥିଲେ । ୨୦୧୭ରେ ମୁକ୍ତିଲାଭ କରିଥିବା ଅର୍ଜୁନ ରେଡ୍ଡୀ ଫିଲ୍ମରେ ସେ ଦୁଇଟି ଗୀତ ଗାଇଥିଲେ ।

ସଲମନ ଅଲ୍ଲୀ- ଇଣ୍ଡିଆନ ଆଇଡଲ ୧୦ ସିଜିନର ବିଜେତା ହୋଇଥିଲେ ସଲମନ ଅଲ୍ଲୀ । ସେ ୨୦୧୧ରେ ସାରେଗାମାପା ଲିଟିଲ ଚାମ୍ପର ପ୍ରଥମ ରନର୍ସ ଅପ୍ ହୋଇଥିଲେ । ସେ ଟିଭି ସିରିଜ୍ ଚନ୍ଦ୍ରଗୁପ୍ତ ମୌର୍ଯ୍ୟର ଥିମ୍ ପାଇଁ କଣ୍ଠଦାନ କରିଥିଲେ । ୨୦୧୯ରେ ସେ ସାଟେଲାଇଟ ଶଙ୍କର ଓ ଦବଙ୍ଗ ୩ ପାଇଁ ଗୀତ ପାଇଥିଲେ ।

ସନି ହିନ୍ଦୁସ୍ତାନୀ- ଇଣ୍ଡିଆନ ଆଇଡଲ ୧୧ର ବିଜେତା ହୋଇଥିଲେ ସନି ହିନ୍ଦୁସ୍ତାନୀ । ଏହି ସିଜିନରେ ଭାଗ ନେବା ସମୟରେ ସେ କିଛି ମ୍ୟୁଜିକ କମ୍ପୋଜରଙ୍କ ଠାରୁ ଆଗାମୀ ଫିଲ୍ମରେ ଗୀତ ଗାଇବା ପାଇଁ ଅଫର ପାଇଥିଲେ । ଦି ବଡି ଫିଲ୍ମର ରୋମ ରୋମ ଗୀତ ଗାଇ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାଛଡ଼ା ସେ ଭେଟେରାଲ୍ ସିଙ୍ଗର ଅମିତ କୁମାରଙ୍କ ଏକ ଗୀତ ପାଇଁ ସାଇନ୍ କରିଥିଲେ ।

Get real time updates directly on you device, subscribe now.