fbpx

ବିବାହ-ରିଲେସନସିପକୁ ନେଇ କ’ଣ ଭାବନ୍ତି ଭାରତୀୟ ମହିଳା? ସର୍ଭେରୁ ଆସିଲା ଆଶ୍ଚର୍ଯ୍ୟକର ରେଜଲ୍ଟ

ବିବାହ ଓ ରିଲେସନସିପ୍ ମାମଲାରେ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ବହୁତ ଭାବନ୍ତି, ତା’ପରେ ପାଦ ଆଗକୁ ବଢ଼ାନ୍ତି । ଭାରତୀୟ ସମାଜରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ପରମ୍ପରା, କିନ୍ତୁ ସମୟ ସହିତ ଏଥିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅନେକ କପଲ ବାହାଘର ପୂର୍ବରୁ ଭେଟ ହୋଇ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତି । କିନ୍ତୁ ଆଜି ବି କିଛି ସ୍ଥାନରେ ପୁଅ-ଝିଅଙ୍କୁ ବାହାଘର ପୂର୍ବରୁ ଦେଖିବା ଠିକ୍ ବୋଲି ବିବେଚନା କରାଯାଏ ନାହିଁ । ଭାରତରେ ବିବାହ ଏବଂ ରିଲେସନସିପ ସମ୍ବନ୍ଧରେ ଏକ ସର୍ଭେ କରାଯାଇଥିଲା ଏବଂ ଯେତେବେଳେ ଏହି ସର୍ଭେରୁ ମିଳିଥିବା ତଥ୍ୟକୁ ବିଶ୍ଳେଷଣ କରାଯାଇଥିଲା, ସେଥିରୁ ମିଳିଥିବା ରେଜଲ୍ଟ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଏହି ସର୍ଭେ କିଏ କଲା?

ଡିଜିଟାଲ ଦୁନିଆର ଏହି ଯୁଗରେ ଲୋକମାନେ ମଧ୍ୟ ଜୀବନସାଥୀକୁ ଡିଜିଟାଲ୍ ଡିଜିଟାଲରେ ଖୋଜିବା ଆରମ୍ଭ କରିଛନ୍ତି । ଏହି ସମୟ ମଧ୍ୟରେ ଲୋକମାନେ ବିଭିନ୍ନ ପ୍ରକାରର ଡେଟିଂ ଆପ୍ ବ୍ୟବହାର କରନ୍ତି । ଏହି ଡେଟିଂ ଆପ୍ ମଧ୍ୟରୁ ଗୋଟିଏ ହେଉଛି ବମ୍ବଲ, ଯାହା ଏହି ସର୍ଭେ କରିଛି । ସର୍ଭେ ପରେ ବମ୍ବଲ ଦ୍ୱାରା ଉପସ୍ଥାପିତ ହୋଇଥିବା ଆକଳନ ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଡେଟିଂ ଆପ୍ ବ୍ୟବହାର କରୁଥିବା ପ୍ରାୟ ୩୯% ଲୋକ ଭାବନ୍ତି ଯେ ବିବାହ ଋତୁରେ ସେମାନଙ୍କୁ ରିଲେସନସିପେର ଆସିବା ବା ବାହାହେବାକୁ ପରିବାର ଲୋକ ପରାମର୍ଶ ଦିଅନ୍ତି । ଡେଟିଂ ଆପ୍ ବ୍ୟବହାର କରୁଥିବା ୩୩% ଅବିବାହିତ ବ୍ୟକ୍ତି କୁହନ୍ତି ଯେ, ସେମାନଙ୍କୁ ଅନ୍ୟ ଉପାୟରେ ବିବାହ କରିବାକୁ ବାଧ୍ୟ କରାଯାଏ, ଏବଂ ବିବାହ ଋତୁରେ ଏହା ଅଧିକ ହୋଇଥାଏ ।

ପ୍ରାୟ ୮୧ ପ୍ରତିଶତ ଭାରତୀୟ ମହିଳା ଅବିବାହିତ ହୋଇ ଖୁସି ଅଛନ୍ତି :-

ଡେଟିଂ ଆପ୍ ବମ୍ବଲର ତଥ୍ୟ ଅନୁଯାୟୀ, ଭାରତର ପ୍ରାୟ ୮୧ ପ୍ରତିଶତ ମହିଳା ବିନା ବିବାହରେ କିମ୍ବା ଏକୁଟିଆ ରହିବାରେ ନିଜକୁ ଅଧିକ ଆରାମଦାୟକ ଅନୁଭବ କରନ୍ତି । ଏକ ସର୍ଭେ ସମୟରେ ପ୍ରାୟ ୮୩ ପ୍ରତିଶତ ମହିଳା କହିଛନ୍ତି ଯେ, ଯେପର୍ଯ୍ୟନ୍ତ ସେମାନେ ପ୍ରକୃତ ଜୀବନ ସାଥୀ ନ ପାଇଛନ୍ତି ସେ ପର୍ଯ୍ୟନ୍ତ ସେମାନେ କୌଣସି ପ୍ରକାର ରିଲେସନସିପରେ ଆସିବେ ନାହିଁ ।

Get real time updates directly on you device, subscribe now.