fbpx

ଖବରକାଗଜରେ ଥିବା ୪ଟି ରଙ୍ଗୀନ ବିନ୍ଦୁ କଣ ସୂଚାଏ? ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଖବର କାଗଜ ଆପଣ ମାନେ ନିଶ୍ଚୟ ପଢ଼ୁଥିବେ । ଏହା ଆମକୁ ପୂରା ଦୁନିଆର ଖବର ସମ୍ପର୍କରେ ବିସ୍ତାର ରୂପରେ ଜାଣିବାରେ ସାହାଯ୍ୟ କରେ । କିନ୍ତୁ ଏଥିରେ ଅନେକ ଜିନିଷ ଥାଏ ଯାହାକୁ ଆମେ ଧ୍ୟାନ ଦେଇନଥାଉ । ଆଉ ଯଦି ବା ଧ୍ୟାନ ଦେଇଥାଉ ତା ବିଷୟରେ ଜାଣିବାକୁ ଚେଷ୍ଟା କରିନଥାଉ । ଏହି ଆଧାରରେ କଣ ଆପର କେବେ ଧ୍ୟାନ ଦେଇଛନ୍ତି କି ଖବରକାଗଜରେ ଥିବା ଚାରିଟି ରଙ୍ଗୀନ ଡଟ୍ ବା ବିନ୍ଦୁ ବିଷୟରେ? ଏହି ୪ଟି ରଙ୍ଗୀନ ବିନ୍ଦୁକୁ ନେଇ ଆପଣ ମାନଙ୍କ ମନରେ ନିଶ୍ଚୟ ଭାବରେ ପ୍ରଶ୍ନ ଆସୁଥିବ । ତେବେ ଚାଲନ୍ତୁ ଆଜି ଜାଣିବା ଏହା କଣ ହୋଇଥାଏ ଓ କଣ ସୂଚାଏ ।

ପ୍ରଥମେ ତ ଖବରକାଗଜ ମାନଙ୍କରେ କଳା ଓ ଧଳା ବିନ୍ଦୁ ମୁଦ୍ରିତ କରାଯାଉଥିଲା । କାରଣ ରଙ୍ଗୀନ ଖବରକାଗଜ ଆସିବା ପୂର୍ବରୁ ବ୍ଲାକ୍ ଓ ହ୍ୱାଇଟ୍ ର ପ୍ରିଣ୍ଟ ଥିବା ଖବରକାଗଜ ଆସୁଥିଲା । ଆଉ କ୍ରମଶଃ ସମୟ ସହିତ ଏଥିରେ ଅନେକ ପରିବର୍ତ୍ତନ ଆସିଲା । ସମୟ ଓ ବିକାଶ ସହିତ ଏବେ ରଙ୍ଗୀନ ରଙ୍ଗୀନ ବିଜ୍ଞାପନ ସହିତ ଆକର୍ଷଣୀୟ ଫଟୋ ଖବରକାଗଜ ଗୁଡ଼ିକୁ ଦେଖିବାକୁ ମିଳୁଛି । ଆଉ ଏହି ଫଟୋ ଓ ବିଜ୍ଞାପନ କାରଣରୁ ହିଁ ଆମେ ଉକ୍ତ ୪ରଙ୍ଗୀନ ବିନ୍ଦୁ ଆଡ଼କୁ ଧ୍ୟାନ ଦେଉନା । ତେବେ କଣ ରହିଛି ଖବରକାଗଜ ସହିତ ଏହି ବିନ୍ଦୁ ମାନଙ୍କ ସମ୍ପର୍କ ?

ସାଧାରଣତଃ ଏହି ବିନ୍ଦୁ ଗୁଡ଼ିକର ରଙ୍ଗ ଗୁଡ଼ିକ ହେଲା ନୀଳ, ଗୋଲାପୀ, ହଳଦିଆ ଓ କଳା । ଏହି କ୍ରମରେ ଥିବା କଲର୍ ପାଟର୍ନ ପ୍ରିଣ୍ଟରରେ ରହିଥାଏ । ପ୍ରିଣ୍ଟର ମେସିନ୍ ରେ ଏହି କ୍ରମ ଅନୁସାରେ ରଙ୍ଗ ବ୍ୟବହାର କରାଯାଏ । ଆଉ ଏହିଥିରୁ ହିଁ ଖବରକାଗଜରେ ଭିନ୍ନ ଭିନ୍ନ ପ୍ରକାରର ରଙ୍ଗ ଆସିଥାଏ । ଏହି ଚାରି ରଙ୍ଗକୁ ନେଇ CMYK ହୋଇଥାଏ । C- ସିଆନ୍(ନୀଳ), M- ମାଜେଣ୍ଟା(ଗୋଲାପୀ), Y- ୟେଲୋ(ହଳଦିଆ), K-ବ୍ଲାକ୍(କଳା) ।

ଏହି ଚାରି ରଙ୍ଗର ଅନୁପାତରେ ଯେକୌଣସି ରଙ୍ଗ ଅଣାଯାଇପାରିବ । ଗୋଟିଏ ଇମେଜ୍ ପ୍ରିଣ୍ଟ କରିବା ପାଇଁ ଏହି ଚାରି ଟି ରଙ୍ଗକୁ କ୍ରମାନୁସାରେ ପେପର୍ ରେ ରଖାଯାଏ । ଆଉ ଛପାଯିବା ସମୟରେ ବି ଲାଇନ୍ ରଖାଯାଏ । ସେଥିପାଇଁ CMYK କୁ ରେଜିଷ୍ଟ୍ରେସନ୍ ମାର୍କ ବା ପ୍ରିଣ୍ଟର୍ ମାର୍କର୍ କୁହାଯାଏ । ଆପଣ ଜାଣନ୍ତି କି CMYK ମାର୍କ ବହି ଛାପିବାବେଳେ ସମାନ ପ୍ରକିୟା ଆପଣାଯାଏ କିନ୍ତୁ ପୃଷ୍ଠା କାଟିବା ସମୟରେ ଏହାକୁ ଅପସାରଣ କରାଯାଏ ।

Get real time updates directly on you device, subscribe now.