ପାଦର ଦ୍ଵିତୀୟ ଆଙ୍ଗୁଠି ବଡ଼ କି? ଜାଣନ୍ତୁ ଆପଣଙ୍କ ସ୍ଵଭାବ, କଣ କହୁଛି ଧାର୍ମିକ ଶାସ୍ତ୍ର
ପାଦର ଦ୍ଵିତୀୟ ଆଙ୍ଗୁଠି ବଡ଼ କି? ଜାଣନ୍ତୁ ଆପଣଙ୍କ ସ୍ଵଭାବ
Morton’s toe: ସାମୁଦ୍ରିକ ଶାସ୍ତ୍ରରେ ବ୍ୟକ୍ତିର ଶାରୀରିକ ଗଠନ ସମ୍ପର୍କରେ ଅନେକ ବିବରଣୀ ଲେଖାଯାଇଛି । ସେହିସବୁ ଶାରୀରିକ ସରଞ୍ଚନା ଦେଖି ସେହି ବ୍ୟକ୍ତି ବିଷୟରେ ଅନେକ କିଛି କଥା ମଧ୍ୟ ଜାଣି ହୋଇଥାଏ ।
ତେବେ ବ୍ୟକ୍ତିର ପାଦର ଗଠନ ଦେଖି ସେହି ବ୍ୟକ୍ତିର ସ୍ଵଭାବ ବିଷୟରେ ଜାଣିପାରିବେ । କୌଣସି ବି ବ୍ୟକ୍ତିର ଗୋଡର ଆଙ୍ଗୁଠିରୁ ବି ସେହି ବ୍ୟକ୍ତିର ସ୍ଵଭାବ ବିଷୟରେ କୁହାଯାଇ ପାରିବ । ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ଗୋଡର ଆଙ୍ଗୁଠି ଆପଣଙ୍କ ବିଷୟରେ କ’ଣ କହିଥାଏ ?
ଯେଉଁ ଲୋକମାନଙ୍କର ଗୋଡର ବୁଢା ଆଙ୍ଗୁଠି ବଡ ଏବଂ ଅନ୍ୟ ଆଙ୍ଗୁଠି ଛୋଟ ଓ ସମାନ ଥିବ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ସବୁ କାର୍ଯ୍ୟକୁ ଶାନ୍ତିର ସହ କରିବାକୁ ପସନ୍ଦ କରନ୍ତି । ଏହିଭଳି ଲୋକମାନେ ବହୁତ ଧର୍ଯ୍ୟବାନ ହୋଇଥାନ୍ତି । ଶୀଘ୍ର କୌଣସି ବି କାର୍ଯ୍ୟକୁ କରନ୍ତି ନାହିଁ ।
ଏହି ଲୋକମାନଙ୍କୁ କୌଣସି ବାଦ ବିବାଦରେ ପଡିବାକୁ ଭଲ ଲାଗେ ନାହିଁ । ପ୍ରେମ ମାମଲାରେ ବି ଏମାନେ ବହୁତ ଗମ୍ଭୀର ହୋଇଥାନ୍ତି । ଯଦି କାହାକୁ ଭଲ ପାଆନ୍ତି ତେବେ ଜୀବନସାରା ତାର ହୋଇ ରହି ଯାଆନ୍ତି ।
ଯେଉଁ ଲୋକମାନଙ୍କର ଗୋଡର ଆଙ୍ଗୁଠି ସବୁ ବଡ ରୁ ଛୋଟ କ୍ରମରେ ଥିବ । ସେମାନେ ଅନ୍ୟ ଲୋକମାନଙ୍କ ଉପରେ ନିଜର ପ୍ରଭାବ ଦେଖାଇବାକୁ ଚେଷ୍ଟା କରନ୍ତି । ଏମାନେ ସବୁବେଳେ ଚାହାନ୍ତି କି ସବୁ ସ୍ଥାନରେ ତାଙ୍କୁ ମାନ ସମ୍ମାନ ମିଳୁ । ଏମାନେ ଚାହାନ୍ତି ଲୋକମାନେ ତାଙ୍କୁ ଅଧିକ ଗୁରୁତ୍ଵ ଦିଅନ୍ତୁ । ଏହିଭଳି ବ୍ୟକ୍ତିମାନେ ଜଲ୍ଦି ରାଗି ବି ଯାଆନ୍ତି ।
ଯେଉଁ ଲୋକମାନଙ୍କର ଗୋଡର ମଝି ଦୁଇଟି ଆଙ୍ଗୁଠି ସମାନ ଥିବ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜ ପରିବାର ଲୋକମାନଙ୍କର ବହୁତ ପାଖାପାଖି ରୁହନ୍ତି । ଏମାନେ ନିଜର ଦାୟିତ୍ଵ ବି ଭଲ ଭାବରେ ତୁଲାଇ ଥାନ୍ତି । ଏମାନେ ଅନ୍ୟର କାମର ପ୍ରଶଂସା କରନ୍ତି ।
ଯେଉଁ ବ୍ୟକ୍ତିମାନଙ୍କର ଗୋଡର ଦ୍ଵିତୀୟ ଆଙ୍ଗୁଠି ସବୁଠୁ ବଡ ଥିବ ସେମାନେ ଅନ୍ୟ ଲୋକମାନଙ୍କ ଠାରୁ ବହୁତ ଭିନ୍ନ ହୋଇଥାନ୍ତି । ନିଜ କାମକୁ ସ୍ଵତନ୍ତ୍ର ଅର୍ଥାତ କିଛି ନୂଆ ନୂଆ ଉପାୟରେ କରିବାକୁ ପସନ୍ଦ କରନ୍ତି । ଜୀବନକୁ ନେଇ ଏମାନଙ୍କ ଚିନ୍ତାଧାର ବହୁତ ହିଁ ଅଲଗା ହୋଇଥାଏ ।
ଏମାନଙ୍କ ଜୀବନର ପ୍ରତ୍ଯେକଟି ନିଷ୍ପତ୍ତି ଏମାନେ ପ୍ରାୟତଃ ନିଜେ ନେବାକୁ ଅଧିକ ପସନ୍ଦ କରନ୍ତି । ପରିବାର ଲୋକମାନଙ୍କ ଠାରୁ ଏମାନଙ୍କୁ ବହୁତ ଭଲ ପାଇବା ମିଳିଥାଏ ।
