fbpx

ବାହାଘର ସ୍ୱପ୍ନ ଦେଖିଲେ କ’ଣ ମିଳିଥାଏ ସଙ୍କେତ: ଜାଣନ୍ତୁ ଏହାର ଅର୍ଥ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ର ପରି ମଧ୍ୟ ଏକ ସ୍ୱପ୍ନ ଶାସ୍ତ୍ର ରହିଛି । ଯେଉଁଥିରେ ଆମେ ଦେଖୁଥିବା ଅନେକ ସ୍ୱପ୍ନର କାରଣ,ପରିଣାମ ଆଦି ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ଆମ ସ୍ୱପ୍ନରେ ଆସୁଥିବା ବିଭିନ୍ନ ଘଟଣା ଆମ ଜୀବନ ସହ ଜଡିତ ହୋଇ ରହିଥାଏ । ଦୈନାନ୍ଦିନ ଜୀବନରେ ଘଟୁଥିବା କିଛି ଘଟଣା ଅଘଟଣକୁ ନେଇ ମନରେ ଚାଲିଥିବା ଭାବନା ଆଧାରରେ ଆମେ ସ୍ୱପ୍ନ ଦେଖୁ । ହେଲେ ବେଳେ ବେଳେ ଏହି ସ୍ୱପ୍ନ ଆମ ଆଗାମୀ ଭବିଷ୍ୟତର ଅନେକ ସଂକେତ ଦେଇଥାଏ । ତେବେ ସ୍ୱପ୍ନରେ ଦେଖୁଥିବା ଘଟଣାମାନକୁ ବୁଝିବା ପାଇଁ ହିନ୍ଦୁ ଧର୍ମରେ ସ୍ୱପ୍ନ ଶାସ୍ତ୍ର ଲେଖାହୋଇଛି । ଏଥିରେ ସ୍ୱପ୍ନ ଦ୍ୱାରା ହେବାକୁ ଥିବା ଶୁଭ ଅଶୁଭ କଥା ବିଷୟରେ ଉଲ୍ଲେଖ କରାଯାଇଛି । ତାହେଲେ ଚାଲନ୍ତୁ ଜାଣିବା ବିବାହ ସ୍ୱପ୍ନ ଦେଖିବା ଦ୍ୱାରା କଣ ହୋଇଥାଏ ।

ସ୍ୱପ୍ନରେ ବିବାହ ଦେଖିଲେ କଣ ହେବ : ଯଦି ଆପଣ ଅଭିବାହିତ ଅଛନ୍ତି ଏବଂ ଆପଣ ସ୍ୱପ୍ନରେ ବିବାହର କିଛି ଦୃଶ୍ୟ ଦେଖୁଛନ୍ତି, ତେବେ ଆପଣ ଜାଣି ରଖନ୍ତୁ ଯେ ଆପଣ ଆଗକୁ ବିବାହ କରିବାକୁ ଯାଉଛନ୍ତି । ଏତତ୍ ବ୍ୟତୀତ ବିବାହ ସ୍ୱପ୍ନ ଏହି ସଂକେତ ମଧ୍ୟ ଦେଇଥାଏ ଯେ ଆପଣ ଭବିଷ୍ୟତରେ କୌଣସି ଏକ ଜିନିଷ ପ୍ରତି ବାନ୍ଧି ହେବାକୁ ଯାଉଛନ୍ତି । ତେବେ ତାହା କୌଣସି ସମ୍ପର୍କ ହେଉ, କିମ୍ବା କ୍ୟାରିୟର ହେଉ ଅଥବା ଜୀବନର କୌଣସି ଗୁରୁତ୍ୱପୂର୍ଣ୍ଣ ରାୟ ହେଉ ।

ପ୍ରେମିକ କିମ୍ବା ପ୍ରେମିକାକୁ ବିବାହ କରିବାର ସ୍ୱପ୍ନ: ସ୍ୱପ୍ନ ଶାସ୍ତ୍ର ଅନୁସାରେ ଯଦି ଆପଣ ସ୍ୱପ୍ନରେ ନିଜ ପ୍ରେମିକ କିମ୍ବା ପ୍ରେମିକାକୁ ବିବାହ କରିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଉଛି ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବା ସହ ଆଗକୁ ବଢୁଛି । ଏତତ୍ ବ୍ୟତୀତ ଆପଣ ପରସ୍ପରକୁ ବିବାହ କରିବାର ନିଷ୍ପତି ନେବାକୁ ଯାଉଛନ୍ତି ।

ବିବାହ ପ୍ରସ୍ତୁତି ର ସ୍ୱପ୍ନ; ଯଦି ଆପଣ ସ୍ୱପ୍ନରେ ବିବାହ ପ୍ରସ୍ତୁତିର ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ସଂକେତ ଦେଇଥାଏ ଯେ , ଜୀବନରେ ଚାଲୁଥିବା କୌଣସି କଥାକୁ ନେଇ ଆପଣ ଗଭିର ଚିନ୍ତାରେ ଅଛନ୍ତି । ସ୍ୱପ୍ନ ଶାସ୍ତ୍ର ଅନୁସାରେ ବିବାହର ପ୍ରସ୍ତୁତି ଏକ ଚିନ୍ତା ଜନକ ପ୍ରସ୍ତୁତି । ଯାହାଦ୍ୱାରା କୌଣସି ବି ବ୍ୟକ୍ତି ଚିନ୍ତାଗ୍ରସ୍ତ ହୋଇ ପାରନ୍ତି ।

ଅନ୍ୟର ବିବାହ ସ୍ୱପ୍ନ: ଆପଣ ଯଦି ସ୍ୱପ୍ନରେ ଅନ୍ୟ କାହାର ବିଭାଘର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣ କୌଣସି କଥାରେ କାର୍ଯ୍ୟାନୁଷ୍ଠାନ କିମ୍ବା ଦାୟିତ୍ୱ ନେବାକୁ ଯାଉଛନ୍ତି । ତେବେ ଏହି ସ୍ୱପ୍ନ ଦେଖିବା ଏହା ମଧ୍ୟ ସଂକେତ ଦେଇଥାଏ ଯେ ଆପଣ ଆଗକୁ କୌଣସି ସମସ୍ୟାକୁ ନେଇ ସାଙ୍ଗ କିମ୍ବା ପରିବାର ସହ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ।

Get real time updates directly on you device, subscribe now.