fbpx

ବହୁଦିନ ବିତି ଗଲାଣି, ଏସିଏଫ୍ ସୌମ୍ୟ ନ୍ୟାୟ ପାଇଲେ ନା ନାହିଁ, ଅଭିଯୁକ୍ତମାନେ ଏବେ କେଉଁଠି

ନୂଆଦିଲ୍ଲୀ: ଏକଦା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହପାତ୍ରଙ୍କ ମୃତ୍ୟୁକୁ ନେଇ ଗଣମାଧ୍ୟମ ଖାଲି ପଡ଼ିଥିଲା ଆଉ ଉଠିଥିଲା । ତେବେ ଗତ ୪ ମାସ ହେଲା ସୌମ୍ୟଙ୍କୁ ପ୍ରାୟ ସମସ୍ତେ ଭୁଲି ସାରିଲେଣି । ରାଜ୍ୟରେ ଘଟୁଥିବା ନୂଆ ନୂଆ ଘଟଣା ସବୁ ପୂର୍ବ ଘଟଣାକୁ ଘୋଡ଼ାଇ ଦେବାରେ ସକ୍ଷମ ହୋଇଛି । ତେବେ ବାସ୍ତବରେ ସୌମ୍ୟଙ୍କ କ୍ଷେତ୍ରରେ କ’ଣ ଘଟିଲା, ଦୋଷୀମାନେ ଦଣ୍ଡ ପାଇଲେ କି ନା ତାହା ଆଜି ବି ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ଏନେଇ ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା ଯେ, ସୌମ୍ୟ ନିଜ କ୍ୱାର୍ଟରରେ ଜଳୁଥିବା ସମୟରେ ତାଙ୍କର ପତ୍ନୀ ବିଦ୍ୟାଭାରତୀ ନିଜେ ଦେଖୁଥିଲେ ହେଁ ନିଆଁକୁ ଲିଭାଇବାକୁ ଉଦ୍ୟମ କରିନଥିଲେ । ଏହା ଏକ ହତ୍ୟା କି ଆତ୍ମହତ୍ୟା ନୁହେଁ । ଏହା ଏକ ଦୁର୍ଘଟଣାଜନିତ ମୃତ୍ୟୁ । ତେବେ ବିଦ୍ୟାଭାରତୀ ନିଆଁକୁ ନ ଲିଭାଇବା ଏକ ଅପରାଧ । ମୃତ୍ୟୁକୁ ନେଇ ଚାଲିଥିବା ତଦନ୍ତ ଓ ପଲିଗ୍ରାଫ ଟେଷ୍ଟରୁ ବିଦ୍ୟାଭାରତୀଙ୍କ ଅବହେଳା ଧରାପଡ଼ିଛି । ଏନେଇ ତାଙ୍କ ନାମରେ ମାମଲା ରୁଜୁ ହେବା ସହ ପାରଳାଖେମୁଣ୍ଡି ଏସଡିଜେଏମଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ତେବେ ମାମଲାରେ ଦଣ୍ଡାଦେଶ କମ୍ ହୋଇଥିବାରୁ ବିଦ୍ୟାଭାରତୀଙ୍କୁ ସିଆରପିସିର ୪୧-ଏ ଧାରାରେ ନୋଟିସ୍ ଦେଇ ଛାଡ଼ି ଦିଆଯାଇଛି ।

ତେବେ ଏହି ଘଟଣାକୁ ନେଇ ସୌମ୍ୟଙ୍କ ପରିବାର ଓ ଆଇନଜୀବୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ବିଦ୍ୟାଭାରତୀ ଓ ଡିଏଫଓ ମିଶି ସୌମ୍ୟଙ୍କୁ ମାରିଥିବା ନେଇ ପୂର୍ବରୁ ଅନେକବାର ସୌମ୍ୟଙ୍କ ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଥିଲା । ତେବେ ତଦନ୍ତ ରିପୋର୍ଟ ଯାହାକି କହୁ ନା କାହିଁକି, ଆଜି ବି ଲୋକଙ୍କ ମନରେ ଏହି ମାମଲାକୁ ନେଇ ସସପେନ୍ସ ଲୁଚି ରହିଛି । ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.