ଭାରତ ପାଇଁ ଖୁସି ଖବର; ଦେଶକୁ ଆସିବ ତୈଳ, ହର୍ମୁଜ ପ୍ରଣାଳୀ ଦେଇ ଭାରତ ତେଲ ଛାଡିବାକୁ ରାଜି ହେଲା ଇରାନ୍….

ଭାରତକୁ ଆସିବ ତେଲ ମାତ୍ର ଆମେରିକା ପାଇଁ ବନ୍ଦ ରହିବ ହର୍ମୁଜ ପ୍ରଣାଳୀ...

ଓଡିଶା ଭାସ୍କର: ଭାରତକୁ ଆଶ୍ବସ୍ଥି। ହର୍ମୁଜ ପ୍ରଣାଳୀ ଦେଇ ଭାରତକୁ ତେଲ ଆସିଲେ କୌଣସି ଅସୁବିଧା ନଥିବା ସଫା ସଫା କହିଲା ଇରାନର। ମାତ୍ର ଶତ୍ରୁ ରାଷ୍ଟ୍ର ଆମେରିକା କିମ୍ବା ଅନ୍ଯ ଦେଶର ଜାହାଜକୁ ହର୍ମୁଜ ପ୍ରଣାଳୀ ଦେଇ ଯିବାକତୁ ଛାଡିବ ନାହିଁ ବୋଲି ଇରାନ ତରଫରୁ କୁହାଯାଇଛି। ଏହାର ଅର୍ଥ ଭାରତରେ ତେଲ ସଙ୍କଟ ଦେଖାଯିବାର ସମ୍ଭାବନା ବହୁତ କମ। କାରଣ ହର୍ମୁଜ ପ୍ରଣାଳୀ ଦେଇ ଭାରତକୁ ତୈଳ ଆସିପାରିବ।

ହର୍ମୁଜ ପ୍ରଣାଳୀ ବନ୍ଦ କରିବା ଦ୍ବାରା କଣ ଅସୁବିଧା ହେଉଥିଲା:  ଇରାନୀ ସେନା ହର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ପରେ ତେଲ ମୂଲ୍ୟ ବୃଦ୍ଧି ପାଇଥିଲା। ବିଶ୍ୱର ସର୍ବବୃହତ ରପ୍ତାନିକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ, କାତାର ଏନର୍ଜି, ଏହାର ଉତ୍ପାଦନ ସ୍ଥାନରେ ଆକ୍ରମଣ ପରେ ଉତ୍ପାଦନ ବନ୍ଦ କରିଦେଇଛି, ଯାହା ଫଳରେ ପ୍ରାକୃତିକ ଗ୍ୟାସର ମୂଲ୍ୟ ମଧ୍ୟ ସମଗ୍ର ବିଶ୍ବରେ ବୃଦ୍ଧି ପାଇଛି। ଏହି ଘଟଣାଗୁଡ଼ିକ ଭାରତରେ ଚିନ୍ତା ସୃଷ୍ଟି କରିଛି, ଏହା ଭାରତର ପ୍ରାୟ 85% ତେଲ ଆବଶ୍ୟକତା ପୂରଣ କରିଥାଏ।

ଭାରତର ଦୁଃଖ ପ୍ରକାଶ: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଆଜି ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚିଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଖରାପ ହେବା ନେଇ ଦୁଇ ନେତା ଆଲୋଚନା କରିଥିଲେ। ଏହାସହ ଭାରତ ମଧ୍ୟ ଇରାନର ସବୁଠାରୁ ବଡ଼ କ୍ଷତି ଅର୍ଥାତ ଇରାନୀ ନେତା ଖାମେନେଇଙ୍କ ମୃତ୍ଯୁ ପାଇଁ ଦୁଃଖ ପ୍ରକାଶ କରିଥିଲା।

ଏହାଛଡା ଅଲି ଖାମେନିଙ୍କ ମୃତ୍ୟୁରେ ଭାରତ ସରକାରଙ୍କ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିଶ୍ର ଦିଲ୍ଲୀସ୍ଥିତ ଇରାନ ଦୂତାବାସକୁ ଯାଇ ଶୋକ ପଞ୍ଜିକାରରେ ସ୍ୱାକ୍ଷର କରିଛନ୍ତି। ସେ ଇରାନର ପତନପ୍ରାପ୍ତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ପ୍ରତି ମଧ୍ୟ ସମବେଦନା ଜଣାଇଛନ୍ତି।