fbpx

Menstrual cup କଣ ?ସାନିଟାରି ପ୍ୟାଡ ବଦଳରେ ମହିଳା ମାନେ ଏହାକୁ ବ୍ୟବହାର କରିବା କାହିଁକି ଆବଶ୍ୟକ

ଭୁବନେଶ୍ୱର: ମହିଳାମାନଙ୍କ ସହିତ ଋତୁସ୍ରାବ ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରତିମାସରେ ପ୍ରାୟ ୭ଦିନ ଧରି ମହିଳା ମାନଙ୍କୁ ଏହି ସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ତେବେ ଏହି ସମୟରେ ମହିଳାମାନେ ନିଜ ଶରୀରରୁ ଯାତ ହେଉଥିବା ରକ୍ତକୁ ରୋକିବା ପାଇଁ ବିଭିନ୍ନ ଜିନିଷ ପରିଧାନ କରନ୍ତି । ଆପଣ କହିପାରିବେ ମହିଳା ଏହି ସମୟରେ ମହିଳାମାନେ କପଡା,କେହି କେହି ସାନିଟାରୀ ପ୍ୟାଡ, କେହି ଟ୍ୟାମ୍ପନ ଆଉ ବହୁ କମ ମହିଳା ମେନ୍ସୁରାଲ କପର ବ୍ୟବହାର କରନ୍ତି । ତେବେ କହିବାକୁ ଗଲେ ଭାରତର ବର୍ଷର ଖୁବ କମ ମହିଳା ଅଛନ୍ତି ଯେଉଁମାନେ ଏହି ସବୁ ବିକଳ୍ପ ବିଷୟରେ ଜାଣିଥିବେ ।

ମହିଳାମାନଙ୍କୁ ସଚେତନ ରହିବା ପାଇଁ ସରକାର ବହୁ କାର୍ଯ୍ୟକ୍ରମ ବହୁ ଯୋଜନା ମଧ୍ୟ ହାତକୁ ନେଉଛନ୍ତି । ଏହାକୁ ନେଇ ବହୁ ସମୟରେ ଅନିୟମିତତା ମଧ୍ୟ ଦେଖିବାକୁ ମିଳୁଛି । ସରକାର ମହିଳାମାନଙ୍କ ପାଇଁ ସାନିଟାରି ପ୍ୟାଡ ମଧ୍ୟ ଆବଣ୍ଟନ କରୁଛନ୍ତି କିନ୍ତୁ ବର୍ତ୍ତମାନ ସର୍ଭେରୁ ସୂଚନା ମିଳୁଛି ଏହି ସାନିଟାରୀ ପ୍ୟାଡରୁ କ୍ୟାନ୍ସର ହେବାର ମାତ୍ରା ବୃଦ୍ଧି ପାଉଛି ।ଏକ ଅଧ୍ୟୟନରୁ ଖୁଲାସା ହୋଇଛି ଯେ ନ୍ୟାପକିନର ବ୍ୟବହାରରେ କ୍ୟାନ୍ସର ହେବାର ବିପଦ ବଢିପାରେ। କେବଳ ଏତିକି ନୁହେଁ ବାଞ୍ଝପଣର ସମସ୍ୟା ମଧ୍ୟ ଦେଖା ଦେଇପାରେ।

କିଛି ଦିନ ତଳେ ପ୍ରକାଶ ପାଇ ଥିବା ଏନଜିଓ ଟକ୍ସିକ୍ସ ଲିଙ୍କରେ କାର୍ଯ୍ୟକ୍ରମ ସଂଯୋଜକ ତଥା ଗବେଷଣାରେ ସାମିଲ୍ ଡାକ୍ତର ଅମିତ୍ କହିଛନ୍ତି ଯେ, ସବୁ ଜାଗାରେ ସହଜରେ ମିଳୁଥିବା ସାନିଟାରୀ ନ୍ୟାପକିନରେ ଏମିତି ମାରାତ୍ମକ କେମିକାଲ୍ ରହିଛି, ଯାହା ସ୍ଵାସ୍ଥ୍ୟପକ୍ଷେ ବହୁତ ହାନୀକାରକ। ସାନିଟାରୀ ପ୍ରଡକ୍ଟରେ ଅନେକ ଗମ୍ଭୀର କେମିକାଲ କାରସିନୋଜନ, ରିପ୍ରୋଡକ୍ଟିଭ୍ ଟକ୍ସିସ୍, ଏଣ୍ଡୋକ୍ରାଇନ ଡିସରପ୍ଟର୍ସ ଏବଂ ଏଲରଜିନ୍ସ ମିଳିଥାଏ, ଯାହା କ୍ୟାନ୍ସରର କାରକ ସାଜିଥାଏ।

ସଦ୍ୟତମ ଅଧ୍ୟୟନ ଅନୁଯାୟୀ, ଭାରତରେ ସାନିଟାରୀ ନ୍ୟାପକିନ ବିକ୍ରି କରୁଥିବା ୧୦ ବ୍ରାଣ୍ଡର ପ୍ରଡକ୍ଟକୁ ବି ଅଧ୍ୟୟନରେ ସାମିଲ୍ କରାଯାଇଛି। ଏହି ସମୟରେ ଗବେଷଣାକାରୀଙ୍କୁ ସମସ୍ତ ନମୂନାରେ ଥ୍ୟାଲେଟ୍ ଏବଂ ଭୋଲେଟାଇଲ୍ କମ୍ପାଉଣ୍ଡର ଏମିତି ଦୁଇ ଦୂଷିତ ପଦାର୍ଥ କାରକ ମିଳିଛି ଯାହା କ୍ୟାନ୍ସରର କୋଷିକା ତିଆରି କରିବାରେ ସକ୍ଷମ। ଏହା ନିଶ୍ଚିତ ରୂପେ ସାଂଘାତିକ କଥା।

ମହିଳାଙ୍କ ଉପରେ ଗମ୍ଭୀର କେମିକାଲର ପ୍ରଭାବ ଅଧିକ ରହିଥାଏ। ଏହି କାରଣରୁ କ୍ୟାନ୍ସରର ବିପଦ ଆହୁରି ବଢିଯାଏ। ଏନଜିଓ ଟୋକ୍ସିକ୍ ଲିଙ୍କର ମୁଖ୍ୟ କାର୍ଯ୍ୟକ୍ରମ ସଂଯୋଜକ ପ୍ରୀତି ବନ୍ଥିଆ ମହେଶ କହିଛନ୍ତି, ୟୁରୋପୀୟ ଦେଶମାନଙ୍କରେ ଏ ସଂପର୍କରେ ନିୟମ ରହିଥିବା ବେଳେ ଭାରତରେ ସେମିତି କୌଣସି ନିୟମ ନାହିଁ। ସାନିଟାରୀ କେବଳ ବିଏସଆଇ ମାନକ ଅନ୍ତର୍ଗତରେ ଆସୁଛି। ମାତ୍ର ସେଥିରେ କେମିକାଲକୁ ନେଇ କୌଣସି ନିୟମ ନାହିଁ, ଯାହା ନିଶ୍ଚିତ ପକ୍ଷେ ଉଦବେଗର ବିଷୟ।

ତେବେ ବର୍ତ୍ତମାନ ଏହା ବଡ ସମସ୍ୟା ଯେ ମହିଳା ମାନେ କଣ ବ୍ୟବହାର କରିପାରିବେ ।

ପ୍ୟାଡର ବିକଳ୍ପ କଣ:ମହିଳା ମାନେ ପ୍ରଥମେ କପଡା ବ୍ୟବହାର କରୁଥିଲେ । କିନ୍ତୁ ସମସ୍ତ ମହିଳା ମାନଙ୍କର ଋତୁସ୍ରାବ ର ପ୍ରବାହ ସମାନ ନଥାଏ । ଆଉ କପଡା ବ୍ୟବହାର ଦ୍ୱାରା ମହିଳା ମାନେ ମଧ୍ୟ ନାନାଦି ରୋଗରେ ପିଡିତ ହେଲେ । ଏହା ପରେ ସାନିଟାରୀ ପ୍ୟାଡର ଆବିଷ୍ମାର ହେଲା । ଏହାକୁ ପ୍ରଥମେ ପ୍ରଥମେ ମହିଳା ବ୍ୟବହାର କରିବାକୁ ମଙ୍ଗୁ ନଥିଲେ । ତେଣୁ ଏହାକୁ ବ୍ୟବହାର କରିବା ପାଇଁ ମହିଳାଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ ଉପାୟରେ ଏହାର ଆବଶ୍ୟକତାକୁ ବଢ଼ାଇବାକୁ ଚେଷ୍ଟା କରିଲେ ।

ସର୍ଭେ ରିର୍ପୋଟରୁ ପ୍ରକାଶ ମୋଟ ଭାରତୀୟ ମହିଳାର ୬୪ ଭାଗ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତିି । ଏହା ପରେ ୪୯ ପ୍ରତିଶତ ଏବେ ବି କପଡା ବ୍ୟବହାର କରୁଛନ୍ତି । ଏବଂ ୦.୩ ପ୍ରତିଶତ ଏବେ ମେନ୍ସୁରାଲ କପର ବ୍ୟବହାର କରୁଛନ୍ତି ।

ତେବେ ଆପଣ ମାତ୍ରାରୁ ଅନୁମାନ ଲଗାଇ ପାରୁଥିବେ ଯେ ଏହାକୁ କେତେ କମ ମହିଳା ବ୍ୟବହାର କରୁଛନ୍ତି । ତେବେ ଏହା ପଛରେ ଗୋଟିଏ କାରଣ ଏହା ମଧ୍ୟ ରହିଛି ଯେ ଏହାର ବ୍ୟବହାର ଏହାର ପ୍ରସାର ଏତେ ମାତ୍ରାରେ ଭାରତରେ ହେଉ ନାହିଁ । ଯାହା ଫଳରେ ଭାରତରେ ବସବାସ କରୁଥିବା ମହିଳା ମାନଙ୍କୁ ଏହା ବିଷୟରେ ଜଣା ନାହିଁ ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବହୁ ଶିକ୍ଷିତ ଲୋକମାନେ ମଧ୍ୟ ଏହା ବିଷୟରେ ଜାଣି ନାହାନ୍ତି । ଏହାକୁ କିପରି ବ୍ୟବହାର କରିବା ଏହାକୁ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ଲାଭ ରହିଥାଏ ଏହା ବିଷୟରେ ସେମାନଙ୍କର ଅଭିଜ୍ଞତା ନ୍ୟୁନ ରହିଛନ୍ତି ।

ମେନ୍ସୁରାଲ କପ କଣ ?
ମୁଖ୍ୟତଃ ମେନ୍ସୁରାଲ କପ ଇକୋ ପ୍ରେଣ୍ଡଲି ଅଟେ । ଏହାକୁ ଆପଣ ଏକ ବିକଳ୍ପ ଭାବେ ଚୟନ କରି ପାରିବେ । ଏହା ସିଲିକନରେ ନିର୍ମିତ । ଏହାକୁ ମହିଳା ମାନଙ୍କର ଗୁପ୍ତଅଙ୍ଗରେ ପରିଧାନ କରାଯାଏ । ଗୋଟିଏ ମେନ୍ସୁରାଲ କପକୁ ଆପଣ ୬ମାସରୁ ୧ ବର୍ଷ ପର୍ଯ୍ୟନ୍ତ ବିନା କୌଣସି ଅସୁବିଧାରେ ପରିଧାନ କରିପାରିବେ । ଏହା ବିଭିନ୍ନ ଆକାରରେ ମଧ୍ୟ ବଜାରରେ ମିଳେ । ଯୁବା ମାନଙ୍କ ପାଇଁ ଛୋଟ ସାଇଜରେ ମିଳେ ଯେଉଁଠାରେ ୩୦ ବର୍ଷରୁ ଅଧିକ ମହିଳା ମାନଙ୍କ ପାଇଁ ଏହା ବଡ ଆକାରରେ ମଧ୍ୟ ଉପଲବ୍ଧ ରହିଥାଏ ।

ଏହାକୁ ବ୍ୟବହାର କରିବାର ଫାଇଦା:ଏହାକୁ ବ୍ୟହାର କରିବାକୁ ଆପଣ ବହୁତ ଅର୍ଥ ଦେବାକୁ ପଡିବ ନାହିଁ । ଏହାକୁ ଥରେ ବ୍ୟବହାର କରି ଆପଣ ଏହାକୁ ଗରମ ପାଣିରେ ସଫା କରି ପୁନଃ ବ୍ୟବହାର ମଧ୍ୟ କରିପାରିବେ । ଯାହା ଫଳରେ ଏହା ଆପଣଙ୍କର ଗୋଟିଏ ପଟରୁ ଟଙ୍କା ସଞ୍ଚୟ କରିବାରେ ସାହାର୍ଯ୍ୟ କରିଥାଏ ।
ଏହା ପ୍ୟାଡ,କପଡା,ଟ୍ୟାମ୍ପନ ଆଦି ଠାରୁ ଅଧିକ ରକ୍ତ ବହନ କରିପାରେ ।
ଏହା ପରିବେଶ ପାଇଁ କୌଣସି କ୍ଷତି କରେ ନାହିଁ । ଯେଉଁଠାରେ ପ୍ୟାଡ ପରିବେଶ ପ୍ରଦୂଷଣରେ ମୁଖ୍ୟ ଭୂମିକା ଲିଭାଇଥାଏ ।
ଆଉ ଯଦି ଆପଣ ଆଇୟୁଡି(BirthControl) ପରିଧାନ କରୁଛନ୍ତିି ତେବେ ଏହାକୁ ମଧ୍ୟ କୌଣସି ଦ୍ୱିଧାରେ ପରିଧାନ କରିପାରିବେ ।

ତେବେ ସବୁ ଜିନିଷର କିଛି ଭଲ କିଛି ମନ୍ଦ ମଧ୍ୟ ରହିଥାଏ ।
ତେବେ ମେନ୍ସୁରାଲ କପ ବ୍ୟବହାର କରିବାରେ ପ୍ରଥମେ ପ୍ରଥମେ ଟିକିଏ ଅସୁବିଧା ହୋଇଥାଏ ।
ଏହାକୁ ବାଦ ଦେଲେ ଏହାର ସଠିକ ସାଇଜ ନିଜ ପାଇଁ ବାଛିବାରେ ଅସୁବିଧା ହୋଇପାରେ ।
ଏହାକୁ କାଢ଼ିବା ପିନ୍ଧିବାରେ ଆପଣ ବିରକ୍ତ ହୋଇ ପାରନ୍ତି ।
ଏହାକୁ ପରିଧାନ ସମୟରେ ବେଳେ ବେଳେ ଗୁପ୍ତଅଙ୍ଗରେ ଆଲେର୍ଜି ମଧ୍ୟ ହୋଇଥାଏ । ତେଣୁ ଏହା ସବୁ କୁ ଛାଡିଦେଲେ ଏହା ଏକ ଭଲ ବିକଳ୍ପ ଅଟେ ।

ଜାତୀୟ ପରିବାର କଲ୍ୟାଣ ସ୍ଵାସ୍ଥ୍ୟ ସର୍ଭେର ସଦ୍ୟତମ ତଥ୍ୟ ଅନୁସାରେ, ଦେଶରେ ୧୫ ରୁ ୨୪ ବର୍ଷ ମଧ୍ୟରେ ପ୍ରାୟ ୬୪ ପ୍ରତିଶତ ଯୁବତୀ ସାନିଟାରୀ ନ୍ୟାପକିନର ବ୍ୟବହାର କରନ୍ତି। ବିଗତ ସମୟରେ ସଚେତନତା କାରଣରୁ ଏହାର ବ୍ୟବହାରରେ ବୃଦ୍ଧି ଦେଖିବାକୁ ମିଳିଛି। ଏପରିକି ସାନିଟାରୀ ଉତ୍ପାଦର ଭାରତରେ ବହୁତ ବଡ ବଜାର ରହିଛି। ୨୦୨୧ରେ ସାନିଟାରୀ ନ୍ୟାପକିନର ବ୍ୟବସାୟ ୬୧୮ ମିଲିୟନ ଡଲାର ରହିଥିବା ବେଳେ ୨୦୨୭ ସୁଦ୍ଧା ଏହାର ବ୍ୟବସାୟ ୧.୨ ବିଲିୟନ ଡଲାରରେ ପହଞ୍ଚିପାରେ। ଯଦି ଆମେ ସ୍ୱଚ୍ଛତା ଆଉ ଶାରିରୀକ ସୁସ୍ଥତା କୁ ନଜର କରିବା ମେନ୍ସୁରାଲ କପ ସାନିଟାରୀ ପ୍ୟାଡର ବିକଳ୍ପ ହୋଇପାରେ ।ଏହା ପାଇଁ ବାସ ସରକାରଙ୍କ ହସକ୍ଷେପ ଲୋଡା । ସରକାର ଯଦି ଏହାର ପ୍ରଚାର ପ୍ରସାର କରିବେ ତେବେ ଏହା ପ୍ୟାଡ ଭଳି ମଧ୍ୟ ବହୁ ମହିଳା ମାନଙ୍କ ଦ୍ୱାରା ଆଦୃତ ହୋଇପାରିବ ।

Get real time updates directly on you device, subscribe now.